/odishatv-khabar/media/post_attachments/uploadimage/library/16_9/16_9_0/priyanka_1625095127.jpg)
priyanka
ମୁମ୍ବାଇ: ବଲିଉଡ୍ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଉପହାର ନେଇ ଆସୁଛନ୍ତି। ନୂଆବର୍ଷରେ ରିଲିଜ୍ ହେବାକୁ ଯାଉଛି ତାଙ୍କ ଅଭିନୀତ ଫିଲ୍ମ ‘ୱି କ୍ୟାନ୍ ବି ହିରୋଜ୍’। ନିକଟରେ ଏହାର ଟିଜର ରିଲିଜ୍ ହୋଇଛି। ଇନ୍ଷ୍ଟାଗ୍ରାମରେ ପ୍ରିୟଙ୍କା ଏହି ଟିଜର ଶେଆର କରି ଲେଖିଛନ୍ତି, ଏହି ଫିଲ୍ମର ସୁଟିଂ କରି ମୁଁ ଅନେକ ଅନୁଭୂତି ସାଉଁଟିଛି। ଖାସ୍ କରି ନିର୍ଦ୍ଦେଶକ ରବର୍ଟ ରୋଡ୍ରିଗେଜ୍ ଓ ଏହି ପିଲାମାନଙ୍କ ସହ ସୁଟିଂ ସମୟର ନିଆରା ଅନୁଭୂତି ମିଳିଲା। ନୂଆବର୍ଷରେ ଏହି ଫିଲ୍ମଟି ନେଟ୍ଫ୍ଲିକ୍ସରେ ଷ୍ଟ୍ରିମିଂ କରିବ।
ପ୍ରିୟଙ୍କାଙ୍କର ଏହି ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ନାନା ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ପ୍ରିୟଙ୍କାଙ୍କୁ ତାଙ୍କ ନୂଆ ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇବା ସହ କିଛି ଲୋକ ତାଙ୍କୁ ହଲିଉଡ୍ ଫିଲ୍ମ ସହ ବଲିଉଡ୍ରେ ମଧ୍ୟ ଚଳଚ୍ଚିତ୍ର କରିବା ଆବଶ୍ୟକ ବୋଲି କହିଛନ୍ତି।
ଆଉ କିଛି ଲୋକ ପ୍ରିୟଙ୍କାଙ୍କ କାମ ସମସ୍ତ ଭାରତୀୟଙ୍କୁ ଗର୍ବ ଅନୁଭବ କରାଇବ ବୋଲି କହିଛନ୍ତି।
ଶେଷଥର ପାଇଁ ପ୍ରିୟଙ୍କାଙ୍କୁ ବଲିଉଡ୍ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ’ରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ କରିଥିଲେ ଫାରାହାନ୍ ଅଖତର୍।
ଆହୁରି ପଢ଼ନ୍ତୁ:ଅଲଗା ହେବେ ବହୁ ଚର୍ଚ୍ଚିତ ଆଇଏଏସ୍ ଦମ୍ପତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)