Advertisment

ଭାଇକୁ ମନେ ପକେଇଲେ ନୀତୁ ସିଂହ କୀର୍ତ୍ତି, ‘କହିଲେ, ଏଥର ଦିୱାଲି ସୁଶାନ୍ତ ପାଇଁ’

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସଂହ ରାଜପୁତ ମୃତ୍ୟୁକୁ ଯଥେଷ୍ଟ ଦିନ ହୋଇଗଲାଣି। ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇ ପାରିନାହିଁ। ମୁମ୍ବାଇ ପୋଲିସ, ସିବିଆଇ ସମସ୍ତଙ୍କର ଯାଞ୍ଚ ସରିଲାଣି। ହେଲେ ସୁଶାନ୍ତ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇ ପାରିନାହିଁ। ଏକମାତ୍ର ପୁତ୍ର ତଥା ଭାଇକୁ ହରାଇବା ପରେ ସୁଶାନ୍ତଙ୍କ ପରିବାରରେ ଯେମିତି ଅନ୍ଧକାର ଛାଇ ଯାଇଛି। ଦୀପାବଳି ଅବସରରେ ସୁଶାନ୍ତଙ୍କ ଭଉଣୀ ଭାଇକୁ ମନେ ପକାଇବା ସହ ଏକ ଭିଡିଓ ଶେୟାର କରିଛନ୍ତି। ଭଉଣୀ […]

author-image
Minati Mishra
ଅଦ୍ୟତନ ହୋଇଛି
ଭାଇକୁ ମନେ ପକେଇଲେ ନୀତୁ ସିଂହ କୀର୍ତ୍ତି, ‘କହିଲେ, ଏଥର ଦିୱାଲି ସୁଶାନ୍ତ ପାଇଁ’

susant

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସଂହ ରାଜପୁତ ମୃତ୍ୟୁକୁ ଯଥେଷ୍ଟ ଦିନ ହୋଇଗଲାଣି। ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇ ପାରିନାହିଁ। ମୁମ୍ବାଇ ପୋଲିସ, ସିବିଆଇ ସମସ୍ତଙ୍କର ଯାଞ୍ଚ ସରିଲାଣି। ହେଲେ ସୁଶାନ୍ତ ମୃତ୍ୟୁ ରହସ୍ୟର ଉନ୍ମୋଚନ ହୋଇ ପାରିନାହିଁ।

Advertisment

ଏକମାତ୍ର ପୁତ୍ର ତଥା ଭାଇକୁ ହରାଇବା ପରେ ସୁଶାନ୍ତଙ୍କ ପରିବାରରେ ଯେମିତି ଅନ୍ଧକାର ଛାଇ ଯାଇଛି। ଦୀପାବଳି ଅବସରରେ ସୁଶାନ୍ତଙ୍କ ଭଉଣୀ ଭାଇକୁ ମନେ ପକାଇବା ସହ ଏକ ଭିଡିଓ ଶେୟାର କରିଛନ୍ତି। ଭଉଣୀ ନୀତୁ ସିଂହ କୀର୍ତ୍ତି ସୁଶାନ୍ତଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଫଟୋ ଶେୟାର କରିବା ସହ ଏକ ଭିଡିଓରେ ‘SSR ଦୀପାବଳି’ ଟାଗ ଲାଇନ ସହ ସମସ୍ତଙ୍କୁ ସ୍ୱତନ୍ତ୍ର ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି।

ଶ୍ୱେତା ସିଂହ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସୁଶାନ୍ତଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ‘ଦିୱାଲିରେ SSR ପାଇଁ  ପ୍ରସ୍ତୁତ ରୁହନ୍ତି...ସୁଶାନ୍ତ ଲୋକଙ୍କ ଜୀବନ ଖୁସିରେ ଭରିଦେବା ପାଇଁ ଚାହୁଁଥିଲା। ଚାଲ, ଆମେ ସବୁ ଏଇ ଦିୱାଲିରେ କିଛି ଭଲ କାମ କରିବା। ଯେମିତି ସୁଶାନ୍ତ କରିଥିଲା। ଛୋଟ ଦୋକାନୀ, ଗରିବ ଏବଂ ଅଭାବି ଲୋକଙ୍କ ଠାରୁ ଦୀପ, ମହମବତୀ କିଣିବା। ସେଇ ଲୋକଙ୍କୁ ମିଠା ବାଣ୍ଟିବା ଯେଉଁମାନେ କିଣି ପାରିବେନି। ମଣିଷପଣିଆକୁ ବଞ୍ଚାଇ ରଖ ଏବଂ ଆବଶ୍ୟକ ଥିବା ଲୋକଙ୍କ ସାହାଯ୍ୟ କର।’

Advertisment

ଏହି ଫଟୋ ଶେୟାର କରି ଶ୍ୱେତା ଲେଖିଛନ୍ତି ‘ଏହି ଦିୱାଲି...ସୁଶାନ୍ତ ପାଇଁ। ଭଲ ପାଇବା ବାଣ୍ଟ ଏବଂ ଲୋକଙ୍କ ଦୃଦୟରେ ଆଶାର କିରଣ ଭରିଦିଅ। ଏହି ଦିୱାଲି SSR ଷ୍ଟାଇଲରେ ସେଲିବ୍ରେଟ କର। #Diwali4SSR।

Advertisment
Advertisment