Advertisment

ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍‌ଙ୍କୁ ପଛରେ ପକାଇ ଦେଇଥିଲେ ସୁସ୍ମିତା

ମୁମ୍ବାଇ: ଆସନ୍ତାକାଲି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଜନ୍ମଦିନ। ୧୯ ନଭେମ୍ବରରେ ୧୯୭୫ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ସୁସ୍ମିତା।  ୧୯୯୪ରେ ସେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ। ସେହି ବର୍ଷ ସେ ମିସ୍ ୟୁନିଭର୍ସରେ ମଧ୍ୟ ଭାଗନେଇଥିଲେ। ସେତେବେଳେ ସୁସ୍ମିତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଉଭୟ ସୁସ୍ମିତା ସେନ୍ ଏବଂ ଐଶ୍ୱର୍ଯ୍ୟା ରାୟ ଅଂଶଗ୍ରହଣ କରିଥିଲେ। ଗୋଆରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ତେବେ ଏହି ପ୍ରତିଯୋଗିତାରେ ଐଶ୍ୱର୍ଯ୍ୟାଙ୍କୁ ଜଣେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍‌ଙ୍କୁ ପଛରେ ପକାଇ ଦେଇଥିଲେ ସୁସ୍ମିତା

sushmita

ମୁମ୍ବାଇ: ଆସନ୍ତାକାଲି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଜନ୍ମଦିନ। ୧୯ ନଭେମ୍ବରରେ ୧୯୭୫ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ସୁସ୍ମିତା।  ୧୯୯୪ରେ ସେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ। ସେହି ବର୍ଷ ସେ ମିସ୍ ୟୁନିଭର୍ସରେ ମଧ୍ୟ ଭାଗନେଇଥିଲେ। ସେତେବେଳେ ସୁସ୍ମିତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା।

Advertisment

ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଉଭୟ ସୁସ୍ମିତା ସେନ୍ ଏବଂ ଐଶ୍ୱର୍ଯ୍ୟା ରାୟ ଅଂଶଗ୍ରହଣ କରିଥିଲେ। ଗୋଆରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ତେବେ ଏହି ପ୍ରତିଯୋଗିତାରେ ଐଶ୍ୱର୍ଯ୍ୟାଙ୍କୁ ଜଣେ ଦୃଢ ପ୍ରତିଯୋଗୀ ଭାବୁଥିଲେ ସୁସ୍ମିତା। ସେ ଐଶ୍ୱର୍ଯ୍ୟାଙ୍କୁ ମାତ୍‌ ଦେଇ ଏହି ଟାଇଟେଲ୍‌ ହାସଲ୍‌ କରିବାକୁ ନେଇ ଦ୍ୱନ୍ଦ୍ୱରେ ଥିବା ବେଳେ ଗୋଟେ ପ୍ରଶ୍ନର ଉତ୍ତର ଦେଇ ସୁସ୍ମିତା ସଫଳତା ହାସଲ୍‌ କରିନେଇଥିଲେ।

publive-imageଏହି ପ୍ରତିଯୋଗିତାର ପ୍ରଶ୍ନ ଉତ୍ତର ରାଉଣ୍ଡରେ ଜଜ୍ ଐଶ୍ୱର୍ଯ୍ୟା ରାୟଙ୍କୁ ପଚାରିଲେ, 'ତୁମେ ତୁମ ଜୀବନସାଥୀ ମଧ୍ୟରେ କେଉଁ ଗୁଣ ଦେଖିବାକୁ ଚାହୁଁଛ? ରିଜ୍ ଫରେଷ୍ଟରଙ୍କ ପରି ବୋଲ୍ଡ ଏବଂ ବିୟୁଟିଫୁଲ୍‌ ନା ମେସନ୍ କେପୱେଲ ପରି( ଦୁହେଁ ହଲିଉଡ୍‌ ସିରିଜ୍‌ର ଚରିତ୍ର)?  ଯାହାର ଉତ୍ତରରେ ସେ ମେସନ୍ କ୍ୟାପୱେଲ କହିଥିଲେ, ମେସନ୍‌ ବହୁତ ଯତ୍ନଶୀଳ ଏବଂ ତାଙ୍କର ସେନ୍‌ସ୍‌ ଅଫ୍‌ ହ୍ୟୁମର ବହୁତ ଭଲ ବୋଲି ଐଶ୍ ଉତ୍ତର ଦେଇଥିଲେ।

Advertisment

publive-imageସେପଟେ,  ସୁସ୍ମିତାଙ୍କୁ  ଦେଶର ବୟନ ଶିଳ୍ପ ବିଷୟରେ ତୁମେ କ’ଣ ଜାଣ? ଏହା କେବେ ଆରମ୍ଭ ହେଲା? ଏବଂ ଆପଣ କ'ଣ ପିନ୍ଧିବାକୁ ପସନ୍ଦ କରିବେ? ବୋଲି ପଚରାଗଲା ଯାହାର ଉତ୍ତରରେ ସୁସ୍ମିତା କହିଥିଲେ, 'ମୁଁ ଭାବୁଛି ଏହା ମହାତ୍ମା ଗାନ୍ଧୀଙ୍କ ସମୟରୁ ଆରମ୍ଭ ହୋଇଥିଲା। ମୁଁ ଭାରତୀୟ ଏବଂ ପାରମ୍ପାରିକ ପୋଷାକ ପିନ୍ଧିବାକୁ ଭଲପାଏ। ମୁଁ ମୋର ଆଲମାରୀରେ ଭାରତୀୟ ପୋଷାକ ମଧ୍ୟ ରଖିଛି ବୋଲି କହିଥିଲେ।' ଏହି ଉତ୍ତର ପାଇଁ ସୁସ୍ମିତାଙ୍କୁ ଭଲ ପଏଣ୍ଟ ମିଳିଥିବା ବୋଲି କୁହାଯାଏ।

Advertisment
Advertisment