Advertisment

For Choosing Valentine’s Day Gifts : ଆପଣଙ୍କ ସାଥୀଙ୍କୁ କେବେ ବି ଦିଅନ୍ତୁ ନାହିଁ ଏହି ଉପହାର; ଭାଙ୍ଗିଯିବ ସଂପର୍କ

ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ଏହି ଦିନ ଭାଲେଣ୍ଟାଇନ୍ ଡେ’ ପାଳନ କରିବା ନେଇ ରହିଛି ବିଶେଷ ଗୁରୁତ୍ୱ। ଏହା ପଛରେ ଜଡିତ ଅଛି ଜଣେ ସନ୍ଥଙ୍କ କାହାଣୀ। ଆସନ୍ତୁ ଜାଣିବା।

author-image
Pramod Behera
For Choosing Valentine’s Day Gifts

ଆପଣଙ୍କ ସାଥୀଙ୍କୁ କେବେ ବି ଦିଅନ୍ତୁ ନାହିଁ ଏହି ଉପହାର Photograph: (OTV)

ପ୍ରତିବର୍ଷ ୧୪ ଫେବୃଆରୀରେ ‘ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମର ଦିନ ପାଳନ କରାଯାଏ। ପ୍ରେମ କରୁଥିବା ଲୋକଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଯାଏ। ପ୍ରେମୀ ଯୁଗଳ ସାରାବର୍ଷ ଏହି ଦିନକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଗୋଟିଏ ବର୍ଷ ଅପେକ୍ଷା କରିବା ପରେ, ଏହି ଦିନ ସେମାନେ ନିଜର ମନ କଥାକୁ ମନର ମଣିଷ ପାଖରେ ପ୍ରକାଶ କରନ୍ତି। 

Advertisment

ଏହି ଦିନକୁ ସ୍ମରଣୀୟ କରିବା ପାଇଁ ସମସ୍ତେ କିଛି ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି। ଯାହାଫଳରେ ସେମାନଙ୍କର ସ୍ମୃତି ବର୍ଷସାରା ସତେଜ ରହିଥାଏ। ଭାଲେଣ୍ଟାଇନ୍ସ ଡେ’ରେ କିଛି ଲୋକ ନିଜ ସାଥୀମାନଙ୍କୁ କିଛି ବିଶେଷ ଉପହାର ମଧ୍ୟ ଦିଅନ୍ତି, କିନ୍ତୁ ବେଳେବେଳେ ଲୋକମାନେ ଜାଣିଶୁଣି କିମ୍ବା ଅଜାଣତରେ ଏମିତି କିଛି ଉପହାର ବାଛନ୍ତି ଯାହା ଶୁଭ ନ ହୋଇ ଅଶୁଭ ହୋଇଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ ଏହିପରି ଉପହାରଗୁଡ଼ିକ ସମ୍ପର୍କରେ ତିକ୍ତତା ଆଣିପାରେ। ଯଦି ଆପଣ ମଧ୍ୟ ଏହି ଭାଲେଣ୍ଟାଇନ୍ସ ଡେ’ରେ ଆପଣଙ୍କ ସାଥୀଙ୍କୁ କିଛି ଉପହାର ଦେବାକୁ ଚାହାଁନ୍ତି, ତେବେ ଜାଣନ୍ତୁ କେଉଁ ଉପହାର ଆପଣଙ୍କ ସମ୍ପର୍କ ପାଇଁ ବିପଜ୍ଜନକ ହୋଇପାରେ। ଏହି ସବୁ ଉପହାର ବାଛିବାରୁ ଦୂରେଇ ରହିବା ଭଲ।

ରୁମାଲ ଏବଂ କଲମ ଦିଅନ୍ତୁ ନାହିଁ:

କାହାକୁ ରୁମାଲ୍‌ କିମ୍ବା କଲମ ଦେବା ଉଚିତ ନୁହେଁ। ବିଶେଷକରି ଆପଣଙ୍କ ସାଥୀଙ୍କୁ କେବେ ବି ନୁହେଁ। ଯଦି ଆପଣ ନିଜର କାମ ସହିତ ଜଡିତ କୌଣସି ବି ଜିନିଷ ଉପହାର ଦିଅନ୍ତି, ଏହା ବ୍ୟବସାୟରେ କ୍ଷତି ଆଣିଥାଏ। ଏହା ସହିତ ସମ୍ପର୍କରେ ତିକ୍ତତା ମଧ୍ୟ ସୃଷ୍ଟି ହୁଏ।

Advertisment

କଳା ପୋଷାକ କଦାପି ଉପହାର ଦିଅନ୍ତୁ ନାହିଁ:

ହିନ୍ଦୁ ଧର୍ମରେ କଳା ରଙ୍ଗକୁ ଅଶୁଭ ବୋଲି ବିବେଚନା କରାଯାଏ। ତେଣୁ କୌଣସି ଶୁଭ କାମରେ କାହାକୁ କଳା ପୋଷାକ ଉପହାର ଦେବା ଉଚିତ ନୁହେଁ। ଯଦି କେହି ଆପଣଙ୍କୁ ଏହି ରଙ୍ଗର ପୋଷାକ ଉପହାର ଦେଇଛନ୍ତି, ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ଯୋତା ଦିଅନ୍ତୁ ନାହିଁ:

ଆଜିକାଲି ଉପହାରରେ ଜୋତା ଦେବାର ଧାରା ଚାଲିଲଣି। କିନ୍ତୁ ଭୁଲରେ ଆପଣଙ୍କ ସାଥୀଙ୍କୁ ଜୋତା ଉପହାର ଦିଅନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁଯାୟୀ ଜୋତା ଅଲଗା ହେବାର ପ୍ରତୀକ ଅଟେ। ଏପରି ପରିସ୍ଥିତିରେ ଜୋତା ଉପହାର ଦେଇ ଆପଣଙ୍କୁ ଅଲଗା ହେବାକୁ ପଡିପାରେ। ତେଣୁ ଏହି ଉପହାରରୁ ଦୂରେଇ ରୁହନ୍ତୁ।

ଘଣ୍ଟା ଦିଅନ୍ତୁ ନାହିଁ:

ଆଜିକାଲି ଲୋକମାନେ ଉପହାର ସ୍ୱରୂପ ଘଣ୍ଟା ମଧ୍ୟ ଦେଉଛନ୍ତି। ଯଦି ଆପଣ କାହାର ଉନ୍ନତି ଚାହୁଁଛନ୍ତି ତେବେ କେବେ ବି କାହାକୁ ଘଣ୍ଟା ଉପହାର ଦିଅନ୍ତୁ ନାହିଁ। କାରଣ ବାସ୍ତୁ ଅନୁଯାୟୀ, କାହାକୁ ଘଣ୍ଟା ଉପହାର ଦେବା ଠିକ୍ ନୁହେଁ। ଏହା କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ହେବା ବନ୍ଦ ହୋଇଯାଏ।

ଅତର ଦିଅନ୍ତୁ ନାହିଁ:

ଅତର ହେଉଛି ଏମିତି ଏକ ଉପହାର ଯାହାକୁ ପ୍ରାୟ ଲୋକ ଦେବାକୁ ପସନ୍ଦ କରନ୍ତି। କିନ୍ତୁ ଏହାକୁ ଆପଣଙ୍କ ସାଥୀକୁ ଉପହାର ରୂପେ ଦେବା ଆପଣଙ୍କ ପାଇଁ ଅସୁବିଧା ଆଣିପାରେ। ଏହା ବ୍ୟତୀତ, ମଦ କିମ୍ବା ଜୁସ୍ ଭଳି ଜିନିଷ ଦେବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ବାସ୍ତୁ ଅନୁଯାୟୀ, ଏହା କରିବା ଦ୍ୱାରା ପାରସ୍ପରିକ ସମ୍ପର୍କରେ ଦୂରତା ସୃଷ୍ଟି କରେ।

Gift valentines day Valentine's Day
Advertisment
Advertisment