Advertisment

ଅଭିନେତ୍ରୀ ତମନ୍ନାଙ୍କୁ କରୋନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ତଥା ବାହୁବଳିର ହିରୋଇନ୍‌ ତମନ୍ନା ଭାଟିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହାଇଦ୍ରାବାଦ୍‌ରେ ସେ ଏକ ୱେବ୍‌ ସିରିଜ୍‌ ଶୁଟିଂ କରୁଥିଲେ। କିଛିଦିନ ହେବ କରୋନା ଭାଇରସ ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ଟେଷ୍ଟ କରାଇନେବା ଉଚିତ୍ ଭାବିଥିଲେ। ଏହାପରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଖବର ଅନୁସାରେ, ତମନ୍ନା ବର୍ତ୍ତମାନ ବେଙ୍ଗାଲୁରୁର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏକ୍ସପର୍ଟ ଡାକ୍ତରୀ ଟିମ୍‌ ତତ୍ୱାବଧାନରେ ତାଙ୍କର ଚିକିତ୍ସା […]

author-image
Abinash Pati
ଅଭିନେତ୍ରୀ ତମନ୍ନାଙ୍କୁ କରୋନା

tamanna

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ତଥା ବାହୁବଳିର ହିରୋଇନ୍‌ ତମନ୍ନା ଭାଟିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହାଇଦ୍ରାବାଦ୍‌ରେ ସେ ଏକ ୱେବ୍‌ ସିରିଜ୍‌ ଶୁଟିଂ କରୁଥିଲେ। କିଛିଦିନ ହେବ କରୋନା ଭାଇରସ ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ଟେଷ୍ଟ କରାଇନେବା ଉଚିତ୍ ଭାବିଥିଲେ। ଏହାପରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

Advertisment

ଖବର ଅନୁସାରେ, ତମନ୍ନା ବର୍ତ୍ତମାନ ବେଙ୍ଗାଲୁରୁର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏକ୍ସପର୍ଟ ଡାକ୍ତରୀ ଟିମ୍‌ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି।

ତେବେ ମାସକ ପୂର୍ବରୁ ତମନ୍ନାଙ୍କ ବାପା ସନ୍ତୋଷ ଭାଟିଆ ଓ ମା' ରଞ୍ଜନ ଭାଟିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ହେଲେ ତମନ୍ନାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହାର ମାସକ ପରେ ତମନ୍ନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment
Advertisment
Advertisment