Advertisment

ବିଳମ୍ବିତ ରାତିଯାଏ ନିଦ ଆସୁନି ? ଆପଣାନ୍ତୁ ଏହି ୫ଟି ଜିନିଷ

ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ, ମାନସିକ ଚାପ ଏମିତି ବଢିଯାଇଛି ଯେ, ଆଖିର ନିଜ ହଜିଯାଉଛି। ଆଜିକାଲି ଅଧିକାଂଶ ଲୋକ ସେଥିପାଇଁ ଅନିଦ୍ରା ରୋଗରେ ପୀଡିତ। ଏପରିକି ଔଷଧ ବି କାମ ଦେଉନି। ଅନିଦ୍ରା ଅନେକ ରୋଗର କାରଣ ପାଲଟିଛି। ଆପଣଙ୍କର ଏପରି ସମସ୍ୟା ରହିଛି କି ? ବ୍ୟସ୍ତ ହୁଅନ୍ତୁନି। ଏମିତି  କିଛି ଖାଦ୍ୟ ରହିଛି ଯାହାକୁ ଖାଇଲେ ରାତିରେ ଭଲ ନିଦ ହୋଇଥାଏ। ଏଠାରେ ଆମେ ଏମିତି ୫ଟି ଖାଦ୍ୟ ବିଷୟରେ ଉଲ୍ଲେଖ କରିଛୁ। […]

author-image
Minati Mishra
ବିଳମ୍ବିତ ରାତିଯାଏ ନିଦ ଆସୁନି ? ଆପଣାନ୍ତୁ ଏହି ୫ଟି ଜିନିଷ

65547789877

ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ, ମାନସିକ ଚାପ ଏମିତି ବଢିଯାଇଛି ଯେ, ଆଖିର ନିଜ ହଜିଯାଉଛି। ଆଜିକାଲି ଅଧିକାଂଶ ଲୋକ ସେଥିପାଇଁ ଅନିଦ୍ରା ରୋଗରେ ପୀଡିତ। ଏପରିକି ଔଷଧ ବି କାମ ଦେଉନି। ଅନିଦ୍ରା ଅନେକ ରୋଗର କାରଣ ପାଲଟିଛି। ଆପଣଙ୍କର ଏପରି ସମସ୍ୟା ରହିଛି କି ? ବ୍ୟସ୍ତ ହୁଅନ୍ତୁନି।

Advertisment

ଏମିତି  କିଛି ଖାଦ୍ୟ ରହିଛି ଯାହାକୁ ଖାଇଲେ ରାତିରେ ଭଲ ନିଦ ହୋଇଥାଏ। ଏଠାରେ ଆମେ ଏମିତି ୫ଟି ଖାଦ୍ୟ ବିଷୟରେ ଉଲ୍ଲେଖ କରିଛୁ।

କନ୍ଦମୂଳ- କନ୍ଦମୂଳରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ କ୍ୟାଲସିୟମ୍‌ ରହିଛି, ଯାହା ଶରୀରକୁ ହାଲ୍‌କା କରାଏ। ତେଣୁ ରାତିରେ ଖାଇ ସାରିବା ପରେ ଏହାକୁ ଖାଇଲେ ଭଲ ନିଦ ହୋଇଥାଏ।

Advertisment

publive-image

ପିସ୍ତା- ମୁଠାଏ ଡ୍ରାଏ ଫ୍ରୁଟସ୍‌ (କାଜୁ, ବାଦାମ, ପିସ୍ତା) ପ୍ରତିଦିନ ଖାଇବା ଦରକାର। ଏହାଦ୍ୱାରା ଶରୀର ସୁସ୍ଥ ରହେ। କିନ୍ତୁ ଆପଣ ପିସ୍ତାକୁ ଦିନରେ ଖାଇବା ପରିବର୍ତ୍ତେ ରାତିରେ ଖାଇଲେ ଭଲ । କାରଣ ପିସ୍ତାରେ ଥିବା ମ୍ୟାଗ୍ନେସିୟମ, ପ୍ରୋଟିନ୍‌ ଏବଂ ଭିଟାମିନ୍‌ ବି-୬ ଶରୀରକୁ ହାଲ୍‌କା ଅନୁଭବ କରାଏ ଓ ଏହାଦ୍ୱାରା ଭଲ ନିଦ ହୋଇଥାଏ।
publive-image

ହର୍ବାଲ୍‌ ଚା- କିଛି ଲୋକ ଦିନରେ ଖାଇସାରିବା ପରେ ଗ୍ରୀନ୍‌ ଟି ବା ହର୍ବାଲ୍‌ ଟି ପିଅନ୍ତି। ତେବେ ରାତିରେ ଖାଇ ସାରିବା ପରେ ହର୍ବାଲ୍‌ ଟି ପିଇଲେ ଶିରାପ୍ରଶିରାକୁ ଆରାମ ମିଳେ ଓ ନିଦ ଭଲ ହୋଇଥାଏ।

publive-image

ଓଟ୍‌ସ- ସାଧାରଣତଃ ସମସ୍ତେ ଓଟ୍‌ସକୁ ସକାଳେ ବ୍ରେକ୍‌ ଫାଷ୍ଟରେ ଖା’ନ୍ତି। ତେବେ ଆପଣ ଏହାକୁ ରାତିରେ ଖାଇବା ଅଭ୍ୟାସ କରନ୍ତୁ। କାରଣ ଏଥିରେ ଥିବା  ମେଲାଟୋନିନ ଶରୀରକୁ ରିଲାକ୍ସ କରିଥାଏ, ଯାହାଦ୍ୱାରା ଭଲ ନିଦ ହୋଇଥାଏ।

publive-image

ବାଦାମ- ପିସ୍ତା ପରି ବାଦାମକୁ ରାତିରେ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ଏଥିରୁ ମିଳୁଥିବା ଟ୍ରାଇପ୍ଟୋଫେନ୍‌ ଏବଂ ମ୍ୟାଗ୍ନେସିୟମ ଶରୀରକୁ ଆରମ୍‌ ଦେଇଥାଏ।

Advertisment
Advertisment