/odishatv-khabar/media/media_files/2025/11/11/red-fort-blast-2025-11-11-13-15-53.jpg)
RED-FORT BLAST Photograph: (OTV)
ଡ୍ରାଇଭର୍ ସିଟ୍ରେ ମାସ୍କ ପିନ୍ଧି ବସିଥିଲା ଆତଙ୍କୀ ! ହୁଣ୍ଡାଇ ଆଇ-୨୦ କାରରେ ଘଟିଥିଲା ବିସ୍ଫୋରଣ । ସାମ୍ନାକୁ ଆସିଛି ଲାଲକିଲ୍ଲା ବ୍ଲାଷ୍ଟ ପୂର୍ବର ପ୍ରଥମ ସିସିଟିଭି ଫୁଟେଜ୍ । କାର୍ ଭିତରେ ଜଣେ ସନ୍ଦିଗ୍ଧ ବସିଥିବାର ଦେଖିବାକୁ ମିଳୁଛି ଫୁଟେଜରେ । ସେହି ସନ୍ଦିଗ୍ଧ କଳା ମାସ୍କ ପିନ୍ଧି ବସିଥିଲା ଡ୍ରାଇଭର୍ ସିଟ୍ରେ । ବିସ୍ଫୋରଣ ଘଟାଇବା ପୂର୍ବରୁ ଆଇ-୨୦ କାର୍କୁ ନେଇ ଟ୍ରାଫିକ୍ ପୋଷ୍ଟ ଦେଇ ଯାଇଥିଲା । ଆଉ ଏ ସନ୍ଦିଗ୍ଧ ଜଣକ ଆତଙ୍କବାଦୀ ଡାକ୍ତର ଉମର ମହମ୍ମଦ ବୋଲି କୁହାଯାଉଛି ।
ସମୟ ଅପରାହ୍ନ ୩ଟା ୧୯ ମିନିଟ୍ । ଧଳା ରଙ୍ଗର ଗୋଟିଏ ଆଇ-20 କାର୍ ଆସି ଛିଡା ହୋଇଥିଲା ଲାଲକିଲ୍ଲା ପାର୍କିଂରେ । ପ୍ରାୟ ୩ ଘଣ୍ଟା ଯାଏ ସେଠି ଅଟକିଥିଲା କାର୍ । ୬ଟା ୪୮ ମିନିଟ୍ରେ ପାର୍କିଂରୁ ବାହାରିଥିଲା । ସମୟ ସନ୍ଧ୍ୟା ପ୍ରାୟ ୬.୫୨ରେ ଏହି କାର୍ ଧୀରେ ଧୀରେ ଆସି ଅଟକିଲା ଟ୍ରାଫିକ୍ ରେଡ୍ ଲାଇଟରେ। ଆଉ ଏ ଗାଡି ଅଟକିବା କ୍ଷଣି ହଠାତ୍ ଘଟିଥିଲା ପ୍ରଚଣ୍ଡ ବିସ୍ଫୋରଣ ।
ଭୟରେ ଦୌଡିଥିଲେ ଲୋକେ
ଏ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୋହଲିଯାଇଥିଲା ସାରା ଅଞ୍ଚଳ । ଛିନଛତ୍ର ହୋଇଯାଇଥିଲେ ମଣିଷ, ପାଉଁଶ ହୋଇଯାଇଥିଲା ମାଳ ମାଳ ଗାଡ଼ି । ବିସ୍ଫୋରଣ ଘଟାଇଥିବା ଗାଡିରେ ପ୍ରଚୁର ପରିମାଣର ବିସ୍ଫୋରକ ବୋଝେଇ ଥିଲା । ବିସ୍ଫୋରଣ ପରେ ଖେଳି ଯାଇଥିଲା ଆତଙ୍କ । ଭୟରେ ଏଣେତେଣେ ଦୌଡିଥିଲେ ଲୋକେ । ତାହା ଭାଷାରେ ବର୍ଣ୍ଣନା କରିବା କଷ୍ଟ ।
ତେବେ ଏହି ଆଇ-20 କାର୍ କିଏ ଆଣିଥିଲା, କିଏ କିଏ ବସିଥିଲେ, ସେନେଇ ଏବେ ଛାନଭିନ୍ କରୁଛି ତଦନ୍ତକାରୀ ଏଜେନ୍ସି । ଜୈସ୍-ଇ-ମହମ୍ମଦ ଆତଙ୍କୀ ଉମର ମହମ୍ମଦ ଏହି କାର୍ ଚଲାଉଥିବା ସନ୍ଦେହ କରାଯାଉଛି । କାର୍ରେ ସେ ଏକୁଟିଆ ଥିଲା । ଏନେଇ ଏଯାଏଁ ପୋଲିସ କିଛି ସ୍ପଷ୍ଟ କରିନି ।
ସାରା ଦେଶକୁ ସ୍ତବ୍ଧ କରିଦେଇଛି ଲାଲ୍ଲକିଲ୍ଲା ବିସ୍ଫୋରଣ । ଏଥିରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ହୋଇଛନ୍ତି । ରାଜଧାନୀ ଛାତି ଉପରେ ଭୟଙ୍କର ହମ୍ଲା, ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ। ଲାଲ୍ଲକିଲ୍ଲା ବ୍ଲାଷ୍ଟ ପରେ ହାଇଆଲର୍ଟରେ ଦିଲ୍ଲୀ, ମୁମ୍ୱାଇ, ଉତ୍ତରପ୍ରଦେଶ, ଓଡିଶାଠୁ ଆରମ୍ଭ କରି ପୂରା ଦେଶ । ସବୁଠି ଭୟ, ଆତଙ୍କର ବାତାବରଣ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)