Advertisment

Two Violent Love Crime: ସହର ବଦଳିଲା , ପ୍ରେମିକା ବଦଳିଲାନି...ଶେଷରେ କାଟିଦେଲି

ତୁ ମୋର ନୁହେଁ, ତ କାହାର ନୁହେଁ। ଦରକାର ନାହିଁ ଛଳନା ପ୍ରେମ। ଏ କୌଣସି ଫିଲ୍ମର ଡାଇଲଗ ନୁହେଁ। ରିୟଲ ଲାଇଫରେ ଏଭଳି କହି ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ। ସାମାନ୍ୟ ସନ୍ଦେହରୁ ରକ୍ତାକ୍ତ ହେଲା ପ୍ରେମ।

author-image
Manas Ranjan Mohanty
CRIME-FOR-LOVE

CRIME-FOR-LOVE Photograph: (OTV)

ତୁ ମୋର ନୁହେଁ, ତ କାହାର ନୁହେଁ। ଦରକାର ନାହିଁ ଛଳନା ପ୍ରେମ। ଏ କୌଣସି ଫିଲ୍ମର ଡାଇଲଗ ନୁହେଁ। ରିୟଲ ଲାଇଫରେ ଏଭଳି କହି ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ। ସାମାନ୍ୟ ସନ୍ଦେହରୁ ରକ୍ତାକ୍ତ ହେଲା ପ୍ରେମ। ଟିଙ୍କୁ ଗୁରୁମ, ଘର ଦାର୍ଜିଲିଂ। ମୋମୋ ତିଆରି କରିବା ସହ ଭୁବନେଶ୍ବର ବୁଦ୍ଧ ପାର୍କ ନିକଟରେ ଏକ ହୋଟେଲରେ କାମ କରନ୍ତି। ତାଙ୍କ ପ୍ରେମିକାଙ୍କ ଘର ମଧ୍ୟ ଦାର୍ଜିଲିଂରେ। ସେ ମଧ୍ୟ ମୋମୋ ଦୋକାନରେ କାମ କରନ୍ତି । ହେଲେ ପ୍ରେମ ଭିତରେ ଛୋଟିଆ ସନ୍ଦେହରୁ ଗୋଟିଏ ପରେ ଗୋଟିଏ ସହର ବଦଳାଇ ଚାଲିଛନ୍ତି। ମହାରାଷ୍ଟ୍ରରୁ ଭୁବନେଶ୍ୱରରେ ପହଁଞ୍ଚିଛନ୍ତି। ତଥାପି ପ୍ରେମିକା ଉପରୁ ସନ୍ଦେହ ଦୂର ହୋଇନି। ଅନ୍ୟ ଯୁବକଙ୍କ ସହ ପ୍ରେମିକାର ସମ୍ପର୍କ ଥିବା ସନ୍ଦେହ କରୁଛନ୍ତି ପ୍ରେମିକ। ଯେଉଁଥି ପାଇଁ ଚରମ ନିଷ୍ପତ୍ତି ନେଇଛନ୍ତି। ପ୍ରେମିକାଙ୍କୁ ଛୁରାମାଡ଼ କରି ଲହୁଲୁହାଣ କରିଦେଇଛନ୍ତି ଟିଙ୍କୁ । ଲୋକେ କାବୁ କରି ପୋଲିସ ଜିମା ଦେବା ପରେ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।ପୋଲିସ ଟିଙ୍କୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ତାଙ୍କ ମନ ଭିତରେ ଏଥିପାଇଁ ଟିକିଏ ବି ପଶ୍ଚାତାପ ନାହିଁ ।

Advertisment

ସେପଟେ ରାଜଧାନୀରେ ଆଉ ଏକ ଘଟଣା ବେଶ ଚର୍ଚ୍ଚାର ବିଷୟ ପଲଟିଛି । ଏକତରଫା ପ୍ରେମ ପାଇଁ ଜଘନ୍ୟ କାଣ୍ଡ ଘଟାଇଛି ପ୍ରେମିକ । ଲିଫ୍ଟ ଦେବା ଆଳରେ ନିଜ ବାନ୍ଧବୀଙ୍କୁ ଜୋର ଜବରଦସ୍ତ ଅପହରଣ ଓ ବିବାହ କରି ଗିରଫ ହୋଇଛି କଟକ ମଧୁପାଟଣା ଅଞ୍ଚଳର ହ୍ରିତିକ ନାୟକ । ଭୁବନେଶ୍ୱର ମହିଳା ଥାନା ପୋଲିସ ପିଡିତାଙ୍କ ଏତଲା ଆଧାରରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଠାରୁ ଡିଜିଟାଲ ଡିଭାଇସ ଜବତ କରାଯାଇଛି । ପୀଡିତାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସେଥିରେ ରେକର୍ଡ ହୋଇଥିବା ଜାଣିବାକୁ ପାଇଛି ପୋଲିସ । ରାଜଧାନୀରେ ପ୍ରେମକୁ ନେଇ ଘଟିଥିବା ଦୁଇ ଦୁଇଟି ଘଟଣା ପାଇଁ ଉଦବେଗ ପ୍ରକାଶ ପାଇଛି । 

Advertisment