/odishatv-khabar/media/media_files/2025/11/06/neapl-2025-11-06-14-35-07.jpg)
neapl Photograph: (OTV)
ଆପଣ ଜାଣିଛନ୍ତି କି ନେପାଳରେ ବି ଗୋଟିଏ ତାଜମହଲ ଅଛି । ପାହାଡ ଉପରେ ସୁନ୍ଦର ମହଲ ତାଜମହଲ ପରି । ଏହି ମହଲଟି ମଧ୍ୟ ଗୋଟିଏ ପ୍ରେମ କାହାଣୀର ମୂକ ସାକ୍ଷୀ । ପ୍ରେମ ଓ ବିୟୋଗର ମିଶ୍ରଣ ଏହି ମହଲ । ଯେଉଁଠି ନଦୀ ଗାଉଛି ସ୍ମୃତିର ସୁର, ପଥର କହୁଛି ପ୍ରେମର କାହାଣୀ । ନେପାଳର ପାଲପା ନଦୀକୂଳରେ ରାଣୀଙ୍କ ପାଇଁ ତିଆରି ମହଲ ଏବେ ପର୍ଯ୍ୟଟନ ସ୍ଥଳ। ଯାହାକୁ ନେପାଳର ତାଜମହଲ୍ ବୋଲି କୁହାଯାଉଛି । ନେପାଲକୁ ବୁଲିଯାଉଥିବା ପର୍ଯ୍ୟଟକଙ୍କୁ ଏହି ମହଲ ଖୁବ ଆକର୍ଷିତ କରୁଛି।
ନେପାଳର ପାଲ୍ପା ଜିଲ୍ଲାର କାଳୀ ଗଣ୍ଡକୀ ନଦୀ କୂଳରେ ଥିବା ଗୋଟିଏ ସୁନ୍ଦର ଏବଂ ଐତିହାସିକ ପ୍ୟାଲେସ ଯାହାକୁ କୁହାଯାଏ ରାନୀ ମହଲ୍। ଏହି ପ୍ୟାଲେସ ୧୮୯୩ ମସିହାରେ ଜେନେରାଲ ଖଡ଼ଗ ଶମଶେର ଜଙ୍ଗ ବାହାଦୁର ରାଣାଙ୍କ ଦ୍ୱାରା ତିଆରି ହୋଇଥିଲା। ଖଡ଼ଗ ଶୁମଶେରଙ୍କ ସାନ ରାଣୀ ତେଜ କୁମାରୀ ଦେବୀଙ୍କର ୧୮୯୨ ମସିହାରେ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ରାଣୀଙ୍କ ଶେଷ ଇଚ୍ଛା ଅନୁଯାୟୀ ଏକ ତୀର୍ଥସ୍ଥାନ ନିର୍ମାଣ କରିବା ପାଇଁ ଖଡ଼ଗ ଏକ ପ୍ୟାଲେସ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ।
ପ୍ୟାଲେସଟି ଜଣେ ବ୍ରିଟିଶ ଆର୍କିଟେକ୍ଟଙ୍କ ଦ୍ୱାରା ଡିଜାଇନ କରାଯାଇଥିଲା ଏବଂ ନିର୍ମାଣ କାର୍ଯ୍ୟ ପାଇଁ ଭାରତରୁ ଶ୍ରମିକମାନଙ୍କୁ ନିଆଯାଇଥିଲା । ପାଲପାରେ ତାଙ୍କ ଅଧୀନରେ ଥିବା ଚାରିଟି ସୈନ୍ୟ ପ୍ଲାଟୁନ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଏହି ନିର୍ମାଣ କାର୍ଯ୍ୟରେ ସାହାଯ୍ୟ କରିଥିଲେ। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀମାନେ ବାଧ୍ୟତାମୂଳକ ଭାବେ କାମ କରୁଥିଲେ । ମହଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଚାରି ବର୍ଷ ଲାଗିଥିଲା। ମହଲକୁ ଲାଗିଥିବା ଜଙ୍ଗଲକୁ ରାଣୀ ବନ ଏବଂ ଘାଟକୁ ରାଣୀ ଘାଟ ଭାବେ ନାମକରଣ କରାଯାଇଛ।
୧୯୦୨ ମସିହାରେ ଖଡ଼ଗ ଶୁମଶେର ରାଣା ତାଙ୍କ ପରିବାର ସହିତ ଭାରତକୁ ପଳାଇଆସିଲେ ଆଉ ରାଣୀ ମହଲକୁ ପରିତ୍ୟାଗ କରିଦେଲେ । ଫଳରେ ରାଣୀ ମହଲର ଦେଖା ରେଖା କରିବା ପାଇଁ କେହି ରହିଲେ ନାହିଁ ତେଣୁ ପ୍ୟାଲେସ ନଷ୍ଟ ହେବାରେ ଲାଗିଲା । ଏହାପରେ ନେପାଳ ସରକାର୨୦୧୭ ମସିହାରେ ଏହି ପ୍ୟାଲେସର ରକ୍ଷଣାବେକ୍ଷଣ ଦାୟିତ୍ବ ନେଲେ ।
ପ୍ୟାଲେସ ଭିତରେ ଏକ ସଂଗ୍ରହାଳୟ ମଧ୍ୟ ସ୍ଥାପନ କରାଗଲା। ଅଞ୍ଚଳରେ ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ବ୍ରାଙ୍ଗଦୀ ନଦୀ କୂଳରେ ଏକ ନୂଆ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି। ରାଣୀ ମହଲ ପହଞ୍ଚିବାକୁ ପ୍ରାୟ ଅଧା ଘଣ୍ଟା ସମୟ ଲାଗେ। ଏହା ବ୍ୟତୀତ, ତାନସେନରୁ ପ୍ରାୟ ୧୩ କିଲୋମିଟର ଦୂରରେ ଥିବା ବାଟାସେ ଡାଣ୍ଡା ନିକଟସ୍ଥ କୈଳାସ ନଗରରୁ ଏକ ପାଦଚଲା ରାସ୍ତା ମଧ୍ୟ ଅଛି । ସେହି ରାସ୍ତା ଦେଇ ମହଲକୁ ଯାଇପାରିବେ ।
Typhoon Kalmaegi: ଶକ୍ତିଶାଳୀ ଟାଇଫୁନ: ୨୪୧ ଜଣଙ୍କର ମୃତ୍ୟୁ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

Indian Women Cricket Team: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ପକ୍ଷରୁ ମୋଦିଙ୍କୁ ଉପହାର, ପିଏମଙ୍କ ବାସଭବନରେ ଭବ୍ୟ ସ୍ବାଗତ

RI Exam: RI ପରୀକ୍ଷାରେ ବିଭ୍ରାଟ, ପରୀକ୍ଷାର୍ଥୀ ଅସନ୍ତୋଷ

Claudia Sheinbaum: ରାଷ୍ଟ୍ରପତିଙ୍କୁ ଅସଦାଚରଣ: ମଦ୍ୟପ ଯୁବକଙ୍କ ଅଶୋଭନୀୟ ଆଚରଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)