Advertisment

Singer Rajvir Jawanda Dies: ଆଉ ନାହାନ୍ତି ଏହି ଲୋକପ୍ରିୟ ଗାୟକ, ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ

ଆଉ ନାହାନ୍ତି ପଞ୍ଜାବ ଜଣାଶୁଣା ଗାୟକ ତଥା ଅଭିନେତା ରାଜବୀର ଜୱାନ୍ଦା। ବୁଧବାର ମୋହାଲିର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ସେପ୍ଟେମ୍ବର ୨୭ ତାରିଖରେ ହିମାଚଳ ପ୍ରଦେଶରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ।

author-image
Manas Ranjan Mohanty
Punjabi-Singer-Passes-Away

Punjabi-Singer-Passes-Away Photograph: (OTV)

ଆଉ ନାହାନ୍ତି ପଞ୍ଜାବୀର ଜଣାଶୁଣା ଗାୟକ ତଥା ଅଭିନେତା ରାଜବୀର ଜୱାନ୍ଦା। ବୁଧବାର ମୋହାଲିର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ସେପ୍ଟେମ୍ବର ୨୭ ତାରିଖରେ ହିମାଚଳ ପ୍ରଦେଶରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। କିଛି ଦିନ ଧରି ହସ୍ପିଟାଲରେ ରହିବା ପରେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Advertisment

୩୫ ବର୍ଷୀୟ ରାଜବୀର, ତାଙ୍କ ବାଇକ୍‌ରେ ସିମଲା ଯାଉଥିଲେ। ଏହି ସମୟରେ ରାସ୍ତାରେ ଷଣ୍ଢ ଲଢେଇ ଗୋରୁ ଯୋଗୁଁ ସେ ନିୟନ୍ତ୍ରଣ ହରାଇଲେ। ଫଳରେ ତାଙ୍କ ବାଇକ୍ ଏକ ଦ୍ରୁତଗାମୀ ଟ୍ରକ୍ ସହିତ ଧକ୍କା ହୋଇଥିଲା। ତାଙ୍କ ମୁଣ୍ଡ ଏବଂ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଦୁର୍ଘଟଣା ପରଠାରୁ ସେ ଲାଇଫ୍ ସପୋର୍ଟରେ ଥିଲେ। ଚିକିତ୍ସା ସମୟରେ ହାର୍ଟ ଆଟାକ୍ ଆସିବାରୁ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଡାକ୍ତରଙ୍କ ପୂରା ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ।

ପିଲାଦିନୁ ସେ ସଂଗୀତ ପ୍ରିୟ ଥିଲେ। ଦୂରଦର୍ଶନରେ ଏକ ସୁଟିଂ ସମୟରେ ତାଙ୍କ ଗୀତକୁ ପ୍ରଶଂସା କରାଯାଇଥିଲା। ଏହା ପରେ ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ଆହୁରି ବଢିଗଲା। ଗାଁରେ ପାଠପଢ଼ା ଶେଷ କରି ସେ ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟରୁ ଥିଏଟର ଏବଂ ଟେଲିଭିଜନରେ ଏମଏ ଡିଗ୍ରୀ ହାସଲ କରିଥିଲେ।

Advertisment

ରାଜବୀର ୨୦୧୪ ରେ ‘ମୁଣ୍ଡା ଲାଇକ୍ ମି’ ଆଲବମ୍ ସହିତ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ‘ମୁକାବଲା’ ଏବଂ ‘କଙ୍ଗଣୀ ଭଳି ହିଟ୍ ଗୀତ ଦେଇଛନ୍ତି। "ସିଂଘପୁରା", "ମୁଣ୍ଡା ପ୍ୟାରା" ଏବଂ "ଜଟ୍ ଦି ଜମିନ୍" ଗୀତ ମାଧ୍ୟମରେ ରାଜବୀର ଲକ୍ଷ ଲକ୍ଷ ସଂଗୀତ ପ୍ରେମୀଙ୍କ ହୃଦୟରେ ରାଜ୍ କରନ୍ତି। ସେ ଅନେକ ପଞ୍ଜାବୀ ଫିଲ୍ମରେ ମଧ୍ୟ ଦମଦାର ଅଭିନୟ କରିଛନ୍ତି।

ତାଙ୍କ ମୃତ୍ୟୁ ଖବର ପଞ୍ଜାବୀ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇଦେଇଛି। ଅନେକ ପ୍ରସିଦ୍ଧ ଗାୟକ, ସଂଗୀତଜ୍ଞ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 

Advertisment
Related Articles
Advertisment