Advertisment

Hardcore Inmates on the Run: ଚୌଦ୍ବାର ଜେଲରୁ ୨ ହାର୍ଡକୋର କଏଦୀ ଚମ୍ପଟ, ଜେଲର ସେଲ୍ କାଟି ଫେରାର୍ ହୋଇଗଲେ

ଜେଲରୁ ୨ ହାର୍ଡକୋର କଏଦୀ ଚମ୍ପଟ୍ । ଜେଲର ସେଲ୍ କାଟି ଫେରାର୍ ହୋଇଯାଇଛନ୍ତି। ଦଶହରା ପୂଜା ଚାଲିଥିବା ବେଳେ ଫେରାର ମାରିଛନ୍ତି। ଚମ୍ପଟ ଅଭିଯୁକ୍ତ ହେଲେ ବିହାରର ରାଜା ସାହାଣୀ ଓ ଚନ୍ଦ୍ରକାନ୍ତ କୁମାର। ତଦନ୍ତ ପାଇଁ ଚୌଦ୍ବାର ଜେଲରେ ପହଞ୍ଚିଲେ ଜେଲ୍ ଡିଆଇଜି ଏବଂ ଚୌଦ୍ବାର ଥାନା ଆଇଆଇସି ।

author-image
Tapan Swain
Prisoner

Prisoner Photograph: (OTV)

କଟକ ଚୌଦ୍ବାର ସର୍କଲ ଜେଲରୁ ୨ ହାର୍ଡକୋର କଏଦୀ ଚମ୍ପଟ୍ । ଜେଲର ସେଲ୍ କାଟି ଫେରାର୍ ହୋଇଯାଇଛନ୍ତି। ଦଶହରା ପୂଜା ଚାଲିଥିବା ବେଳେ ଫେରାର ମାରିଛନ୍ତି। ଚମ୍ପଟ ଅଭିଯୁକ୍ତ ହେଲେ ବିହାର ଅଞ୍ଚଳର ରାଜା ସାହାଣୀ ଓ ଚନ୍ଦ୍ରକାନ୍ତ କୁମାର। ତଦନ୍ତ ପାଇଁ ଚୌଦ୍ବାର ଜେଲରେ ପହଞ୍ଚିଲେ ଜେଲ୍ ଡିଆଇଜି ଏବଂ ଚୌଦ୍ବାର ଥାନା ଆଇଆଇସି ।

Advertisment

 ଗତ ଜାନୁଆରୀ ୪ ତାରିଖରେ ଯାଜପୁର ପାଣିକୋଇଲିରେ ପଣ୍ଡା ଅଳଙ୍କାର ଲୁଟ୍ ଘଟଣାରେ ଧରାପଡ଼ିଥିଲେ ଦୁଇ ଅଭିଯୁକ୍ତ । ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ। ଲୁଟେରାଙ୍କ ଗୁଳିମାଡ଼ରେ ୨ ଜଣଙ୍କର ଜୀବନ ଯାଇଥିଲା। ସେହି ସମୟରେ ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । 

କେଉଁ ପରିସ୍ଥିତିରେ ସେମାନେ ଜେଲରୁ ଖସିଯିବାକୁ ସକ୍ଷମ ହୋଇଛନ୍ତି, ତାହା ଜଣାପଡିନାହିଁ । ସେହି ସମୟରେ ଡ୍ୟୁଟିରେ ଥିବା କର୍ମଚାରୀ ଥିଲେ କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚୌଦ୍ୱାର ସର୍କଲ ଜେଲ୍ ରାଜ୍ୟର ସବୁଠୁ ବଡ଼ ଜେଲ୍ । ଏହି ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଅନ୍ୟ ଜିଲ୍ଲାରୁ ଅଣାଯାଇ ମଧ୍ୟ ରଖାଯାଇଥାଏ ।

Advertisment

ଏହି ଜେଲର ପାଚେରି ମଧ୍ୟ ବହୁତ ବଡ଼ । ଏହି ଘଟଣା କେମିତି ଘଟିଲା, ତାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି ।   ଜେଲ୍ ୱାର୍ଡର ସେହି ସମୟରେ କଣ କରୁଥିଲେ, ତାହା ମଧ୍ୟ ଜଣାପଡିନାହିଁ ।  ତଦନ୍ତ ପରେ ଘଟଣା ଉପରୁ ପରଦା ଉଠିବ । 

ଅଧିକ ଦେଖନ୍ତୁ: 

Choudwar Jail Jail
Advertisment
Related Articles
Advertisment