/odishatv-khabar/media/media_files/2026/02/06/india-creates-history-2026-02-06-21-29-17.jpg)
ଇତିହାସ ରଚିଲା ଭାରତୀୟ ଯୁବ କ୍ରିକେଟ୍ ବାହିନୀ Photograph: (OTV)
ଇତିହାସ ରଚିଲା ଭାରତୀୟ ଯୁବ କ୍ରିକେଟ୍ ବାହିନୀ। ଇଂଲଣ୍ଡକୁ ହରାଇ ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ ଚାମ୍ପିୟନ୍। ରେକର୍ଡ ଷଷ୍ଠ ଥର ପାଇଁ ବିଶ୍ବକପ ଟାଇଟଲ ଜିତିଲା ଭାରତ। କାଲେବ ଫାଲକୋନରଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ହାରିଲା ଇଂଲଣ୍ଡ । ୨୦୦୦, ୨୦୦୮, ୨୦୧୨, ୨୦୧୮ ଏବଂ ୨୦୨୨ରେ ପରେ ଏବେ ୨୦୨୬ର ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ।
ହରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୦୦ ରନ୍ ରେ ପରାସ୍ତ କରିଛି। ଆଜିର ମ୍ୟାଚ୍ ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍ ଇଣ୍ଡିଆର ବ୍ୟାଟରମାନେ ଧୂଆଁଦାର ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୪୧୨ ରନ୍ ରେ ପାହାଡ଼ ଛିଡ଼ା କରିଥିଲେ।
ଫାଇନାଲ ମୁକାବିଲାରେ ଏତେବଡ଼ ସ୍କୋର ଟାର୍ଗେଟ୍ ଆଗରେ ପୂର୍ବରୁ ଚାପଗ୍ରସ୍ତ ଥିବା ଇଂଲଣ୍ଡ ୪୦.୨ ଓଭରରେ ୩୧୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ଏହା ଭାରତର ଲଗାତାର ଷଷ୍ଠ ଏବଂ ମୋଟ ଦଶମ ଫାଇନାଲ୍ ମୁକାବିଲା ଥିଲା। ଅନ୍ୟପକ୍ଷରେ, ଇଂଲଣ୍ଡ କେବଳ ଥରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତିପାରିଛି। ଇଂଲଣ୍ଡ ୧୯୯୮ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ହାତେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)