Advertisment

Where Muna Hide: ଫାର୍ମ ହାଉସରେ ଲୁଚିଥିଲା ମୁନା ମହାନ୍ତି, ରେଡ୍ କରିଥିଲା କ୍ରାଇମବ୍ରାଞ୍ଚ

ବହୁଚର୍ଚ୍ଚିତ ପୋଲିସ SI ଚାକିରି ସ୍କାମର ମୋଷ୍ଟଓ୍ୱାଣ୍ଟେଡ୍ ମୁନା ମହାନ୍ତିକୁ  ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ଦଶପଲ୍ଲାର ଏକ ଫାର୍ମ ହାଉସରେ ମୁନା ଓ ସୁକାନ୍ତ ଥିବା ବେଳେ ରେଡ୍ କରିଥିଲା କ୍ରାଇମବ୍ରାଞ୍ଚ।

author-image
Manas Ranjan Mohanty
SI SCAM

SI SCAM Photograph: (OTV)

ବହୁଚର୍ଚ୍ଚିତ ପୋଲିସ SI ଚାକିରି ସ୍କାମର ମୋଷ୍ଟଓ୍ୱାଣ୍ଟେଡ୍ ମୁନା ମହାନ୍ତିକୁ  ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ଦଶପଲ୍ଲାର ଏକ ଫାର୍ମ ହାଉସରେ ମୁନା ଓ ସୁକାନ୍ତ ଥିବା ବେଳେ ରେଡ୍ କରିଥିଲା କ୍ରାଇମବ୍ରାଞ୍ଚ। 

Advertisment

ସେପଟେ ପୋଲିସ୍ SI କେଳେଙ୍କାରୀ ମାମଲାରେ ନୂଆ ଓ ବଡ଼ ଖୁଲାସା। କେମିତି ପିଲାଙ୍କୁ ଅଣାଯାଇଥିଲା, କିଏ ଆଣିଥିଲା,କିଏ ସେମାନଙ୍କ ସାର୍ଟିଫିକେଟ୍ ରଖିଥିଲା ସେ ସବୁର ଗୋଟି ଗୋଟି କରି ଖୁଲାସା କରିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଦଲାଲ ମୁନା ମହାନ୍ତି କେମିତି ସ୍କାମ୍ ସାମ୍ରାଜ୍ୟ ଚଲାଇଥିଲେ ସେ କଥା ସବୁ ପଦାକୁ ଆସିଛି। ଦୀଘା ଓ ବିଜୟନଗରମ୍ ଭଳି ଦୁଇଟି ମଡ୍ୟୁଲ୍ ପ୍ରସ୍ତୁତ ହୋଇଥିଲା। ଅରବିନ୍ଦ ଦାସ ଓ ମୁନା ମହାନ୍ତିଙ୍କୁ ଦାୟିତ୍ବ ମିଳିଥିଲା। ବିଜୟନଗରମ୍ ଯିବା ପାଇଁ ପିଲା ଯୋଗାଡ଼ କରୁଥିଲେ ମୁନା, ସେଦିନ ପିଲାଙ୍କୁ ନେବାକୁ ବସ୍ ବି ବୁକ୍ କରିଥିଲା ମୁନା। ନିଜ ସ୍କର୍ପିଓରେ ସେମାନଙ୍କୁ ଆଣି ଛାଡ଼ିଥିଲେ ଭୁବନେଶ୍ବରରେ। ସେଠୁ ବସ୍ ଯୋଗେ ପିଲାଙ୍କୁ ନିଆଯାଇଥିଲା।

ମୁନା ସହ ଗିରଫ ହୋଇଛନ୍ତି ତାର ନିକଟତର ସହଯୋଗୀ ସୁକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଏବଂ ଜଣେ ଲେଡି ସ୍କାମ୍ ଷ୍ଟାର୍ ସୌମ୍ୟା ପ୍ରିୟଦର୍ଶିନୀ। କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ଅନୁସାରେ, ସୌମ୍ୟା ଏହି ସ୍କାମର ଅନ୍ୟତମ ଦଲାଲ। ପିଲାଙ୍କୁ ଯୋଗାଡ଼ କରିବା ସହ ସେମାନଙ୍କ ସାର୍ଟିଫିକେଟ୍ ରଖିଥିଲେ। ଏସବୁ ବାଦ୍ ଶଙ୍କର ପୃଷ୍ଟିର ଭୂମିକା ନେଇ ବି ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଶଙ୍କର ଦିଲ୍ଲୀରେ ବସି ଏହିସବୁ ସ୍କାମ୍ ଚଲାଇଥିଲା। କିନ୍ତୁ ଧରାପଡ଼ିବା ପରେ ଦିଲ୍ଲୀ ଆଖପାଖରୁ ସେ ଛୁ’ ମାରିଛି। କିନ୍ତୁ ବେଶି ଦିନ ଆଉ ଲୁଚି ପାରିବନି ବୋଲି ଦମ୍ଭୋକ୍ତି ସହ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି।

Advertisment

ଫାର୍ମ ହାଉସରେ ଲୁଚିଥିଲା ମୁନା 
ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟ ବନ୍ଧଖମଣିରେ ଫାର୍ମ ହାଉସ 
ଫାର୍ମ ହାଉସରେ ମୁନା ଥିବା ବେଳେ ରେଡ୍ କରିଥିଲା କ୍ରାଇମବ୍ରାଞ୍ଚ

Advertisment
Related Articles
Advertisment