Advertisment

Showbiz Standoff: ଚୁକ୍ତି ଓ ପାଉଣାକୁ ନେଇ ପୁଣି ମାଲିକ-କଳାକାର ଝାମେଲା, ସାଇ ସତ୍ୟଜିତ୍ ପଣ୍ଡା ଓ ନାଣ୍ଡୁଙ୍କ ମଧ୍ୟରେ ବଢ଼ିଲା ବିବାଦ

ନାଣ୍ଡୁଙ୍କ ଅପେରା ପାର୍ଟିରେ ନାଟକ ଯେତିକି, ଯାତେରା ତାଠୁ ବେଶୀ। ତୁଳସୀ ଗଣନାଟ୍ୟରେ ମାଲିକ ଓ କଳାକାରଙ୍କ ବିବାଦକୁ ନେଇ ପୁଣି ଚର୍ଚ୍ଚାରେ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ। ନରୀ ପଣ୍ଡା, ପୂଜା ଓ ଶ୍ରୀକ୍ଷେତ୍ରଙ୍କ ଭଳି ଏବେ ଆଉ ଜଣେ କଳାକାରଙ୍କ ସହ ନାଣ୍ଡୁଙ୍କ ବିବାଦକୁ ନେଇ ଉଠୁଛିପଡୁଛି ଜଲିଉଡ୍।

author-image
Tapan Swain
Jollywood

Jollywood Photograph: (OTV)

ନାଣ୍ଡୁଙ୍କ ପାର୍ଟିରେ ନାଟକ କମ୍ । ମାଲିକ-କଳାକାରଙ୍କ ଅଧିକ ନାଟକବାଜି । ଶାନ୍ତ ‘ତୁଳସୀ’ରେ କଳାକାର ଅଶାନ୍ତି । ଗତ ବର୍ଷେରୁ ଦୁଇ ବର୍ଷ ହେବ ଅପେରା ‘ତୁଳସୀ’କୁ ନେଇ ଝାମେଲା ଲାଗି ରହିଛି । ବିଶେଷ କରି ମାଲିକ ନାଣ୍ଡୁଙ୍କ ନାଁରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସୁଛି। ପ୍ରଥମେ ନରୀ ପଣ୍ଡା, ପରେ ଶ୍ରୀକ୍ଷେତ୍ର, ଅଭିନେତ୍ରୀ ପୂଜାଙ୍କ ପରି କିଛି କଳାକାର ନାଣ୍ଡୁଙ୍କ ନାଁରେ ଅଭିଯୋଗ ଆଣିଥିଲେ। ଆଉ ଏବେ ପୁଣି ଅଭିନେତା ସାଇ ସତ୍ୟଜିତ୍ ପଣ୍ଡା ଓ ତାଙ୍କ ମା’ ନାଣ୍ଡୁଙ୍କ ନାଁରେ FIR କରିଛନ୍ତି ।

Advertisment

ତୁଳସୀ ଗଣନାଟ୍ୟରେ ଯାତେରା ବେଶୀ

ମାନସିକ ଭାବେ ନିର୍ଯାତନା ଓ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ନେଇ ଅଭିନେତା ସାଇଙ୍କ ମା’ ଥାନାରେ ଅଭିଯୋଗ ଆଣିଥିବାବେଳେ ଆଉ ଯାତ୍ରା ମଞ୍ଚକୁ ଚଢ଼ିବେ ନାହିଁ ବୋଲି ରୋକଠୋକ୍ ଶୁଣାଦେଇଛନ୍ତି। ସେପଟେ ଏହି କଥାକୁ ଶୁଣିବା ପରେ ଯେମିତି ଚିହିଁକି ଉଠିଛନ୍ତି ତୁଳସୀ ମାଲିକ ଅନନ୍ତ ନାରୋୟଣ ଧଳ ଓରଫ ନାଣ୍ଡୁ ବାବୁ।

ସେପଟେ ‘ତୁଳସୀ’ ଗଣନାଟ୍ୟର ଅଭିନେତା ସାଇ ସତ୍ୟଜିତ ପଣ୍ଡା, ନାୟିକା ପାୟଲ ପଟେଲ ଏବଂ ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ହୋଇଛି । ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ପକ୍ଷରୁ ଏହି FIR କରାଯାଇଛି । ପରିଷଦର କର୍ମକର୍ତ୍ତାଙ୍କ କହିବା କଥା, ସାଇ ଓ ପାୟଲ ଚୁକ୍ତି କରିଛନ୍ତି ।

Advertisment

ଖଣ୍ଡଗିରିରେ ଏବେ ଯାତ୍ରା ଚାଲିଛି । ଦର୍ଶକମାନେ କଳାକାରଙ୍କ ନାଟକ ଦେଖିବାକୁ ଟିକେଟ୍ କରିଛନ୍ତି । ଏତିକି ବେଳେ ଯାତ୍ରା ଅଧାରୁ ଚାଲି ଯାଇଛନ୍ତି ସାଇ ଓ ପାୟଲ । ଇଏ ଯାତ୍ରା ଇତିହାସର ପ୍ରଥମ ଘଟଣା ବୋଲି କହିଛନ୍ତି ପରିଷଦର କର୍ମକର୍ତ୍ତା ମାନେ ।

ଅପେରା ତୁଳସୀ ପାଇଁ ବଢ଼ିଛି ଅଡୁଆ । ଖଣ୍ଡଗିରିର ଯାତ୍ରା ଘଡ଼ିରେ କଳାକାରଙ୍କ ଏ ରୋଷ ବଡ଼ ନାଟକକୁ ବେଶ୍ ପ୍ରଭାବିତ କରିପାରେ ବୋଲି କୁହାଯାଉଛି। ତୁଳସୀ ଅପେରାରେ ବାରବାର ଖିଟପିଟକୁ ନେଇ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି । 

Jollywood
Advertisment
Related Articles
Advertisment