Advertisment

AG Slams Naveen: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର କଲେ AG, କହିଲେ ମୁହଁ ଖୋଲିବା ପୂର୍ବରୁ ଆତ୍ମସମୀକ୍ଷା କରିବା ଉଚିତ ଥିଲା

ଏକ୍ସରେ ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟଙ୍କ କଡ଼ା ଜବାବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ପୀତାମ୍ବର ଆଚାର୍ଯ୍ୟ। ମୁହଁ ଖୋଲିବା ପୂର୍ବରୁ ଆତ୍ମସମୀକ୍ଷା କରିବା ଉଚିତ ଥିଲା କହିଛନ୍ତି।

author-image
Tapan Swain
AG Pitambar Acharya

AG Pitambar Acharya Photograph: (OTV)

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କୁ ଏଜି ପୀତାମ୍ବର ଆଚାର୍ଯ୍ୟ କଡ଼ା ଜବାବ। ଏକ୍ସରେ ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟଙ୍କ କଡ଼ା ଜବାବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ପୀତାମ୍ବର ଆଚାର୍ଯ୍ୟ। ମୁହଁ ଖୋଲିବା ପୂର୍ବରୁ ଆତ୍ମସମୀକ୍ଷା କରିବା ଉଚିତ ଥିଲା କହିଛନ୍ତି।

Advertisment

୭ ବର୍ଷ ଧରି ନବୀନଙ୍କ ଲିଗାଲ୍ ଟିମ ରାଜକୋଷରୁ କୋଟି କୋଟି ଶ୍ରାଦ୍ଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସକାରାତ୍ମକ ଚିନ୍ତାଧାରା ବାଟ ଦେଖାଇଛି। କେନ୍ଦ୍ରର ହସ୍ତକ୍ଷେପ ଯୋଗୁଁ ଉଭୟ ରାଜ୍ୟ ଆପୋଷ ସମାଧାନର ଦ୍ୱାରଦେଶରେ ରହିଛନ୍ତି। AG ଦାୟିତ୍ବ ନେବା ପରେ ସମସ୍ତ ଶୁଣାଣିରେ ମୋ ଉପସ୍ଥିତି ରାଜ୍ୟବାସୀଙ୍କୁ ଜଣା।

ଆଜିର ଶୁଣାଣି କେବଳ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା। ଆଜି ମୋ ଉପସ୍ଥିତିର ଆଦୌ ଆବଶ୍ୟକତା ନ ଥିଲା ବୋଲି କହିଛନ୍ତି AG ପୀତାମ୍ବର ଆଚାର୍ଯ୍ୟ। ନବୀନ ବାବୁଙ୍କ ଉକ୍ତି ନୈରାଶ୍ୟଜନକ। ହଠାତ ନିଦରୁ ଉଠି ପ୍ରଳାପ ଭଳି। ଆଜି ଟ୍ରିବ୍ୟୁନାଲରେ ଶୁଣାଣିରେ AGଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ କରିଥିଲେ ନବୀନ।...

Advertisment

ମାର୍ଚ୍ଚ ୧୪ରେ ମହାନଦୀ ଜଳ ବିବାଦ ଶୁଣାଣି

ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି। ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ କରିବେ ଟ୍ରିବ୍ୟୁନାଲ୍। ଟ୍ରିବ୍ୟୁନାଲ୍ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ। ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ୍ ଅବଧି ଶେଷ ହେବାକୁ ଯାଉଛି। ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ଟ୍ରିବ୍ୟୁନାଲ୍ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି।

୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଟ୍ରିବ୍ୟୁନାଲ୍ ଚେୟାରପର୍ସନ୍ ପଦ ଖାଲି ଥିବାରୁ ୯ ମାସ କାର୍ଯ୍ୟ ହୋଇନଥିଲା। ଯେଉଁଥି ପାଇଁ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି କହିଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ୱର ଆଚାର୍ଯ୍ୟ। .... 

Naveen Patnaik Pitambar Acharya Mahanadi Dispute
Advertisment
Related Articles
Advertisment