/odishatv-khabar/media/post_attachments/uploadimage/library/16_9/16_9_0/kangana_1625121049.jpg)
kangana
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଭାଇ ଅକ୍ସଦ୍ଙ୍କ ବିବାହ ହୋଇଛି। ନିକଟରେ ସୋଶାଲ୍ ମିଡିଆରେ ଭାଇଙ୍କ ବିବାହର ଫଟୋ ଶେଆର କରି କଙ୍ଗନା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ସେ ବିବାହରେ ପିନ୍ଧିଥିବା ଡ୍ରେସ୍ର ଫଟୋ ଶେଆର କରିଥିଲେ। କଙ୍ଗନା ପାରମ୍ପରିକ ଗୁଜୁରାଟୀ ବାନ୍ଧିନୀ ଲେହେଙ୍ଗା ସହ ସବ୍ୟସାଚ୍ଚୀ ଡିଜାଇନର୍ ଅଳଙ୍କାର ପିନ୍ଧିଥିଲେ। ତେବେ କଙ୍ଗନାଙ୍କର ଏହି ରାଜପୁତ ଲୁକ୍ ଡିଜାଇନ୍ କରିବା ପାଇଁ କେତେ ସମୟ ଲାଗିଥିଲା ଜାଣନ୍ତି?
ଏହି ଲେହେଙ୍ଗା ତିଆରି କରିବାକୁ ଡିଜାଇନର୍ମାନଙ୍କୁ ୧୪ ମାସ ସମୟ ଲାଗିଥିଲା। ଟ୍ୱିଟ୍ କରି କଙ୍ଗନା ଏହି ସୂଚନା ଦେଇଛନ୍ତି।
କଙ୍ଗନା ଲେଖିଛନ୍ତି, ଯେଉଁମାନେ ମତେ ଏହି ଲେହେଙ୍ଗା ବିଷୟରେ ପଚାରୁଥିଲେ ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ, ଏହା ଏକ ଗୁଜୁରାଟୀ ବାନ୍ଧିନୀ ଲେହେଙ୍ଗା। ଯାହାକୁ ତିଆରି କରିବା ପାଇଁ ୧୪ମାସ ସମୟ ଲାଗିଯାଇଥିଲା। ଡିଜାଇନର୍ ଅନୁରାଧା ବକିଲ ଏହାକୁ ତିଆରି କରିଛନ୍ତି। ମୋ ସାଙ୍ଗ ତଥା ପ୍ରଖ୍ୟାତ ଡିଜାଇନର୍ ସବ୍ୟସାଚ୍ଚୀ ଏହି ଲେହେଙ୍ଗା ପାଇଁ ଗହଣା ପ୍ରସ୍ତୁତ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)