/odishatv-khabar/media/media_files/2025/11/01/tragedy-in-jajpur-student-found-hanging-2025-11-01-15-31-11.jpg)
Tragedy-in-Jajpur-Student-Found-Hanging Photograph: (OTV)
କାହା ବାପା ମା ଛାତି ସହିବ । ଭଗବାନ କାହାକୁ ଏ ଦୁଃଖ ନ ଦେଉ । ଛାତି ଫାଟିଯାଉଛି । ଯାହା ମାଗିଲେ ତାହା ଦେଇଥିଲୁ । ମାରିଛନ୍ତି କି କଣ ,ମୋ ଛୁଆଁ ତ ନାହିଁ ଆଉ କାହାକୁ କହିବି । ଏ ହେଉଛି ଗୋଟେ ବାପାର କୋହ । ପୁଅ ଭଲ ପଢୁଥିଲା ବୋଲି ଘରୋଇ ହଷ୍ଟେଲରେ ରଖି ପାଠ ପଢାଉଥିଲେ ।
ଗତକାଲି ବିଳମ୍ବ ରାତିରେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଛୋଟରାୟପୁର ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଅବସ୍ଥିତ ଏକ ଘରୋଇ ଯୁକ୍ତ ଦୁଇ କଲେଜ ହଷ୍ଟେଲ ପରିସରରେ ଥିବା ଏକ ବାଥରୁମ ଭିତରୁ ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଘଟଣାକୁ ନେଇ କଲେଜ ପରିସରରେ ଥିବା ହଷ୍ଟେଲ ଭିତରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ମୃତ ପରିବାର ଲୋକଙ୍କ ସହିତ ପୋଲିସର ଧସ୍ତାଧସ୍ତୀ ହୋଇଛି। ହଷ୍ଟେଲ ପରିସର ଆଗରେ ଧାରଣା ଦେଇଛନ୍ତି । ଏପଟେ ଘଟଣା ପରେ ଅନ୍ୟ ଛାତ୍ରଛାତ୍ରୀ ଓ ସହପାଠୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି ଓ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ପାଣିକୋଇଲି ଥାନାରେ ଏତଲା ଦାଖଲ ହୋଇଛି।
ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଶବକୁ ପୋଷ୍ଟମର୍ଟମ ପାଇଁ ଦାନଗଦି ମେଡ଼ିକାଲକୁ ପଠାଇଛି। ସାଇଣ୍ଟଫିକ ଟିମ୍ ସହାୟତାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ କହିଛି ଯେ ସମସ୍ତ ଦିଗରେ ତଦନ୍ତ ହେଉଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
Stampede: ବଡ ଅଘଟଣ, ମନ୍ଦିରରେ ଦଳାଚକଟା...୧୦ରୁ ଅଧିକ ମୃତ

Rule Changes In November: ଆଜିଠୁ ବଦଳିଯିବ ଏହି ନିୟମ... ନ ଜାଣିଲେ ପଡିବେ ହଇରାଣରେ

Political Heavyweights Set Up Base in Nuapada: ନୂଆପଡ଼ାରେ ଡେରା ପକାଇଛନ୍ତି ନେତା, ଜାଣନ୍ତୁ କେଉଁ ଦଳ ଆଗରେ ଓ କ’ଣ ରହିଛି ପ୍ରସଙ୍ଗ

Gold And Silver Prices Update: ସୁନା ଓ ରୁପା ଦରରେ ବଡ ପରିବର୍ତ୍ତନ... ଜାଣନ୍ତୁ କେତେ ରହିଛି ମୂଲ୍ୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)