Advertisment

Dalai Lama Win Grammy: ଦଲାଇ ଲାମାଙ୍କୁ ‘ଗ୍ରାମୀ ଆୱାର୍ଡ’, ଜାଣନ୍ତୁ କେଉଁ କ୍ୟାଟେଗୋରୀରେ ପାଇଲେ ପୁରସ୍କାର?

୯୦ ବର୍ଷ ବୟସରେ ସେ ନିଜର ପ୍ରଥମ ଗ୍ରାମୀ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି। ଶାନ୍ତି ଓ ଅହିଂସାର ବାର୍ତ୍ତା ବାହାକ ସାଜିଥିବା ଦଲାଇ ଲାମାଙ୍କ ଜୀବନକାଳ ମଧ୍ୟରେ ଏହା ଗୋଟିଏ ମହତ୍ତ୍ୱପୂର୍ଣ୍ଣ ମାଇଲଷ୍ଟୋନ ଭାବେ ଉଭା ହୋଇଛି।

author-image
Madhupriya Mistry
Dalai Lama

Dalai Lama Photograph: (OTV)

ତିବ୍ଦତର ଧାର୍ମିକ ନେତା ଦଲାଇ ଲାମା। ୯୦ ବର୍ଷ ବୟସରେ ସେ ନିଜର ପ୍ରଥମ ଗ୍ରାମୀ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି। ଶାନ୍ତି ଓ ଅହିଂସାର ବାର୍ତ୍ତା ବାହାକ ସାଜିଥିବା ଦଲାଇ ଲାମାଙ୍କ ଜୀବନକାଳ ମଧ୍ୟରେ ଏହା ଗୋଟିଏ ମହତ୍ତ୍ୱପୂର୍ଣ୍ଣ ମାଇଲଷ୍ଟୋନ ଭାବେ ଉଭା ହୋଇଛି।

Advertisment

ଦଲାଇ ଲାମାଙ୍କ ଶବ୍ଦର ଆଲବମ Meditations: The Reflections of His Holiness the Dalai Lamaକୁ ୬୮ତମ ବାର୍ଷିକ ଗ୍ରାମୀ ଆୱାର୍ଡର ଶ୍ରେଷ୍ଠ ଅଡିଓ ବୁକ, ନାରେସନ ଓ ଷ୍ଟୋରୀଟେଲିଂ ରେକର୍ଡିଂରେ ଏପରି ସଫଳତା ମିଳିଛି। ବିଶ୍ୱ ସ୍ରୋତାଙ୍କ ଉପରେ ଦଲାଇ ଲାମାଙ୍କ ନିରନ୍ତର ପ୍ରଭାବ ରହିଥିବା ଏହି ସମ୍ମାନ ସଙ୍କେତ ଦେଇଛି।

ଏହା ସହିତସେ ପ୍ରଥମ ଥର ପାଇଁ କେ-ପପ୍ ଏବଂ ଷ୍ଟିଭେନ୍ ସ୍ପିଲବର୍ଗଙ୍କ ସହ ଆୱାର୍ଡ ଜିତିବାରେ ଲିଷ୍ଟରେ ସାମିଲ ହୋଇଛନ୍ତି।  ଗ୍ରାମୀ ହେଉଛି ସଂଗୀତ ଜବତର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର। ଯାହା ପ୍ରତିବର୍ଷ ରେକର୍ଡିଂ ଏକାଡେମୀ ଦ୍ୱାରା କଳାକାର ଏବଂ ବୈଷୟିକ ବୃତ୍ତିଗତମାନଙ୍କ ଦ୍ୱାରା ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଦାନ କରାଯାଏ। ତେଣୁ ଦଲାଇ ଲାମାଙ୍କୁ ଗ୍ରାମୀ ସମ୍ମାନ ମିଳିବା ତାଙ୍କ ସ୍ୱର ବିଶ୍ୱରେ ପ୍ରଭାବ ପକାଇଥିବା ସ୍ପଷ୍ଟ କରୁଛି।

Advertisment

ଦଲାଇ ଲାମାଙ୍କ ବ୍ୟତୀତ ଏହି ବର୍ଗର ସମ୍ମାନ ପାଇଁ ଦୌଡ଼ରେ କାଥୀ ଗାର୍ଭେର, ଟ୍ରେଭୋର ନୋଆହ, କେଟଞ୍ଜି ବ୍ରାଉନ ଜ୍ୟାକସନ ଓ ଫାବ ମୋରଭାବନ ପ୍ରମୁଖ ରହିଥିଲେ। ସମସ୍ତଙ୍କୁ ପଛରେ ପକାଇ ଦଲାଇ ଲାଲା ସମ୍ମାନଜନକ ଗ୍ରାମୀ ଆୱାର୍ଡ ଜିତିଛନ୍ତି। 

ଆମେରିକାର ଲସ ଆଞ୍ଜେଲସରେ ଆୟୋଜିତ ପୁରସ୍କାର ଉତ୍ସବରେ ମନୋରଞ୍ଜନ ଦୁନିଆର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। କଥିତ ଭାଷା ବର୍ଗରେ ଦଲାଇ ଲାମା ବିଜୟୀ ହେବା ସଂଗୀତ ଦୁନିଆ ବାହାରେ ଥିବା ଜଣେ ବ୍ୟକ୍ତିଙ୍କ ପାଇଁ ବଡ଼ ସଫଳତା। 

ପ୍ରଥମଥର ପାଇଁ ମନୋରଞ୍ଜନ ଦୁନିଆ ବାହାରେ ଥିବା ଜଣେ ବ୍ୟକ୍ତି ଏପରି ଗ୍ରାମୀ ଆୱାର୍ଡ ପାଇ ନାହାନ୍ତି। ଏହାପୂର୍ବରୁ ବାରାକ ଓବାମା ୨୦୦୬ରେ ଶ୍ରେଷ୍ଠ କଥିତ ଶବ୍ଦ ଆଲବମ ଡ୍ରିମ୍ସ ଫର୍ମ ପମାଇଁ ଫାଦର ଓ ୨୦୦୮ରେ The Audacity of Hope ପାଇଁ ଦୁଇ ଥର ଗ୍ରାମୀ ପୁରସ୍କାର ଜିତିଥିଲେ।

ଆଇପୋଡରେ ସଂଗୀତ ପ୍ରତି ଅବଦାନ ପାଇଁ ୨୦୧୨ରେ ଷ୍ଟିଭ ଜବ୍ସ ମରୋଣତ୍ତୋର ଟ୍ରଷ୍ଟି ଗ୍ରାମୀ ସମ୍ମାନ ଜିତିଥିଲେ। ଏବେ ଦଲାଇ ଲାମା ନିଜକୁ ସେହି ବର୍ଗରେ ସାମିଲ କରି ଗ୍ରାମୀ ପୁରସ୍କାର ୯୦ ବର୍ଷ ବୟସରେ ଜିତିଛନ୍ତି। 

ଦଲାଇ ଲାମା କେବଳ ଜଣେ ଧର୍ମ ଗୁରୁ ନୁହଁନ୍ତି। ବରଂ ଶାନ୍ତି, ଅହିଂସା, କରୁଣା ଏବଂ ପାରସ୍ପରିକ ବୁଝାମଣାର ବିଶ୍ୱ ପ୍ରତୀକ। ସେ ମାନବୀୟ ମୂଲ୍ୟବୋଧ, ମାନସିକ ଶାନ୍ତି, କରୁଣା ଏବଂ ପାରସ୍ପରିକ ବୁଝାମଣା ଉପରେ ବକ୍ତୃତା ଦେଇ ସାରା ବିଶ୍ୱ ଭ୍ରମଣ କରିଛନ୍ତି। ୧୯୮୯ ମସିହାରେ, ତିବ୍ଦତୀୟ ଉଦ୍ଦେଶ୍ୟର ଶାନ୍ତିପୂର୍ଣ୍ଣ ସମର୍ଥନ ଏବଂ ଅହିଂସାର ବାର୍ତ୍ତା ପ୍ରସାର ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।

Grammy Dalai Lama Grammy Awards
Advertisment
Related Articles
Advertisment