/odishatv-khabar/media/post_attachments/uploadimage/library/16_9/16_9_0/aish-1_1625102417.jpg)
aish
ନୂଆଦିଲ୍ଲୀ: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡି ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି ଭାବରେ ପରିଗଣିତ ହୁଏ। ଐଶ୍ୱର୍ଯ୍ୟାଙ୍କ ସହ ଶାଶୂ ଜୟାଙ୍କର ମଧ୍ୟ ବେଶ୍ ଭଲ ସମ୍ପର୍କ ରହିଛି। ସେଥିପାଇଁ ଯେତେବେଳେ ସୁଯୋଗ ମିଳିଛି ଜୟା ବଚ୍ଚନ ବୋହୂ ଐଶ୍ଙ୍କ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ। ନିକଟରେ ଏ ସମ୍ପର୍କିତ ଏକ ଭିଡିଓ ଭାଇରାଲ୍ ହେଉଛି।
ଏହି ଭିଡିଓରେ ଜୟା ମୁଁ ଶାଶୂ ହେବା ପାଇଁ ଯାଉଛି। ମତେ ଗୋଟେ ସୁନ୍ଦର, ସଂସ୍କାରୀ ଏବଂ ସୁନ୍ଦର ଚରିତ୍ର ଥିବା ବୋହୂ ମିଳିଛି କହୁଥିବାର ଦେଖିବାକୁ ମିଳିଛି। ଏମିତି ପ୍ରଶଂସା ଶୁଣି ଐଶ୍ ମଧ୍ୟ ଭାବବିହ୍ୱଳ ହୋଇ ଉଠିଛନ୍ତି। ଭିଡିଓରେ ଐଶ୍ଙ୍କୁ ଷ୍ଟେଜ୍ ତଳେ ସ୍ୱାମୀ ଅଭିଷେକଙ୍କ ସହ ବସି କାନ୍ଦିବାର ଦେଖିବାକୁ ମିଳିଛି। ୨୦୦୭ ଫିଲ୍ମ ଫେୟାର ପୁରସ୍କାର ସମୟର ଏହି ଭିଡିଓକୁ ସୋଶାଲ୍ ମିଡିଆରେ ଲୋକମାନେ ଢେର୍ ଭଲ ପାଇବା ଦେଉଛନ୍ତି।
କେବଳ ଏହି ଫିଲ୍ମ ଫେୟାର ଆୱାର୍ଡ ନୁହେଁ, ଥରେ କରନ୍ ଜୋହର୍ଙ୍କ ଟକ୍ ଶୋ ‘କଫି ୱିଥ୍ କରନ୍’ରେ ଯୋଗ ଦେଇ ଜୟା ବଚ୍ଚନ ସେ ସବୁଠୁ ଭଲ ବୋହୂ ପାଇଛନ୍ତି ବୋଲି କହିଥିଲେ। ଜୟା କହିଥିଲେ, ଐଶ୍ ଜଣେ ଦକ୍ଷ କଳାକାର କିନ୍ତୁ ଆମେ ସମସ୍ତେ ଯେତେବେଳେ ଏକାଠି ହେଉ ସେ ସବୁ ବେଳ ଆମ ପଛରେ ଠିଆ ହୁଏ। ସବୁ କଥା ଶୁଣେ, ଏବଂ ଘରକୁ ଭଲ ଭାବେ ଚଳାଏ।
ଆହୁରି ପଢ଼ନ୍ତୁ:ମାଗି ପ୍ୟାକେଟ ଦେଖି ଏମିତି ଖୁସି ହେଲେ ଏହି KBC ର କରୋଡପତି
ଜୟା ଆହୁରି କହିଥିଲେ, ଝିଅ ସ୍ୱେତା ବିବାହ ପରେ ଯେତେବଳେ ଘର ଛାଡି ପଳେଇଲା, ସେତେବେଳେ ଅମିତାଭ ବଚ୍ଚନ ଝିଅର ଝଲକ୍ ଐଶ୍ଙ୍କ ମଧ୍ୟରେ ପାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)