/odishatv-khabar/media/media_files/2025/11/01/gold-and-silver-2025-11-01-14-23-00.jpg)
Gold And Silver Photograph: (OTV)
ସୁନା ଓ ରୁପା ଦର ସବୁବେଳେ ପରିବର୍ତ୍ତନଶୀଳ। ତେଣୁ ଆଜି ମଧ୍ୟ ସୁନା ଓ ରୁପା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଗତ କିଛି ଦିନ ଧରି ବଢୁଥିବା ସୁନା ଦରରେ ବ୍ରେକ୍ ଲାଗିଛି। ଏବେ ସୁନା ଦର କମିବା ପରେ ଗ୍ରାହକଙ୍କ ମଧ୍ୟରେ ଆଶ୍ବସ୍ତି ପ୍ରକାଶ ପାଇଛି। ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ଉତ୍କଣ୍ଠା ପ୍ରକାଶ ପାଇଛି।
ଜାଣନ୍ତୁ କେତେ ରହିଛି ସୁନା ଦର:-
ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୩,୨୮୦ ଟଙ୍କା ଥିବା ବେଳେ ଆଜି ୨୮୦ ଟଙ୍କା କମି ୧,୨୩,୨୦୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୧୩,୦୦୦ ଟଙ୍କା ଥିବା ବେଳେ ଆଜି ୨୫୦ ଟଙ୍କା କମି ୧,୧୨,୭୫୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୨,୪୬୦ ଟଙ୍କା ଥିବା ବେଳେ ଆଜି ୨୧୦ ଟଙ୍କା କମି ୯୨,୨୫୦ ଟଙ୍କା ହୋଇଛି।
ଅନ୍ୟପଟେ ରୂପା ଦର କିନ୍ତୁ ବଢିଛି। ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ରୂପା ଦର ୧,୬୫,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା ବଢି ୧,୬୬,୦୦୦ ଟଙ୍କାରେ ପହଞ୍ଚିଛି।
ଦେଶର ପ୍ରମୁଖ ସହରରେ ସୁନା ଦର କେତେ ରହିଛି ଜାଣନ୍ତୁ:
• ଦିଲ୍ଲୀ: ୨୪ କ୍ୟାରେଟ- ୧,୨୩,୪୪୦ ଟଙ୍କା, ୨୨ କ୍ୟାରେଟ- ୧,୧୩,୧୬୦ ଟଙ୍କା (୧୦ ଗ୍ରାମ ପିଛା)
• ଚେନ୍ନାଇ: ୨୪ କ୍ୟାରେଟ- ୧,୨୩,୨୯୦ ଟଙ୍କା, ୨୨ କ୍ୟାରେଟ- ୧,୧୩,୦୧୦ ଟଙ୍କା (୧୦ ଗ୍ରାମ ପିଛା)
• ମୁମ୍ବାଇ: ୨୪ କ୍ୟାରେଟ- ୧,୨୩,୨୯୦ ଟଙ୍କା, ୨୨ କ୍ୟାରେଟ- ୧,୧୩,୦୧୦ ଟଙ୍କା (୧୦ ଗ୍ରାମ ପିଛା)
• କୋଲକାତା: ୨୪ କ୍ୟାରେଟ- ୧,୨୩,୨୯୦ ଟଙ୍କା, ୨୨ କ୍ୟାରେଟ- ୧,୧୩,୦୧୦ ଟଙ୍କା (୧୦ ଗ୍ରାମ ପିଛା)
• ହାଇଦ୍ରାବାଦ: ୨୪ କ୍ୟାରେଟ- ୧,୨୩,୪୪୦ ଟଙ୍କା, ୨୨ କ୍ୟାରେଟ- ୧,୧୩,୧୬୦ ଟଙ୍କା (୧୦ ଗ୍ରାମ ପିଛା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)