/odishatv-khabar/media/post_attachments/uploadimage/library/16_9/16_9_0/aditya-1_1625112753.jpg)
aditya
ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁରଙ୍କର ଆଜି ଜନ୍ମଦିନ। ୧୬ ନଭେମ୍ବର ୧୯୮୫ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ 'ଲଣ୍ଡନ୍ ଡ୍ରିମ୍ସ' ମାଧ୍ୟମରେ ସେ ତାଙ୍କର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ତେବେ ୨୦୧୩ରେ ରିଲିଜ୍ ହୋଇଥିବା ଫିଲ୍ମ 'ଆଶିକି-୨' ଆଦିତ୍ୟଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।
ପିଲାଦିନୁ କିନ୍ତୁ ଆଦିତ୍ୟ କ୍ରିକେଟର ହେବାକୁ ଚାହୁଁଥିଲେ। ସେ କ୍ରିକେଟ୍ କୋଚିଂ ମଧ୍ୟ ନେଇଛନ୍ତି। ପ୍ରସିଦ୍ଧ ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ କାପୁର ଏବଂ ଅଭିନେତା କୁନାଲ ରୟ କାପୁରଙ୍କ ସାନ ଭାଇ ହେଉଛନ୍ତି ଆଦିତ୍ୟ।
ତେବେ ଆଦିତ୍ୟ ଅଭିନୟ ଜଗତରେ ପାଦ ଥାପିବା ପୂର୍ବରୁ ଜଣେ ଭିଜେ ବା ଭିଡିଓ ଜକି ଥିଲେ। ସେ 'ଚ୍ୟାନେଲ ଭି ଇଣ୍ଡିଆ'ରେ କାମ କରୁଥିଲେ। ଦର୍ଶକ ତାଙ୍କୁ ଭିଜେ ଭାବେ ମଧ୍ୟ ବେଶ୍ ପସନ୍ଦ କରୁଥିଲେ। ଏହା ପରେ ଆଦିତ୍ୟ ଟେଲିଭିଜନ ଜଗତ ଛାଡି ବଡ ପରଦାରେ ଧିରେ ଧିରେ କାମ ଆରମ୍ଭ କଲେ। ୨୦୦୯ରେ ସେ 'ଲଣ୍ଡନ ଡ୍ରିମ୍ସ’ ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ।
ପ୍ରଥମ ଚଳଚ୍ଚିତ୍ରରେ ଆଦିତ୍ୟ ସଲମାନ ଖାନ ଏବଂ ଅଜୟ ଦେବଗାନଙ୍କ ପରି ବଡ ଅଭିନେତାଙ୍କ ସହ କାମ କରିଥିଲେ। ଏହାପରେ ସେ ଅକ୍ଷୟ କୁମାର ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ 'ଆକ୍ସନ ରିପ୍ଲେ'ରେ ଅଭିନୟ କରିଥିଲେ।
ତେବେ ମଝିରେ ଆଦିତ୍ୟଙ୍କର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ଅଫେୟାର ଚାଲିଥିବା ନେଇ ଶୁଣିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ‘ଆଶିକି-୨’, 'ଦାୱତେ-ଇଶ୍କ', 'ଫିତୁର', 'ଲଭ୍ ୟୁ ଜିନ୍ଦାଗୀ', 'ଓକେ ଜାନୁ’ ‘ୱେଲ୍କମ୍ ଟୁ ନ୍ୟୁୟର୍କ', 'କଲଙ୍କ' ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଆଦିତ୍ୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)