Advertisment

ନାଲି ଲେହଙ୍ଗା ପିନ୍ଧି ରିସେପ୍‌ସନ ଫଟୋ ଶେୟାର କଲେ ସନା ଖାନ୍‌

ମୁମ୍ବାଇ: ଆଜିକାଲି ସୋଶାଲ ମିଡିଆରେ ସନା ଖାନ୍‌ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ମୌଲାନା ମୁଫ୍‌ତୀ ଅନସ ଖାନ୍‌ଙ୍କୁ ବିବାହ କରିବେ ବୋଲି ଘୋଷଣା କରି ସେ ସମସ୍ତଙ୍କୁ ଚମକାଇ ଦେଇଥିଲେ। କିଛି ଦିନ ତଳେ ସେ ଅନସ୍‌ଙ୍କ ସହ ‍ଫଟୋ ମଧ୍ୟ ସେୟାର କରିଥିଲେ। ହେଲେ ଏବେ ବ୍ରାଇଡାଲ ଲେହଙ୍ଗା ପିନ୍ଧି ନବବଧୂ ବେଶରେ ସଜେଇ ହୋଇଥିବା ସନାଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଡିଜାଇନର ଲେହଙ୍ଗାରେ ସନା ଖୁବ୍‌ ସୁନ୍ଦର ଦିଶୁଛନ୍ତି। […]

author-image
Minati Mishra
ନାଲି ଲେହଙ୍ଗା ପିନ୍ଧି ରିସେପ୍‌ସନ ଫଟୋ ଶେୟାର କଲେ ସନା ଖାନ୍‌

sana-3

ମୁମ୍ବାଇ: ଆଜିକାଲି ସୋଶାଲ ମିଡିଆରେ ସନା ଖାନ୍‌ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ମୌଲାନା ମୁଫ୍‌ତୀ ଅନସ ଖାନ୍‌ଙ୍କୁ ବିବାହ କରିବେ ବୋଲି ଘୋଷଣା କରି ସେ ସମସ୍ତଙ୍କୁ ଚମକାଇ ଦେଇଥିଲେ। କିଛି ଦିନ ତଳେ ସେ ଅନସ୍‌ଙ୍କ ସହ ‍ଫଟୋ ମଧ୍ୟ ସେୟାର କରିଥିଲେ। ହେଲେ ଏବେ ବ୍ରାଇଡାଲ ଲେହଙ୍ଗା ପିନ୍ଧି ନବବଧୂ ବେଶରେ ସଜେଇ ହୋଇଥିବା ସନାଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଡିଜାଇନର ଲେହଙ୍ଗାରେ ସନା ଖୁବ୍‌ ସୁନ୍ଦର ଦିଶୁଛନ୍ତି।


ସନାଙ୍କର ଏହି ନବବଧୂ ବେଶ ତାଙ୍କର ବଲିମା ଲୁକ୍‌ ଅର୍ଥାତ୍‌ ରିସେପ୍ସନ ଫଟୋ ଅଟେ। ଲାଲ୍‌ ରଙ୍ଗର ଏହି ଲେହଙ୍ଗାରେ ସନା ଖୁବ୍‌ ଆକର୍ଷଣୀୟ ଲାଗୁଛନ୍ତି। ସେ ତାଙ୍କର ଏହି ଫଟୋରେ ଡିଜାଇନର ପୁନମ୍‌ର ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି।

publive-image

ବ୍ରାଇଡାଲ ଗେଟ୍‌ଅପ୍‌ରେ ସନାଙ୍କର ଏହି ନିଆରା ଅନ୍ଦାଜ୍‌ର ଫଟୋ ତାଙ୍କର ଫ୍ୟାନ୍ସଙ୍କ ପାଇଁ କୌଣସି ଉପହାରଠାରୁ କମ୍‌ ନୁହେଁ। ଫ୍ୟାନ୍ସମାନେ ଏହି ପୋଷ୍ଟରେ ସନାଙ୍କର ଖୁବ୍ ପ୍ରଶଂସା କରିଛନ୍ତି।

publive-image

ଏହି ଫଟୋରେ ସନା ଖାନ୍‌ଙ୍କର ଫୁଲ ଗେଟଅପ ଏପରିକି କ୍ଲୋଜଅପ୍‌ ଫଟୋ ବି ଦେଖିବାକି ମିଳିଛି। ଗହଣା ଏବଂ ହାତରେ ମେହେନ୍ଦି ଲଗାଇଛନ୍ତି। ଏଥିସହିତ ପୋଜ ବି ଦେଇଛନ୍ତି। ବଧୂବେଶରେ ଲାଜ ଲାଜ ଅନ୍ଦାଜର ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏହାକୁ ସେୟାର କରି ଲେଖିଛନ୍ତି ‘ବ୍ଲିଶିଂ ବ୍ରାଇଡ୍‌’।

publive-image

ଏହା ପୂର୍ବରୁ ସନା ଅନସଙ୍କ ସହ ଫଟୋ ସେୟାର କରି ଲେଖିଥିଲେ, ‘ ଆଲ୍ଲାଙ୍କ ଯୋଗୁ ଆମେ ଉଭୟ ଉଭୟଙ୍କୁ ଭଲ ପାଇଲୁ। ଆଲ୍ଲାଙ୍କ ଯୋଗୁ ବିବାହ କଲୁ। ଏହି ଦୁନିଆରେ ଆଲ୍ଲା ଆମକୁ ଏକାଠି ରଖନ୍ତୁ ଏବଂ ଜନ୍ନତରେ ଦ୍ୱିତୀୟ ଥର ପାଇଁ ଏକାଠି ମିଳାନ୍ତୁ।’

publive-image

ସେ ନିଜର ନାଁ ବଦଳାଇ ସୟଦ ସନା ଖାନ୍‌ ରଖିଛନ୍ତି। ପ୍ରକୃତରେ ତାଙ୍କ ସ୍ୱାମୀଙ୍କ ନା ଅନସ୍‌ ସୟଦ ଅଟେ। କୁହାଯାଉଛି, ସନାଙ୍କ ସ୍ୱାମୀ ଜଣେ ମୌଲାନା ଏବଂ ଗୁଜରାଟର ସୁରଟରେ ରୁହନ୍ତି।  ଏହା ପୂର୍ବରୁ ସନାଙ୍କ ବିବାହର କିଛି ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

publive-image

Advertisment
Advertisment
Advertisment