Advertisment

How to Remove Holi Colors: ଦେହରେ ଲାଗିଥାଉ ଯେତେ କଡା ରଙ୍ଗ, ଏକା ଥରେ ଛାଡ଼ିବ; ଆପଣଙ୍କ ପାଇଁ ୭ଟି ସହଜ ଟ୍ରିକ୍ସ

ହୋଲି ତ ଖେଳିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି, କିନ୍ତୁ ଯେତେବେଳେ ହୋଲି ରଙ୍ଗ ସଫା କରିବାର ବେଳ ଆସେ ଏହା ଏକ ଦଣ୍ଡ ଭଳି ଲାଗେ। ଆଜିକାଲି ଏମିତି କିଛି କେମିକାଲ୍ ରଙ୍ଗ ଅଛି ଯାହା ସହଜରେ ଛାଡି ନ ଥାଏ। ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଜାଣନ୍ତୁ ରଙ୍ଗ ଛଡାଇବାର ୭ଟି ଟିପ୍ସ।

author-image
Pramod Behera
How to Remove Holi Colors

ଦେହରେ ଲାଗିଥାଉ ଯେତେ କଡା ରଙ୍ଗ, ଏକା ଥରେ ଛାଡ଼ିବ Photograph: (OTV)

ହୋଲି ଏକ ହସ-ଖୁସିର ପର୍ବ। ଏହା ସମସ୍ତଙ୍କ ମନରେ ଆନନ୍ଦ ଭରିଦିଏ। ଏହି ହସ-ଖୁସିର ପର୍ବ ସରିଗଲା ପରେ ବି ମୁହଁ ଆଉ ବେକରେ ରହିଯାଏ ଏହାର ଚିହ୍ନ। ହୋଲି ଖେଳିବା ସିନା ହାଲୁକା ରଙ୍ଗରୁ ଆରମ୍ଭ ହୁଏ, କିନ୍ତୁ ଯେତେବେଳେ ଏହାର ମାହୋଲ ବଢିଯାଏ ଧିରେ ଧିରେ ପକେଟ୍‌ରୁ ବାହାରେ କଡା ରଙ୍ଗ। ଏହି ରଙ୍ଗ ଦେହ-ମୁଣ୍ଡରେ ଲାଗିଲେ କିଛି ଦିନ ରହିଯାଏ।

Advertisment

ଆପଣଙ୍କୁ ଯଦି ହୋଲିର ପରଦିନ ଅଫିସ୍, ସ୍କୁଲ କିମ୍ବା କଲେଜକୁ ଯିବାକୁ ପଡିବ, ତେବେ ଏହି ରଙ୍ଗୀନ ଚେହେରା ସହିତ କିପରି ବାହାରକୁ ଯିବେ ସେନେଇ ସମସ୍ୟା ଦେଖାଦିଏ। ତେବେ ଏଠାରେ କିଛି ସହଜ ଟିପ୍ସ ଜାଣନ୍ତୁ ଯାହା ସାହାଯ୍ୟରେ ଆପଣ ହୋଲିର ଏହି କଡା ରଙ୍ଗକୁ ସହଜରେ ଛଡାଇପାରିବେ।

ଗୋଲାପ ଜଳ, କାକୁଡି ରସ ଓ ଭିନେଗାର:

କାକୁଡିରୁ ରସ ବାହାର କରି ସେଥିରେ କିଛି ଗୋଲାପ ଜଳ ଏବଂ ଗୋଟିଏ ଚାମଚ ଭିନେଗାର ମିଶାନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ ଏବଂ ଏଥିରେ ଶରୀରକୁ ସଫା କରନ୍ତୁ। ଆପଣଙ୍କ ଦେହରେ ଲାଗିଥିବା ସମସ୍ତ ଦାଗ ଛାଡିଯିବ ଏବଂ ଚର୍ମ ଚମକିବ।

Advertisment

ମୂଳା ରସ, କ୍ଷୀର ଓ ବେସନ:

ମୂଳାରୁ ରସ ବାହାର କରି ଏଥିରେ କ୍ଷୀର ଏବଂ ବେସନ କିମ୍ବା ମଇଦା ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଚର୍ମରେ ଲଗାନ୍ତୁ। କିଛି ସମୟ ରଖିବା ପରେ ସଫା କରନ୍ତୁ।

ଲେମ୍ବୁ, ବେସନ ଓ କ୍ଷୀର:

ବେସନରେ ଲେମ୍ବୁ ଓ କ୍ଷୀର ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଆପଣଙ୍କ ଚର୍ମରେ ଲଗାନ୍ତୁ। ଏହାକୁ ଚର୍ମରେ ପ୍ରାୟ ପନ୍ଦରରୁ କୋଡ଼ିଏ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ମୁହଁ ଏବଂ ହାତକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

ଯଅ ଅଟା ଏବଂ ବାଦାମ ତେଲ:

ଯଅ ଅଟା ଏବଂ ବାଦାମ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଚର୍ମରେ ଲଗାଇ ରଙ୍ଗ ସଫା କରନ୍ତୁ। ଏହା ଏକ ସ୍କ୍ରବ୍ ଭାବରେ କାମ କରିବ ଏବଂ ରଙ୍ଗ ଛଡେଇବାରେ ସାହାଯ୍ୟ କରିବ।

ଜିଙ୍କ୍‌ ଅକ୍ସାଇଡ୍ ଏବଂ ଜଡା ତେଲ:

ଯଦି ଆପଣଙ୍କ ଚର୍ମରେ ଗାଢ ରଙ୍ଗ ଲାଗିଛି, ତେବେ ଦୁଇ ଚାମଚ ଜିଙ୍କ୍‌ ଅକ୍ସାଇଡ୍ ଏବଂ ଦୁଇ ଚାମଚ ଜଡା ତେଲ ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ। ଏକ ସ୍ପଞ୍ଜ୍ ସହିତ ଚମଡାରେ ହାଲୁକା ଭାବେ ଘଷନ୍ତୁ ଏବଂ ୨୦-୨୫ ମିନିଟ୍ ପରେ ସାବୁନ ଲଗାଇ ଧୋଇ ଦିଅନ୍ତୁ। ଆପଣଙ୍କ ଚର୍ମରେ ଥିବା ସବୁ ରଙ୍ଗ ଛାଡିଯିବ।

ଅମୃତଭଣ୍ଡା ଓ କ୍ଷୀର:

କିଛି କଞ୍ଚା ଅମୃତଭଣ୍ଡା ଗ୍ରାଇଣ୍ଡ୍‌ କରି କ୍ଷୀରରେ ମିଶାନ୍ତୁ। ଏଥିରେ ଟିକେ ମୁଲ୍‌ତାନୀ ମାଟି ଏବଂ ଅଳ୍ପ ବାଦାମ ତେଲ ମିଶାନ୍ତୁ। ଏହାକୁ ଚର୍ମରେ ଲଗେଇ ପ୍ରାୟ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ।

କ୍ଷୀର, କମଳା ଚୋପା, ମସୁର ଡାଲି ଏବଂ ବାଦାମ:

କ୍ଷୀରରେ କମଳା ଚୋପା, ମସୁର ଡାଲି ଏବଂ ବାଦାମ ଗ୍ରାଇଣ୍ଡ୍‌ କରି ମିଶାନ୍ତୁ ଆଉ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ପୁରା ଚର୍ମରେ ଲଗାନ୍ତୁ ଏବଂ ଏହାକୁ ମାଲିସ୍ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ। ଚର୍ମରୁ ରଙ୍ଗ ସଫା ହେବା ସହ ଏହା ଚମକିବ।

Holi Celebration Holi Celebrations Holi Utsav
Advertisment
Advertisment