Advertisment

ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ସୋରିଷ କ୍ଷେତରେ ନଜର ଆସିଲେ ରାଜକୁମାର-ନୁସରତ୍‌‌

ମୁମ୍ବାଇ: ଦୀପାବଳି ଅବସରରେ ଆମାଜନ ପ୍ରାଇମରେ ରିଲିଜ୍‌ ହୋଇଛି ନୁସରତ ଭାରୁଚା ଏବଂ ରାଜକୁମାର ରାଓଙ୍କ ଚଳଚ୍ଚିତ୍ର ‘ଛଲାଙ୍ଗ’। ଏହି ଚଳଚ୍ଚିତ୍ରକୁ ଲୋକମାନେ ବେଶ୍‌ ଭଲପାଇବା ଦେଇଛନ୍ତି। ନିକଟରେ ସୋଶାଲ୍‌ ମିଡିଆରେ ନୁସ୍‌ରତ-ରାଜକୁମାରଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓରେ ନୁସରତ୍‌ ଏବଂ ରାଜଙ୍କୁ ‘ଦିଲ୍ଲ ୱାଲେ ଦୁଲ୍‌ହନିଆ ଲେ ଯାଏଗେଁ’ ଫିଲ୍ମର ଶାହାରୁଖ ଏବଂ କାଜୋଲଙ୍କ ଷ୍ଟାଇଲ୍‌ରେ ସୋରିଷ କ୍ଷେତରେ ନାଚୁଥିବାର ଦେଖିବାକୁ ମିଳିଛି। ଭିଡିଓକୁ ନୁସରତ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡିଓ […]

author-image
Biswobandita Swain
ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ସୋରିଷ କ୍ଷେତରେ ନଜର ଆସିଲେ ରାଜକୁମାର-ନୁସରତ୍‌‌

nushray

ମୁମ୍ବାଇ: ଦୀପାବଳି ଅବସରରେ ଆମାଜନ ପ୍ରାଇମରେ ରିଲିଜ୍‌ ହୋଇଛି ନୁସରତ ଭାରୁଚା ଏବଂ ରାଜକୁମାର ରାଓଙ୍କ ଚଳଚ୍ଚିତ୍ର ‘ଛଲାଙ୍ଗ’। ଏହି ଚଳଚ୍ଚିତ୍ରକୁ ଲୋକମାନେ ବେଶ୍‌ ଭଲପାଇବା ଦେଇଛନ୍ତି। ନିକଟରେ ସୋଶାଲ୍‌ ମିଡିଆରେ ନୁସ୍‌ରତ-ରାଜକୁମାରଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି। ଭିଡିଓରେ ନୁସରତ୍‌ ଏବଂ ରାଜଙ୍କୁ 'ଦିଲ୍ଲ ୱାଲେ ଦୁଲ୍‌ହନିଆ ଲେ ଯାଏଗେଁ' ଫିଲ୍ମର ଶାହାରୁଖ ଏବଂ କାଜୋଲଙ୍କ ଷ୍ଟାଇଲ୍‌ରେ ସୋରିଷ କ୍ଷେତରେ ନାଚୁଥିବାର ଦେଖିବାକୁ ମିଳିଛି।

Advertisment

ଭିଡିଓକୁ ନୁସରତ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡିଓ ଶେଆର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, ବଡ ବଡ ଦେଶରେ ଏଭଳି ସୁନ୍ଦର ଭିଡିଓ ତିଆରି ହୋଇଯାଏ।

ଭିଡିଓକୁ ଅଧ ଘଣ୍ଟା ମଧ୍ୟରେ ୮୦ ହଜାରରୁ ଅଧିକ ଲାଇକ୍‌ ମିଳିସାରିଛି। ଏହି ଭିଡିଓରେ ଲୋକମାନେ ନାନା ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। କିଛି ଲୋକ ରାଜକୁମାର ଏବଂ ନୁସରତ୍‌ଙ୍କ ଯୋଡି ଭଲ ଲାଗୁଛି କହିଥିବା ବେଳେ କିଛି ଲୋକ ଏହା ଛଲାଙ୍ଗର ଡିଲିଟେଡ୍‌ ସିନ୍‌ କି ବୋଲି ପ୍ରଶ୍ନ କରିଛନ୍ତି।

Advertisment

https://www.instagram.com/p/CHpRi8WFL3U/?utm_source=ig_web_copy_link

ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ 'ଛଲାଙ୍ଗ'ରେ ରାଜକୁମାର ରାଓ ଏବଂ ନୁସରତ ଭାରୁଚାଙ୍କ ସମେତ ମହମ୍ମଦ ଜିଶାନ ଆୟୁବ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହାନସାଲ ମେହେଟ୍ଟା।

Advertisment
Advertisment