/odishatv-khabar/media/media_files/2026/01/21/crime-2026-01-21-16-55-24.jpg)
Crime Photograph: (OTV)
ବନ୍ଦ ରୁମ୍ ଭିତରେ ନୃଶଂସ ପାଲଟିଲା ପତ୍ନୀ। ସାମାନ୍ୟ ବଚସାରୁ ଭୁଲିଗଲା ସାତ ଜନ୍ମର ସାଥୀକୁ। ଯିଏ ଦିନେ ମଥାରେ ସିନ୍ଦୁର ପିନ୍ଧାଇଥିଲା, ତା’ ରକ୍ତରେ ହିଁ ଖେଳିଲା ହୋଲି। ଅଳ୍ପ କଥା କଟାକଟିରୁ ଘଟାଇଲା ଜଘନ୍ୟକାଣ୍ଡ। ରାଗରେ କାଟି ଫିଙ୍ଗି ଦେଲା ସ୍ବାମୀର ଜିଭ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ବାମୀ ଛଟପଟ ହେଉଥିଲେ ମଧ୍ୟ ଟିକେ ଚାହିଁଲାନି। ଏଭଳି କିଛି ଲୋମଟାଙ୍କୁରା ଘଟଣା ଘଟିଛି ଉତ୍ତରପ୍ରଦଶେର ଗାଜିଆବାଦରେ।
ଗାଜିଆବାଦ ମୋଦିନଗର ସ୍ଥିତ ସଂଜୟପୁରୀ ଅଞ୍ଚଳରେ। ଏଠାରେ ରୁହନ୍ତି ବିପିନ। ସେ ଏକ ଫ୍ୟାକ୍ଟ୍ରିରେ କାମ କରନ୍ତି। ୧୦ ମାସ ତଳେ ମିରଟର ମଲିୟାନା ବାସିନ୍ଦା ଈଶାଙ୍କୁ ନିଜ ଜୀବନସାଥୀ କରି ଘରକୁ ଆଣିଥିଲେ। ବିବାହର କିଛି ଦିନ ବେଶ ହସଖୁସିରେ କଟିଥିଲେ। ସମୟ ଗଡିବା ସହ ସମ୍ପର୍କ ଧୀରେ ଧୀରେ ଖଟା ହେବାକୁ ଲାଗିଥିଲା। ନିଇତି କଥାକଥାରେ ବିପିନ ଓ ଈଶାଙ୍କ ମଧ୍ୟରେ ହେଉଥିଲା ଝଗଡ଼ା। ଏପରିକି ପଞ୍ଚାୟତ ଯାଏଁ ବି କଥା ଯାଉଥିଲା।
ଜାନୁଆରୀ ୧୯, ସୋମବାର। ରାତି ପ୍ରାୟ ୧୧ଟା। ବିପିନଙ୍କ ପାଇଁ ରୋଷେଇ କରିଥିଲେ ଈଶା। ରାତିରେ ଖାଇବା ପରେ ଖାଦ୍ୟ ସୁଆଦିଆ ହୋଇନଥିବା କହିଥିଲେ ବିପିନ। ବାସ୍ ଏତିକିରେ ରାଗି ଯାଇଥିଲେ ଈଶା। ଭିତରେ ଭିତରେ ଜଳୁଥିଲେ। ଦୁହେଁ ରୁମକୁ ଯିବା ପରେ ଏହି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ। ରାତି ପ୍ରାୟ ୧ଟା ଯାଏଁ ତୁ ତୁ ମେଁ ମେଁ ଚାଲିଥିଲା। ଏହାପରେ ନୃଶଂସ ପାଲଟି ଯାଇଥିଲେ ଈଶା। ରାଗରେ ପରିବା କଟା ଛୁରୀ ଆଣି ସ୍ବାମୀ ବିପିନର କାଟି ଦେଇଥିଲେ ଜିଭ। ରକ୍ତ ଜୁଡୁବୁହୁ ଅବସ୍ଥାରେ ବିପିନ ଚିତ୍କାର ଖଣ୍ଡିଆ ଜିଭ ଧରି ବାହାରକୁ ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ବପିନଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମିରଟର ସୁଭାରତୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସେପଟେ ଘଟଣାକୁ ନେଇ ଈଶାଙ୍କ ଘର ଲୋକେ ଓ ବିପିନଙ୍କ ଘର ଲୋକଙ୍କ ମଧ୍ୟରେ ମାରିପଟ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିପିନଙ୍କ ମା’ ଗୀତା ଦେବୀ କହିଛନ୍ତି, “ରାତିରେ ଝଗଡ଼ା ହେଉଥିଲା, କିନ୍ତୁ ବୋହୂ ମୋ ପୁଅର ଜିଭ କାଟିଦେବ ବୋଲି ଭାବି ନଥିଲି।”
ଅନ୍ୟ ସୂତ୍ରରୁ ଜଣାପଡିଛି ଯେ ଈଶା ସୋସିଆଲ୍ ମିଡିଆରେ ରିଲ୍ ବନାଇବାରେ ବ୍ୟସ୍ତ ଥିଲେ। ନିଇତି ସିଗାରେଟ ଓ ମଦ ପିଇବା ଥିଲା ତାଙ୍କର ଅଭ୍ୟାସ। ଏପିରକି ବାହାଘରର ମାସେ ନପୂରୁଣୁ ଘର ଅନଲଇନରେ ମନ ଅର୍ଡର କରିଥିଲେ। ସେ ନିଜ ବିବାହକୁ ନେଇ ଖୁସି ନଥିଲେ। ବିପିନଙ୍କ ଘର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଅଭିଯୁକ୍ତି ପତ୍ନୀ ଈଶାଙ୍କୁ ଗିରଫ୍ କରି ପୂରା ମାମଲାର ତଦନ୍ତ ଜାରି ରଖିଛି।
Elephant Attack Tragedy: ଗୋଠ ଛଡ଼ା ଦନ୍ତାର ଆତଙ୍କ, ଯିଏ ହାବୁଡରେ ପଡୁଛି ତାକୁ ମାରୁଛି!

Replace Diesel Ama Buses: ରାସ୍ତାରୁ ହଟିବ ଏସବୁ ‘ଆମ ବସ୍’

Hidden Risk: ଚୁଟି ଷ୍ଟ୍ରେଟ୍ କରୁଥିଲେ ସାବଧାନ, କରିବାକୁ ପଡିପାରେ ଡାଏଲିସିସ

'Sambalua' Terror in Anandapur: ଘର ଦ୍ବାର ବାଡି ସବୁଠି ସାଲୁବାଲୁ ସମ୍ବାଳୁଆ, ଲୋକେ କଲବଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)