/odishatv-khabar/media/post_attachments/uploadimage/library/16_9/16_9_0/best_1625087853.jpg)
best
ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ରିଆଲିଟି ଶୋ 'ଇଣ୍ଡିଆସ୍ ବେଷ୍ଟ ଡ୍ୟାନ୍ସର' ଟ୍ୟାଗ୍ ହାସଲ୍ କରିଛନ୍ତି ଟାଇଗର ପପ୍। ରବିବାର ଦିନ ଶୋର ଗ୍ରାଣ୍ଡ ଫିନାଲେ ଥିଲା। ଯେଉଁଠାରେ ଟାଇଗର ପପ୍ ବିଜୟୀ ହେବା ସହ ପୁରସ୍କାର ରାଶୀ ସ୍ୱରୁପ ୧୫ ଲକ୍ଷ ଟଙ୍କା ଏବଂ ଭିଟାରା ବ୍ରିଜା କାର୍ ପାଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କ କୋରିଓଗ୍ରାଫର ଭର୍ତ୍ତିକାଙ୍କୁ ମଧ୍ୟ ୫ଲକ୍ଷଟଙ୍କାର ଚେକ୍ ମିଳିଛି।
ଟାଇଗର ଗୁରୁଗ୍ରାମରେ ରୁହନ୍ତି। ଶୋ’ର ଶ୍ରେଷ୍ଠ ୭ଜଣ ନୃତ୍ୟଶିଳ୍ପୀଙ୍କୁ ମଧ୍ୟ ୧ଲକ୍ଷ ଟଙ୍କାର ନଗଦ ପୁରସ୍କାର ମିଳିଛି। ଏହି ଶୋ ’ଚଳିତ ବର୍ଷ ଫେବୃଆରୀରେ ଆରମ୍ଭ ହୋଇଥିଲା। ଏଥିରେ ମଲାଇକା ଆରୋରା, ଗୀତା କପୁର ଏବଂ ଟେରେନ୍ସ ଲୁଇସ୍ ବିଚାରକ ଭାବେ ରହିଥିଲେ। ଶୋ’କୁ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିଆ ହୋଷ୍ଟ କରୁଥିଲେ।
ଟାଇଟଲ୍ ଜିତିବା ପରେ ଟାଇଗର ପପ୍ କହିଛନ୍ତି, 'ମୁଁ ଭାରତର ଜଣେ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ହେବାକୁ ଚାହେଁ। ଆଜି ମୁଁ ଏହି ଶୋ ଜିତି ମୋ ପିଲା ଦିନର ସ୍ୱପ୍ନ ପୂରଣ କରିଛି। ଆଗକୁ ମୁଁ ପରିସ୍ରମ କରିବି ଏବଂ ମୋ ନାଚ ମାଧ୍ୟମରେ ଲୋକଙ୍କ ଭଲ ପାଇବା ସାଉଁଟିବି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)