/odishatv-khabar/media/post_attachments/uploadimage/library/16_9/16_9_0/rabina1_1627277990.jpg)
rabina
ମୁମ୍ବାଇ: ବର୍ତ୍ତମାନ ସାର ବିଶ୍ୱରେ କରୋନା ସ୍ଥିତି ଗମ୍ଭୀର ରୂପ ନେଲାଣି। ଚାରିଆଡ଼େ ସରକାରୀ ଗାଇଡ୍ ଲାଇନ୍ ଜାରି ହେଉଛି। ଗାଡ଼ି ମଟର୍ ବନ୍ଦ। ବ୍ୟବସାୟ ବି ଠପ୍। ସରକାର କହୁଛନ୍ତି ଅତି ଆବଶ୍ୟକ ହେଲେ ଘରୁ ବାହାରନ୍ତୁ। ଏଭଳି ସ୍ଥିତିରେ ଯିଏ ବି ଘରୁ ବାହାରୁଛନ୍ତି ସାବଧାନତାର ସହ ବାହାରୁଛନ୍ତି। କିଛି ଏଭଳି ସାବଧାନତା ଆପଣାଇଛନ୍ତି ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ୍। ଟ୍ରେନ୍ରେ ବସିବା ପୂର୍ବରୁ ସେ ପ୍ରଥମେ ସିଟ୍କୁ ପୋଛି ପରିସ୍କାର କରୁଛନ୍ତି। ଆଉ ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ରବିନା ନିଜେ ଏହି ଭିଡିଓକୁ ଇନ୍ଷ୍ଟାରେ ଅପ୍ଲୋଡ୍ କରିବା ସହିତ ତାଙ୍କ ପ୍ରଶଂସକମାନଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ସେ ତାଙ୍କ ଇନ୍ଷ୍ଟାରେ ଲେଖିଛନ୍ତି, ଏପରି କରିବା ଦ୍ୱାରା ଆପଣ ନିଜେ ସୁରକ୍ଷିତ ରହିବା ସହ ଆପଣଙ୍କ ଆଖପାଖରେ ଥିବା ଲୋକମାନେ ମଧ୍ୟ ସୁରକ୍ଷିତ ରହିପାରିବେ। ତାଙ୍କର ଏହି ବାର୍ତ୍ତାରେ ଲୋକେ ସଚେତନ ହେବେ ବୋଲି ଆଶା କରିଛନ୍ତି ରବିନା। କରୋନା ପାଇଁ ସୁରକ୍ଷା ଓ ସତର୍କ ରହିବା ଆବଶ୍ୟକ ବୋଲି ରବିନା କହିଛନ୍ତି।
କରୋନା ସତର୍କତାକୁ ନେଇ ରବିନା ଆଉ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ସେ ମାସ୍କ ପିନ୍ଧି ପ୍ଲାଟଫର୍ମରେ ବୁଲୁଥିବାର ଦେଖାଯାଉଛି। ମାସ୍କ ପିନ୍ଧିବା ବିଷୟରେ ସତର୍କ କରି ମାସ୍କର ସାମ୍ନାରୁ ଧରି ନ ଖୋଲି ସାଇଟ୍ ବ୍ୟାଣ୍ଡରୁ ଖୋଲିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏଥିସହିତ ସତର୍କ ରହିବା ପାଇଁ ଫ୍ୟାନ୍ମାନଙ୍କୁ ଗ୍ଲୋବ୍ସ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଏହି ବଲିଉଡ୍ ଅଭିନେତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)