Advertisment

Death Penalty for Hasina: ବାଂଲାଦେଶର ଗାଦିଚ୍ୟୁତ ପିଏମ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ , ସରକାର ବିରୋଧୀ ଆନ୍ଦୋଳନରେ 1400 ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ

ହତ୍ୟା, ହତ୍ୟା ଉଦ୍ୟମ, ନିର୍ଯାତନା ଭଳି 5 ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ହାସିନାଙ୍କ ସମେତ ବାଂଲାଦେଶର ତତ୍କାଳୀନ ଗୃହ ମନ୍ତ୍ରୀ ଅସାଦୁଜମନ୍ ଖାନ୍ କମଲ ଓ ପୂରବତନ ପୋଲିସ ମୁଖିଆ ଚୌଧୁରୀ ଅବଦୁଲ୍ଲା ଅଲ୍ ମାମୁନଙ୍କୁ ମଧ୍ୟ ସମାନ ଅପରାଧରେ ମୃତ୍ୟୁ ଦଣ୍ଡାଦେଶ ହୋଇଛି।

author-image
Manas Ranjan Mohanty
HASEENA-GET-DEATH

HASEENA-GET-DEATH Photograph: (OTV)

ଯାହା ଆଶଙ୍କା କରାଯାଉଥିଲା, ସେଇୟା ହେଲା। ଶେଖ୍ ହାସିନାଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ବାଂଲାଦେଶର ଇଣ୍ଟରନ୍ୟାସନାଲ କ୍ରାଇମ ଟ୍ରିବ୍ୟୁନାଲ। 2024ରେ ଦେଶରେ ଦେଖାଦେଇଥିବା ବିଶାଳ ସରକାର ବିରୋଧୀ ଛାତ୍ର ଆନ୍ଦୋଳନକୁ ଚୁପ୍ କରିବାକୁ ହସିନାଙ୍କ କ୍ରୁରତା ବିରୋଧରେ ତାଙ୍କୁ ମିଳିଛି ଏଭଳି ଦଣ୍ଡାଦେଶ। ଆନ୍ଦୋଳନକାରୀଙ୍କୁ ହଟାଇବାକୁ ହାସିନା ଯେଉଁ ରାସ୍ତା ଆପଣାଇଥିଲେ, କୋର୍ଟ ତାକୁ ମାନବତା ବିରୋଧରେ ଅପରାଧ ବୋଲି ଦର୍ଶାଇଛନ୍ତି।

Advertisment

ହତ୍ୟା, ହତ୍ୟା ଉଦ୍ୟମ, ନିର୍ଯାତନା ଭଳି 5 ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ହାସିନାଙ୍କ ସମେତ ବାଂଲାଦେଶର ତତ୍କାଳୀନ ଗୃହ ମନ୍ତ୍ରୀ ଅସାଦୁଜମନ୍ ଖାନ୍ କମଲ ଓ ପୂରବତନ ପୋଲିସ ମୁଖିଆ ଚୌଧୁରୀ ଅବଦୁଲ୍ଲା ଅଲ୍ ମାମୁନଙ୍କୁ ମଧ୍ୟ ସମାନ ଅପରାଧରେ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ତେବେ ଉଭୟ ହାସିନା ଓ ପୂର୍ବତନ ଗୃହମନ୍ତ୍ରୀ ପଳାତକ ଥିବାରୁ, ସେମାନଙ୍କ ଅନୁପସ୍ଥିତିରେ କୋର୍ଟ ଏହି ଐତିହାସିକ ରାୟ ଶୁଣାଇଛନ୍ତି। କିନ୍ତୁ ତୃତୀୟ ଅଭିଯୁକ୍ତ ପୂର୍ବତନ ପୋଲିସ ମୁଖ୍ୟ ଚୌଧୁରୀ ଅବଦୁଲ୍ଲା ନିଜ ଦୋଷ ସ୍ବୀକାର କରିଥିବାରୁ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡରୁ କ୍ଷମା ଦେଇଛନ୍ତି।...

 ବାଂଲାଦେଶର ସ୍ବାଧୀନତା ଆନ୍ଦୋଳନ ସହ ଯୋଡ଼ି ହୋଇଥିବା ରାଜନୈତିକ ପରିବାରର ଉତ୍ତର ଦାୟାଦ ଶେଖ୍ ସାହିନା। ଦୀର୍ଘ 20 ବର୍ଷ ଧରି ଦେଶର ପ୍ରଧାନମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ। ଯାହକି ବାଂଲାଦେଶ ଇତିହାସରେ ବିରଳ। କିନ୍ତୁ 2024 ଜୁଲାଇ ମାସରେ ତାଙ୍କ ସରକାର ବିରୋଧରେ ଦାନା ବନ୍ଧିଥିଲା ଆନ୍ଦୋଳନ। ପରେ ଏ  ଆନ୍ଦୋଳନ ସାରା ଦେଶକୁ ନିଆଁ ଭଳି ବ୍ୟାପୀଥିଲା। ଯାହା ପରେ ଆୱାମୀ ଲି୍ଗ ସରକାରର ନିୟନ୍ତ୍ରଣ ବାହାରକୁ ଯାଉଥିବା ଅନୁମାନ କରି, ଆନ୍ଦୋଳନକାରୀଙ୍କ ଉପରେ ଆରମ୍ଭ ହୋଇଥିଲା ଦମନଲୀଳା। କୁହାଯାଏ, ସେତେବେଳେ ଏ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଆନ୍ଦୋଳନକାରୀଙ୍କୁ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିଲେ ପୂର୍ବତନ ରାଷ୍ଟ୍ରମୁଖ୍ୟ। ବିକ୍ଷୋଭକାରୀଙ୍କ ଜୀବନ ନେବାକୁ ସେତେବେଳେ ଡ୍ରୋନ୍, ହେଲିକପଟର ଓ ପ୍ରାଣଘାତୀ ଅସ୍ତ୍ରର ବ୍ୟବହାର କରାଯାଇଥିଲା। ଏଥିରେ 1400 ଲୋକଙ୍କ ମୃତ୍ୟୁ ହୋଇଥିଲା।...ସେପଟେ ତାଙ୍କ ବିରୋଧରେ ଆସିଥିବା ଏହି ରାୟକୁ ସେ ରାଜନୈତିକ ଆକ୍ରୋଶ ବୋଲି ଦର୍ଶାଇଛନ୍ତି ହାସିନା।... 

ବାଂଲାଦେଶ ଆୱାମୀ ଲିଗର 78 ବର୍ଷୀୟା ଫାୟାର ବ୍ରାଣ୍ଡ ନେତ୍ରୀ ହାସିନା 2024 ଗଣ ଆନ୍ଦୋଳନ ପରଠୁ ଜୀବନ ବଞ୍ଚାଇ ଏବେ ଭାରତରେ ଏବେ ନିର୍ବାସନରେ ଅଛନ୍ତି। ତେବେ ତାଙ୍କ ପ୍ରତ୍ୟାର୍ପଣ ନେଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଚାହୁଁଥିଲେ ବି, ଭାରତ ଏ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନି।.

ସେପଟେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଇଣ୍ଟର ନ୍ୟାସନାଲ କ୍ରାଇମ ଟ୍ରିବ୍ୟୁନାଲ ମୃତ୍ୟୁଦଣ୍ଡାଦେଶ ପ୍ରସଙ୍ଗରେ ଏକ ପ୍ରେସ୍ ବିବୃତ୍ତି ଜରିଆରେ ପ୍ରତିକ୍ରିୟା ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଦେଶର ଅତି ନିକଟତର ପଡୋଶୀ ଭାବେ ଭାରତ, ବାଂଲାଦେଶବାସୀଙ୍କ ସ୍ବାର୍ଥ ରକ୍ଷା ଲାଗି ପ୍ରତିଶ୍ରୁତିବଦ୍ଧ। ସେଠାରେ ଶାନ୍ତି, ଗଣତନ୍ତ୍ର ଓ ସ୍ଥିରତା ଚାହେଁ। ଏଥିପାଇଁ ଭାରତ ଆବଶ୍ୟକୀୟ ଗଠନମୂଳକ ପଦକ୍ଷେପ ନେଉଥିବା ଦର୍ଶାଯାଇଛି।...

Advertisment
Advertisment
Related Articles
Advertisment