/odishatv-khabar/media/media_files/2025/12/11/horoscope-2025-12-11-08-34-11.jpg)
Horoscope Photograph: (OTV)
ମେଷ
ଅଶ୍ୱନୀ- ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସାଙ୍ଗକୁ ଅର୍ଥଲାଭ ହୋଇପାରେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ବସ୍ତି ଅନୁଭବ କରିବେ । ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ । ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି ।
ଦ୍ୱିଜା- ପିଲାଦିନର ବନ୍ଧୁଙ୍କ ସହୟତା ମିଳିପାରେ । ରାଜନୀତିରେ ସମର୍ଥନ ହ୍ରାସ ପାଇପାରିବେ । ଛାତ୍ରଛାତ୍ରୀ ମାନେ ପଢାରେ ଅବେହଳା କରି ଦୁଃଖ ପ୍ରକାଶ କରିବେ ।
କୃତିକା- ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ସତର୍କରେ ପଦକ୍ଷପ ନନେଲେ ଲକ୍ଷ ସାଧନରେ ବିଳମ୍ବ ଘଟିବ । ମହିଳା ମାନେ ଅନ୍ୟକୁ ସାହା କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ
କୃତିକା- କାମ ଚାପରେ ବ୍ୟସ୍ତତା ବଢ଼ିଯାଇପାରେ। ପଦୋନ୍ନତି କେତେକାଂଶରେ ମାନସିକ ସ୍ଥିତିକୁ ସନ୍ତୁଳିତ କରି ରଖିବାରେ ସାହାଯ୍ୟ କରିବ। ନୂତନ ସ୍ଥାନରେ କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିପାରନ୍ତି।
ରୋହିଣୀ- ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ମାନେ ଶିକ୍ଷାରେ ସଫଳତା ଲାଭ କରିବେ । ପରିବାରର ଅଭିଯୋଗ ପ୍ରତି ଧ୍ୟାନ ନ ଦେବା ମନାନ୍ତର ବୃଦ୍ଧି କରିପାରେ।
ମୃଗଶିରା- ଆର୍ଥିକ ସୁଧାର, ନିର୍ମାଣ କାର୍ଯ୍ୟ, ଯୋଗାଯୋଗ, ଦୂରଯାତ୍ରା ପାଇଁ ଅସୁବିଧା ହେବ ନାହିଁ । ସାମାଜିକ ସ୍ତରରେ ଶତ୍ରୁତା ବାଧା ସୃଷ୍ଟି କରିପାରେ। ଚାକିରୀ ଆଦି କର୍ମ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ
ମୃଗଶିରା- ପ୍ରେମ ସମ୍ବନ୍ଧ ବିବାହରେ ପରିଣତ ହୋଇପାରେ । ମନକୁ ସ୍ଥିର କରି ନୂତନ ବ୍ୟବସାୟ ଆରମ୍ଭ କରିବେ । କର୍ମ କ୍ଷେତ୍ରରେ ନିଜ ପ୍ରତିଭା ପ୍ରମାଣ ଦେଇ ଆଗକୁ ବଢିବେ ।
ଆଦ୍ରା- ରାଜନିତିରେ ମିଥ୍ୟା ଗୁଜବ ମନକୁ ଅତଙ୍କିତ କରିବା ସହ ଅସ୍ଥିରତା ସୃଷ୍ଟି କରିବ । ବିଦ୍ୟାର୍ଥୀ ମାନେ ବିଦେଶ ଯାଇପାରନ୍ତି । ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ ।
ପୁନର୍ବସୁ- ଜମିଜମା ବିବାଦ ଜଟିଳ ହୋଇପାରେ । ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ । ମହିଳା ମାନେ ସହଯୋଗର ହାତ ବଢାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କର୍କଟ
ପୁନର୍ବସୁ- କର୍ତବ୍ୟ ନିଷ୍ଠା ଯୋଗୁ ସମସ୍ତଙ୍କର ଆଦର ହେବେ । ପଡ଼ୋଶୀ ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ଅଯଥା ମିଥ୍ୟାରୋପ କରି କଳହ କରିପାରନ୍ତି । ଆଲୋଚନା ସମୟରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିପାରେ।
ପୁଷ୍ୟା- ସହକର୍ମୀଙ୍କ ସହଯୋଗ ପାଇ କାମ ହାସଲ କରିବେ। ସଂଗଠନ, ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତିର ସାମ୍ନା କରିବେ। ଅଫିସରେ ଅବସର ସମୟରେ ସହକର୍ମୀଙ୍କ ସହ ମିଷ୍ଠାଳାପରୁ ଖୁସି ରହିବେ।
ଅଶ୍ଲେଷା- ଅତୀତ ଘଟଣା, କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। କଚେରି ମାମଲା କିମ୍ବା ଆକସ୍ମିକ କଳହଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ସ୍ଥିର ମନନେଇ କାମକଲେ ସମସ୍ୟାର ସମାଧାନ ହୋଇଯିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ
ମଘା- ଶରୀରରେ ଆଘାତ ପାଇ ପାରନ୍ତି । ଆପଣଙ୍କର ବନ୍ଧୁ ସଂଖ୍ୟା ବଢିପାରନ୍ତି । ଗୃହ କାର୍ଯ୍ୟରେ ଆଗ୍ରହ ବଢିବ । ବ୍ୟବସାୟରେ ଅଭିବୃଦ୍ଧି ଘଟିପାରେ ।
ପୂ,ଫାଲଗୁନି- ଲକ୍ଷ୍ୟ ହାସଲ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଆପଣଙ୍କୁ ଅତିରିକ୍ତ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିପାରେ । ଛାତ୍ରମାନେ ଅଧିକ ପରିଶ୍ରମ କରି ସେମାନଙ୍କର ଆତ୍ମବିଶ୍ୱାସ ବଢିବ
ଉ,ଫାଲଗୁନି- ମାଙ୍ଗଳିକ କାର୍ୟ୍ୟ କରିବା ପାଇଁ ବିଚାର କରିବେ । ନୂଆ କଳାକୈାଶଳ ଶିଖିବାକୁ ସୁଯୋଗ ମିଳିବ । ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା
ଉ,ଫଳଗୁନି-ପରିବାରରେ ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇ ପାରନ୍ତି। କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହୋଇପାରେ । ବ୍ୟବସାୟିକ ସ୍ଥିତି ପ୍ରାୟତଃ ସନ୍ତୋଷଜନକ ରହିବ।
ହସ୍ତା- ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ପ୍ରତ୍ୟୁଷ କାଳରେ ଆରମ୍ଭ କରିଥିବା କାମଟି ଯଥା ସମୟରେ ସମ୍ପନ୍ନ କରିପାରିବେ। ଛାତ୍ରଛାତ୍ରୀ ମାନେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ଆଗକୁ ଆଗେଇ ଚାଲିବେ ।
ଚିତ୍ରା- ପିଲାଙ୍କ କୃତିତ୍ୱ, ରଚନାମତ୍କ କାମରେ ପ୍ରଶଂସା ହେତୁ ଖୁସି ଅନୁଭବ କରିପାରନ୍ତି । ରାଜନୀତି କ୍ଷେତ୍ରରେ ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ଭଲ ସମ୍ପର୍କ ବୃଦ୍ଧି ହେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଗୁରୁଜନ ମାନଙ୍କର ଚରଣ ସ୍ପର୍ଶ କରନ୍ତୁ
ତୁଳା
ଚିତ୍ରା- ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ ।
ସ୍ୱାତୀ-ପରିବାରରେ ଚିନ୍ତା ବଢିପାରେ । ଚାକିରି କ୍ଷେତ୍ରରେ ପ୍ରାଧାନ୍ୟ ହ୍ରାସ ପାଇବେ । ମୋହରେ ପଡି ଅପଦସ୍ତ ହେବେ । ଆତ୍ମୀୟଙ୍କ ଦ୍ୱାରା ସମସ୍ୟାର ସମଧାନ ହୋଇଯିବ
ବିଶାଖା- କଚେରି ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳା ମାନେ କାର୍ଯ୍ୟ ବ୍ୟସ୍ତ ରହିବେ । ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟୋକୁ ପୂଜାର୍ଚ୍ଚନା କରନ୍ତୁ
ବିଛା
ବିଶାଖା- ଆଜି କାର୍ଯ୍ୟ ହାସଲ କାରଣରୁ ଖୁସି ଅନୁଭବ କରିବେ। ଅନ୍ୟମାନଙ୍କୁ ସାହାଯ୍ୟ କରିବେ ପ୍ରତିଦାନରେ ପ୍ରଶଂସା ପାଇ ପାରିବେ ନାହିଁ। ପାରିବାରିକ ସମସ୍ୟା ବିଷୟରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବେ।
ଅନୁରାଧା- କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଯୋଜନା ମୁତାବକ ସଫଳତା ପାଇବେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବେ। ଅଫିସରେ ହଠାତ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ଜ୍ୟେଷ୍ଠା- ସାହିତ୍ୟ, ଗବେଷଣା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ମାନସିକ ଅଶାନ୍ତି ଥିବା ହେତୁ ଅଫିସ୍ରେ ମଧ୍ୟ କୈାଣସି କାମକୁ ଠିକ ଭାବେ କରିପାରିବେ ନାହିଁ। ଆଜିର ଆର୍ଥିକ ସ୍ଥିତି ଭଲ ରହିବ, ତଥାପି ପରିସ୍ଥିତିକୁ ଲକ୍ଷ୍ୟ ରଖି କାମ କରିବା ଭଲ ହେବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ
ଧନୁ
ମୂଳା- ରୋଗୀ ମାନଙ୍କ ରୋଗ ପ୍ରାୟତଃ କମି ଯାଇପାରେ । ପରିସ୍ଥିତି ବଦଳି ଯିବା ଫଳରେ ଅଯଥା ହଇରାଣ ହୋଇପାରନ୍ତି । ମାଙ୍ଗଳିକ କାର୍ଯ୍ୟରେ ମନ ଯୋଗଦେବେ
ପୂ,ଷାଢା- ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସ୍ଥିତି ଉନ୍ନତି ଦେଖାଦେବ । ସାମାଜିକ କାର୍ଯ୍ୟରେ ସଫଳତା ପାଇବେ । ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ । ଶିକ୍ଷାର୍ଥୀ ମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ
ଉ,ଷାଢା- ଆକସ୍ମିକ ବିପଦ ଦେଖାଦେଇ ପାରେ । ସତର୍କତା ଅବଲମ୍ବନ ନକଲେ ପୈତୃକ ସମ୍ପତି ହସ୍ତାନ୍ତର ହୋଇପାରେ । ସଂଚାର କ୍ଷେତ୍ରରେ ବ୍ୟକ୍ତିଙ୍କୁ ଲାଭ ମିଳିବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ
ମକର
ଉ,ଷାଢା- ପାରିବାରିକ କଳହକୁ ନେଇ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ପରିସରର ବ୍ୟକ୍ତିବିଶେଷଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ବହୁତ ଭଲ ରହିବ।
ଶ୍ରବଣା- ବିବାଦୀୟ ଘଟଣାରେ କାହା କଥା ନ ଶୁଣି ଠିକ୍ ବିଚାର କରନ୍ତୁ। ପୂର୍ବ ସମସ୍ୟାର ସମାଧାନ ହେବାରେ ପଡ଼ୋଶୀ ସାହାଯ୍ୟ କରିବେ। ପାଖରେ ଥିବା ଜିନିଷ ପରକୁ ଦେଇ ଖୋଜିଲା ସମୟରେ ନ ପାଇ ଅପଦସ୍ଥ ହୋଇପାରନ୍ତି।
ଧନିଷ୍ଠା- କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେଲେ ମଧ୍ୟ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ । ଅଫିସିଆଲି ଟେନସନ୍ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ
ଧନିଷ୍ଠା-ଆଶଙ୍କାରେ ଦିନ କାଟିବେ । ଆତ୍ମୀୟଙ୍କ ଦୁର୍ବବ୍ୟବହାର ଭୋଗିବେ । ନିତ୍ୟ କର୍ମରେ ବ୍ୟତିକ୍ରମ ଘଟିପାରେ । ପରିବେଶ ଆନନ୍ଦ ଦାୟକ ରହିବ । ଧନ ହେତୁ ଶାନ୍ତି ଅନୁଭବ କରିବେ
ଶତଭିଷା- ପ୍ରେମିକା,ପ୍ରେମିକ ମାନଙ୍କର ପୁର୍ବ ସ୍ମୃତି ଜାଗ୍ରତ ହୋଇପାରେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷାର୍ଥୀ ମାନେ ପଢାରେ ଅନ୍ୟସମସ୍କ ରହିବେ ।
ପୂ,ଭାଦ୍ରପଦ- ମହିଳା ମାନେ ଭ୍ରମଣର ସୁଯୋଗ ପାଇବେ । ଅନେକ ଦିନରୁ ଧାର୍ଯ୍ୟ କରିଥିବା ଲକ୍ଷ ପୂରଣ କରିବେ । ଜମିଜମା ଜନିତ କ୍ରୟ,ବିକ୍ରୟରୁ ଲାଭ କମାଇ ପାରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ମୀନ
ପୂ,ଭାଦ୍ରପଦ-ବନ୍ଧୁମାନଙ୍କ ସାହାଯ୍ୟରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବିବାଦୀୟ ପରିସ୍ଥିତି ସାମୟିକ ମନକୁ ପ୍ରଭାବିତ କରିପାରେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଲକ୍ଷ୍ୟ କରି ମନର ଭାବ ପ୍ରକାଶ କରିବାରେ ପଛେଇଯିବେ।
ଉ,ଭାଦ୍ରପଦ- ଆର୍ଥିକ ଦିଗଟି ଭଲ ହେଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଦୁଃଶ୍ଚିନ୍ତା ବଢ଼ିଯିବ। ପରିବାରରେ ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତାପ୍ରକଟ କରିବେ। ପରିସ୍ଥିତିକୁ ଲକ୍ଷ୍ୟ ରଖି କାମ କରିବା ଭଲ।
ରେବତୀ- ଆଇନ ଅଦାଲତ ତଥା ବିବାଦୀୟ କ୍ଷେତ୍ରରୁ ସୁଫଳ ପାଇବେ। କିଛି କହିବା ପୂର୍ବରୁ ପରିସ୍ଥିତିକୁ ନଜରରେ ରଖନ୍ତୁ। ବିଦ୍ୟାର୍ଥୀ କ୍ୟାରିୟରରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
Gold Card Scheme: ଦିଅନ୍ତୁ ୯ କୋଟି, ହୁଅନ୍ତୁ ଆମେରିକା ନାଗରିକ...ଟ୍ରମ୍ପ ସରକାର କଲେ ବଡ଼ ଘୋଷଣା

Congress Storm: PCC ମୁଖିଆ ପଦ ନମିଳିବାରୁ ବିଦ୍ରୋହ କଲେ କି ମୋକିମ୍ ? ଭକ୍ତଙ୍କୁ ଧୂଲେଇ ସହ ସୋନିଆଙ୍କୁ ଚିଠି ପରେ କଂଗ୍ରେସରେ କମ୍ପନ

Odisha MLAs Get Massive Pay Hike: କେତେ ଜରୁରୀ ବିଧାୟକଙ୍କୁ ଏତେ ଅଧିକ ଦରମା , ବିଧାୟକ ରଖିଲେ ଯୁକ୍ତି ... ହଜମ କରିପାରୁନାହାନ୍ତି ଜନତା

Restoring Peace in Remote Malkangiri: ଅଶାନ୍ତ ମାଲକାନଗିରିକୁ ଶାନ୍ତ ପାଇଁ କସରତ , ୨ ଗୋଷ୍ଠୀଙ୍କ ସହ ବୈଠକ କଲେ ଉପମୁଖ୍ୟମନ୍ତ୍ରୀ କେଭି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)