/odishatv-khabar/media/post_attachments/uploadimage/library/16_9/16_9_0/amitav-2_1625111973.jpg)
amitav
ମୁମ୍ବାଇ:ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିଷେକ-ଐଶ୍ୱର୍ଯ୍ୟାଙ୍କ କନ୍ୟା ଆରାଧ୍ୟାର ଆଜି ଜନ୍ମଦିନ। ବଚ୍ଚନ ପରିବାର ସବୁଠାରୁ ଛୋଟ ଏବଂ ଗେହ୍ଲା ସଦସ୍ୟ ଆରାଧ୍ୟାର ଆଜି ୯ମ ଜନ୍ମଦିନ। ସେଥିପାଇଁ ଆଜି ଘରେ ଖୁସିର ମାହୋଲ। ତେବେ କରୋନା ପାଇଁ ଘରେ ସେପରି କୌଣସି ଗ୍ରାଣ୍ଡ ସେଲେବ୍ରେଶନ ହେଉନାହିଁ। ସମସ୍ତେ ନିଜ ନିଜ ଷ୍ଟାଇଲ୍ରେ ଆରାଧ୍ୟାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ମଧ୍ୟ ନିଜ ଗେହ୍ଲି ନାତୁଣୀକୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ନିଆରା ଷ୍ଟାଇଲ୍ରେ।
ଅମିତାଭ ସୋଶାଲ ମିଡିଆରେ ଆରାଧ୍ୟାର ବର୍ଥ ଡେ ଖୁସି ଶେୟାର କରିଛନ୍ତି। ଆରାଧ୍ୟାର ଫଟୋକୁ କୋଲାଜ କରି ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଆରାଧ୍ୟଙ୍କୁ ୯ ବର୍ଷ ହେଲା। ତେଣୁ ୯ଟି ଫଟୋକୁ କୋଲାଜ କରିଛନ୍ତି। ଏହି ଫଟୋକୁ ଶେୟାର କରି ଅମିତାଭ ଲେଖିଛନ୍ତି- ‘ଜନ୍ମଦିନର ଶୁଭକାମନା ଆରାଧ୍ୟା। ମୋର ସବୁ ଭଲପାଇବା ତୁମ ପାଇଁ..‘ ଏଥି ସହିତ କିଛି ରେଡ ହାର୍ଟ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି।
ଆରାଧ୍ୟାଙ୍କର ସବୁ ଫଟୋରେ ବିଗ୍ ବି ଏକ ନମ୍ବର ମଧ୍ୟ ଦେଇଛନ୍ତି। ଏହି ନମ୍ବର ଦ୍ୱାରା ଅମିତାଭ ଜଣାଇବାକୁ ଚାହୁଁଛନ୍ତି ଯେ ଆରାଧ୍ୟ କେଉଁ ବୟସରେ କେମିତି ଦିଶୁଥିଲେ। ଏହି ଫଟୋକୁ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷରୁ ଅଧିକ ଲାଇକ୍ ମିଳିଲାଣି। ଫ୍ୟାନ୍ସମାନେ ମଧ୍ୟ ନିଜ ନିଜ ଶୈଳୀରେ ଆରାଧ୍ୟାକୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)