Advertisment

ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

ମୁମ୍ବାଇ: ଆଶିକୀ ହିରୋ ରାହୁଲ ରାୟଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌।  ଗୁରୁତର ଅବସ୍ଥାରେ ଅଭିନେତା ରାହୁଲଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୯୯୦ ବ୍ଲକବଷ୍ଟର ‘ଆଶିକୀ’ ପାଇଁ ଅନେକ ପ୍ରଶଂସା ସାଉଁଟିଥିବା  ଅଭିନେତାଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ପରିବାର ସୂତ୍ରରୁ କୁହାଯାଇଛି। ୫୨ ବର୍ଷୀୟ ରାହୁଲ ରୟ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର  ପାଇଁ କାର୍ଗିଲରେ ସୁଟିଂ କରୁଥିଲେ।  କାର୍ଗିଲର ଗାଲଭାନ ଭ୍ୟାଲି ଉପରେ ଆଧାରିତ […]

author-image
Minati Mishra
ଅଦ୍ୟତନ ହୋଇଛି
ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

rahul-ray

ମୁମ୍ବାଇ: ଆଶିକୀ ହିରୋ ରାହୁଲ ରାୟଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌।  ଗୁରୁତର ଅବସ୍ଥାରେ ଅଭିନେତା ରାହୁଲଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୯୯୦ ବ୍ଲକବଷ୍ଟର 'ଆଶିକୀ' ପାଇଁ ଅନେକ ପ୍ରଶଂସା ସାଉଁଟିଥିବା  ଅଭିନେତାଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ପରିବାର ସୂତ୍ରରୁ କୁହାଯାଇଛି।

Advertisment

୫୨ ବର୍ଷୀୟ ରାହୁଲ ରୟ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର  ପାଇଁ କାର୍ଗିଲରେ ସୁଟିଂ କରୁଥିଲେ।  କାର୍ଗିଲର ଗାଲଭାନ ଭ୍ୟାଲି ଉପରେ ଆଧାରିତ ଫିଲ୍ମ 'LAC' ପାଇଁ ସୁଟିଂ କରୁଥିଲେ। ଏହି ସମୟ ମଧ୍ୟରେ ସେ ବ୍ରେନ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଶ୍ରୀନଗରର ଡାକ୍ତରଖାନା ନେବାକୁ ପଡିଥିଲା।

ପରେ ତାଙ୍କ ଟିମ୍‌ ରାହୁଲଙ୍କୁ ମୁମ୍ବାଇ ଆଣି ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସୂଚନାଥାଉ କି, ପୂର୍ବରୁ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମିଳିଥିବା ସୂଚନାନୁସାରେ, ରାହୁଲ ବର୍ତ୍ତମାନ ଠିକ୍‌ ଅଛନ୍ତି ଏବଂ ତାଙ୍କ ଅବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି।

Advertisment

ଆହୁରି ପଢ଼ନ୍ତୁ:ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

୨୨ ବର୍ଷ ବୟସରେ ରାହୁଲ ରୟ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଆଶିକୀ'ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ 'ଜୁନୁନ୍' ଏବଂ 'ଫିର ତେରୀ କାହାନି ୟାଦ ଆୟ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ରାହୁଲ ରୟ ମଧ୍ୟ ପ୍ରଥମ ସିଜନରେ ରିଅଲିଟି ସୋ 'ବିଗ୍ ବସ୍'ର ବିଜେତା ହୋଇଛନ୍ତି |

ପଢ଼ନ୍ତୁ ଅପଡେଟ ଖବର: କେମିତି ଅଛନ୍ତି ରାହୁଲ ରୟ

Rahul Roy Health Update
Advertisment
Advertisment