Advertisment

Ex Team Member Blames: ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରି ତାଙ୍କୁ ମାରିଦେଲେ , ଗୁମର ଖୋଲିଦେଲେ ହ୍ୟୁମାନଙ୍କ ଟିମ୍ ସଦସ୍ୟ

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଥମିବାର ନାଁ ଧରୁନି। ପଇସା ପାଇଁ ହ୍ୟୁମାନଙ୍କୁ ୟୁଜ କରାଯାଉଥିଲା। ଦେହ ଖରାପ ସତ୍ୱେ ଚିକିତ୍ସା ନକରାଇ ଷ୍ଟେଜ ଶୋ କରିବାକୁ ବାଧ୍ୟ କରାଯାଉଥୁଲା।

author-image
Manas Ranjan Mohanty
Humane-Sagar-Justice

Humane-Sagar-Justice Photograph: (OTV)

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଥମିବାର ନାଁ ଧରୁନି। ପଇସା ପାଇଁ ହ୍ୟୁମାନଙ୍କୁ ୟୁଜ କରାଯାଉଥିଲା। ଦେହ ଖରାପ ସତ୍ୱେ ଚିକିତ୍ସା ନକରାଇ ଷ୍ଟେଜ ଶୋ କରିବାକୁ ବାଧ୍ୟ କରାଯାଉଥୁଲା। ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କ ମ୍ୟାନେଜରଙ୍କ ବିରୁଦ୍ଧରେ ଏମିତି କିଛି ଅଭିଯୋଗ କରିଥିଲେ ହ୍ୟୁମାନଙ୍କ ମାଆ। ଏବେ ସେହି ସମାନ ଅଭିଯୋଗକୁ ଦୋହରାଇଛନ୍ତି ପୂର୍ବରୁ ତାଙ୍କ ଟିମରେ ଆଙ୍କର ଭାବେ କାମ କରୁଥିବା ଲିଜା। ଆଉ ମ୍ୟାନେଜର ଦିନେଶଙ୍କ ବିରୋଧରେ ବର୍ଷିଛନ୍ତି। ଏହା ସହ ସେ ଅନେକ ଖୁଲାସା ମଧ୍ୟ କରିଛନ୍ତି।

Advertisment

ହ୍ୟୁମାନଙ୍କ ସାଙ୍ଗରେ ଅନ୍ୟ ଟିମ୍ ସଦସ୍ୟମାନଙ୍କୁ କଥା କରାଇ ଦେଉନଥିଲେ ମ୍ୟାନେଜର୍। ଏପରିକି ଗୋଟିଏ ଶୋରେ ତାଙ୍କ କାମର ପ୍ରଶଂସା କରି ହାତ ମିଳାଇଥିଲେ ହ୍ୟୁମାନ। ହେଲେ ପରେ ଚକ୍ରାନ୍ତ କରି ଟିମରୁ ତାଙ୍କୁ ବାହାର କରାଯାଇଥିବା ଲିଜା ଅଭିଯୋଗ କରିଛନ୍ତି। ଗୋଟିଏ ଟିମ୍ ହ୍ୟୁମାନ ସାଗରଙ୍କୁ କବ୍ଜା କରି ରଖିଥିଲେ ବୋଲି କହିଛନ୍ତି ଲିଜା। ନିଜ ସ୍ୱାର୍ଥ ପାଇଁ ହ୍ୟୁମାନ ସାଗରଙ୍କୁ ମାରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।



ସେହିପରି ହ୍ୟୁମାନଙ୍କ ମାଆଙ୍କୁ ତାଙ୍କ ମ୍ୟାନେଜର ଦିନେଶ ଗାଳି ଦେଉଥିବା ଭିଡ଼ିଓକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଲିଜା। ଭିଡ଼ିଓ ଦେଖି ତାଙ୍କ ରକ୍ତ ଗରମ୍ ହୋଇଗଲା ବୋଲି କହିଛନ୍ତି। ମ୍ୟାନେଜର ପାଖରେ ମାନବିକତା ବୋଲି କିଛି ନାହିଁ। ପୁଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ମାଆ। ସେଭଳି ସ୍ଥଳେ ତାଙ୍କୁ ଶାନ୍ତ ନକରାଇ ଗାଳି ଦେବା କେତେ ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି। ତୁରନ୍ତ ମ୍ୟାନେଜରଙ୍କୁ ଆରେଷ୍ଟ କରାଯିବା ଦରକାର ବୋଲି ଲିଜା ଦାବି କରିଛନ୍ତି। 

ସ୍ୱାର୍ଥ୍ୟ ପାଇଁ ହ୍ୟୁମାନଙ୍କୁ ବ୍ୟବହାର କରୁଥିଲେ ତାଙ୍କ ମ୍ୟାନେଜର। ହ୍ୟୁମାନଙ୍କ ମାଆଙ୍କ ଭଳି ସମାନ ଅଭିଯୋଗ ଆଣିଛନ୍ତି ଲିଜା। ତେବେ ଏ ସଂପର୍କରେ ସଂପୃକ୍ତ ମ୍ୟାନେଜରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment
Advertisment
Related Articles
Advertisment