Advertisment

Murder Shocks Bhubaneswar Outskirts: ଭୁବନେଶ୍ବର ଉପକଣ୍ଠରେ କିନ୍ନରଙ୍କୁ ଛୁରୀ ଭୁସି ହତ୍ୟା, ମୃତକଙ୍କ ଘର ସାଲେପୁର

ମୃତ କିନ୍ନରଙ୍କ ଘର ସାଲେପୁରରେ। ସେ ଭୁବନେଶ୍ୱର ଆସି ରହୁଥିଲେ। ତେବେ କିଏ ଏବଂ କାହିଁକି ଏଭଳି ହତ୍ୟା କଲା, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାରେ କିନ୍ନରମାନକୁ ପଚରାଉଚରା  କରିବା ସହିତ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ।

author-image
Tapan Swain
Murder

Murder Photograph: (OTV)

ଭୁବନେଶ୍ବର ଉପକଣ୍ଠରେ କିନ୍ନରଙ୍କୁ ଛୁରୀ ଭୁସି ବୀଭତ୍ସ ହତ୍ୟା। ପିପିଲି ଥାନା ସିଫା ନିକଟରେ ଛିଡ଼ା ହୋଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତ କିନ୍ନରଙ୍କ ନାଁ ଅଞ୍ଜଳି ବୋଲି ପ୍ରାଥମିକ ଭାବେ ସୂଚନା ମିଳିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅନ୍ୟ ସାଥୀ କିନ୍ନର ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲକୁ ଆଣିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରାଯାଇଛି।

Advertisment

ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ମିଳିଥିବା ସୂଚନା ଅନୁଯାୟୀ, ମୃତ କିନ୍ନରଙ୍କ ଘର ସାଲେପୁରରେ। ସେ ଭୁବନେଶ୍ୱର ଆସି ରହୁଥିଲେ। ତେବେ କିଏ ଏବଂ କାହିଁକି ଏଭଳି ହତ୍ୟା କଲା, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାରେ କିନ୍ନରମାନକୁ ପଚରାଉଚରା  କରିବା ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ। ମୃତ କିନ୍ନରଙ୍କ ମୋବାଇଲ ଜବତ କରିବା ସହିତ ସିଡିଆର୍ ଯାଞ୍ଚ ମଧ୍ୟ କରିଛି। ସିଫା ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉଛି।

ସାଥି କିନ୍ନରଙ୍କ କହିବା ଅନୁସାରେ ସେ ନୂଆ ଆସିଥିଲେ। ନୂଆ କରି ଭୁବନେଶ୍ୱରରୁ ଯାଇ ସେଠାରେ ଛିଡା ହୋଇଥିଲେ। ସେ ଜଣେ ଯୋଗ ପ୍ରଶିକ୍ଷକ ବୋଲି ଜଣେ କିନ୍ନର କହିଛନ୍ତି। ମୃତ କିନ୍ନର ଜଣକର ଆଜି ଶବ ବ୍ୟବଛେଦ ହେବ। କିନ୍ନରଙ୍କୁ ହତ୍ୟା ପରେ ଭୟର ବାତାବରଣ ଖେଳି ଯାଇଛି। 

Advertisment

ଅନ୍ୟପଟେ ହତ୍ୟା ନେଇ କିନ୍ନର ମାନବଧିକାର କର୍ମୀ ମୀରା ପରିଡା କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଥିଲେ। ଜଣେ କିନ୍ନରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ହତ୍ୟାକାରୀଙ୍କୁ ଶୀଘ୍ର ଧରିବାକୁ ଦାବି କରିଛନ୍ତି। 




Murder Transgender
Advertisment
Related Articles
Advertisment