/odishatv-khabar/media/media_files/2025/11/26/human-2025-11-26-18-06-14.jpg)
HUMAN Photograph: (OTV)
ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କର ତିନି ସହଯୋଗୀଙ୍କ ଭୂମିକାକୁ ତଦନ୍ତ କରିବାକୁ ଥାନାରେ ଅଭିଯୋଗ । ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଓ ସେବାରେ ଅବହେଳା ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ହ୍ୟୁମାନ ରୋଜଗାର କରିଥିବା ବିପୁଳ ଟଙ୍କା ହେରଫେର ହୋଇଛି ବୋଲି ଅଭିଯୋଗ ହୋଇଛି। ମ୍ୟାନେଜର ଓ ପୁରା ଟିମ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିଛନ୍ତି ବୋଲି ଅଭିଯୋଗ ଉଠିଛି ।
ଏସବୁ ଭିତରେ ସାମ୍ନାକୁ ଆସିଛି ହ୍ୟୁମାନଙ୍କ ଶେଷ ଷ୍ଟେଜ୍ ସୋ’। ୯ ତାରିଖ ରାତିରେ ହ୍ୟୁମାନ ଭୁବନେଶ୍ବର ଏକ ଷ୍ଟାର୍ ହୋଟେଲରେ ଗାଇଥିଲେ ନିଜ ମାଆଙ୍କ ପାଇଁ ଗୀତ। ଏଠି ବି ହ୍ୟୁମାନଙ୍କୁ ଦେଖିଲେ ଯେ କେହି ବି କହିପାରିବେ କି ସବୁ କିଛି ଠିକ୍ ନଥିଲା। ନା ହ୍ୟୁମାନ ସୁସ୍ଥ ଦେଖାଯାଉଥିଲେ ନା ଗୀତ ଭଲରେ ଗାଇ ପାରୁଥିଲେ। ବାରମ୍ବାର ଅଟକୁଥିଲେ, ଗୀତ ଗାଇଲା ବେଳେ କଷ୍ଟ ଅନୂଭବ କରୁଥିଲେ। ଏମିତିକି ହ୍ୟୁମାନଙ୍କ ଭଏସ୍ ସମ୍ପୂର୍ଣ୍ଣ ବଦଳି ସାରିଥିଲା। ଯେମିତି ସେ ପୂର୍ବରୁ ଗୀତ ଗାଉଥିଲେ ସେମିତି ନଥିଲା। କହିବାକୁ ଗଲେ, ସବୁ କିଛି ଠିକ୍ ନଥିଲା। ତଥାପି ଷ୍ଟେଜ୍ ରେ ଗୀତ ଗାଉଥିଲେ। ହେଲେ କାହିଁକି ଓ କେଉଁ ଚାପ ତାଙ୍କୁ ଏଭଳି କରିବାକୁ ବାଧ୍ୟ କରୁଥିଲା ତାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଖାଲି ଏଇ ଗୋଟିଏ ସୋ’ ନୁହେଁ କିଛି ଦିନ ତଳେ ବାଲେଶ୍ବର ଖନ୍ତାପଡ଼ା ସୋ’ରେ ବି ଗୀତ ଗାଇ ପାରୁନଥିଲେ। ଏମିତିକି ୨୦୨୩ ମସିହାରେ ଆଠଗଡ଼ରେ ସୋ’ କଲା ବେଳେ ଅଚେତ ହୋଇପଡ଼ିଥିଲେ। ପରିସ୍ଥିତି ଏମିତି ହେଲା କି ଅଧାରୁ ସୋ’ ଛାଡ଼ି ସେ ଯାଇଥିଲେ।
Google Meet Down Today: କାମ କରୁନି ଗୁଗୁଲ୍ ମିଟ୍, ମିଟିଂ ଜଏନ୍ କରି ପାରୁନାହାନ୍ତି ୟୁଜର୍ସ

Food and Recipe: ବୁଧବାରରେ ଘରେ ବନାନ୍ତୁ 'ଚିକେନ୍ ଓନିଅନ୍’ , ରେସିପି ଖୁବ ସହଜ

Parking Strictly Prohibited: ରାଜଧାନୀବାସୀଙ୍କ ଚିନ୍ତା; ପାର୍କିଂ କରିବେ କେଉଁଠି?

Imran Khan 'Mysteriously' Killed? ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା! ଆଫଗାନିସ୍ତାନ ଗଣମାଧ୍ୟମର ଦାବି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)