/odishatv-khabar/media/media_files/2026/02/07/meghalaya-coal-mine-explosion-2026-02-07-19-17-53.jpg)
ମେଘାଳୟରେ କୋଇଲା ଖଣି ବିସ୍ଫୋରଣ ଘଟଣା Photograph: (OTV)
ମେଘାଳୟରେ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟଣା। ଖଣି ବିସ୍ଫୋରଣରେ ମୋଟ ୨୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମେଘାଳୟର ପୂର୍ବ ଜୟନ୍ତିଆ ପର୍ବତାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଛି। ଗତ ୫ ତାରିଖରେ ଘଟିଥିଲା ଏ ବିସ୍ଫୋରଣ। ଖଣି ଭିତରେ ଆଉ କିଛି ଚାପି ହୋଇଥିବା ଅନୁମାନ କରାଯାଉଛି। ଫଳରେ ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା।
Advertisment
ମେଘାଳୟ ଇଷ୍ଟ ଜୟନ୍ତିଆ ହିଲ୍ସ ଜିଲ୍ଲାର ଏକ ବେଆଇନ୍ କୋଇଲା ଖଣିରେ ଏହି ବିସ୍ଫୋରଣ ହୋଇଥିଲା। ମୃତକ ଶ୍ରମିକମାନେ ଆସାମର ବୋଲି ଜଣାପଡିଛି। ତେବେ ଖଣି ଭିତରେ କେତେ ଶ୍ରମିକ ଥିଲେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କେମିତି ଓ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ NDRF ଓ SDRF ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତଦନ୍ତ ପରେ ବିସ୍ଫୋରଣର କାରଣ ଜଣାପଡ଼ିବ।
- ଖଣି ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୨୫ ମୃତ
- ମେଘାଳୟରେ କୋଇଲା ଖଣି ବିସ୍ଫୋରଣ ଘଟଣା
- ଖଣି ଭିତରେ ଶ୍ରମିକ ଚାପି ହୋଇଥିବା ଆଶଙ୍କା
- ମେଘାଳୟର ଇଷ୍ଟ ଜୟନ୍ତିଆ ହିଲ୍ସ ଜିଲ୍ଲାରେ ଘଟିଥିଲା ବିସ୍ଫୋରଣ
- ବେଆଇନ୍ କୋଇଲା ଖଣିରେ ଘଟିଥିଲା ଏ ବିସ୍ଫୋରଣ
- ମୃତକ ଶ୍ରମିକମାନେ ଆସାମର ବୋଲି ଜଣାପଡିଛି
- ଖଣି ଭିତରେ କେତେ ଶ୍ରମିକ ଥିଲେ ମିଳିନି ସ୍ପଷ୍ଟ ସୂଚନା
- ବିସ୍ଫୋରଣର କାରଣ ଅଶ୍ପଷ୍ଟ, ତଦନ୍ତ ଜାରି
- ଉଦ୍ଧାର କାର୍ଯ୍ୟରେ NDRF ଓ SDRF ଟିମ୍ ନିୟୋଜିତ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)