/odishatv-khabar/media/media_files/2025/10/31/pitabas-2025-10-31-21-04-44.jpg)
pitabas Photograph: (OTV)
ଅକ୍ଟୋବର ୬ରୁ ଆଜି ହେଲାଣି ୩୧ ତାରିଖ। ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ୨୫ ଦିନ ହେଲାଣି। ତଥାପି ଅଭେଦ୍ୟ ବହୁ ରହସ୍ୟ। ମାଳ ମାଳ ପ୍ରଶ୍ନର ଉତ୍ତର ବି ମିଳୁନି। କୁଆଡ଼େ ଗଲେ ସାର୍ପସୁଟର କୁରୁପତି ଭୁୟାଁ, ସୁପାରୀ ଡିଲର ଉମା ବିଶୋୟୀ ? କେଉଁଠି କରିଛନ୍ତି ଆତ୍ମଗୋପନ ? କୁଆଡ଼େ ଏମିତି ସୀମାପାର ହେଲେ ଯେ ରାଜ୍ୟ ତଥା ବାହାରେ ଘନଘନ ସର୍ଚ୍ଚ ଅପରେସନ୍ ପରେ ବି ୨ ଜଣଙ୍କର ଠିକଣା ଖୋଜି ପାଉନି ପୋଲିସ ? ମର୍ଡର ପ୍ଲଟର ମୋଷ୍ଟୱାଣ୍ଟେଡ୍ କୁରୁପତି ଓ ଉମାର ସନ୍ଧାନ ନ ମିଳିବା ପୋଲିସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ତଦନ୍ତକୁ ନେଇ ବି ଉଠିଲାଣି ପ୍ରଶ୍ନ। ସେମାନଙ୍କ ଲିଙ୍କରେ ୨ କର୍ପୋରେଟରଙ୍କ ସମେତ ୫ ଜଣଙ୍କୁ ଗତକାଲିଠୁ ମାରାଥନ୍ ଜେରା କରିଛି ବ୍ରହ୍ମପୁର ପୋଲିସ। ବିକ୍ରମଙ୍କ ସହଯୋଗୀ ସୁଦର୍ଶନ ଜେନାଙ୍କୁ ପୁଣି ଥରେ ଘାଣ୍ଟିଛି। ...
କୁରୁପତି ଓ ଉମାକୁ ଖୋଜିବା ଭିତରେ ପୀତବାସଙ୍କ ହତ୍ୟା ମାମଲାରେ ତଥ୍ୟ ପ୍ରମାଣ ବି ଜୁଟାଉଛି ପୋଲିସ। ସେପଟେ ଗିରଫ ୧୪ ଅଭିଯୁକ୍ତ କୋର୍ଟରେ ନ୍ୟାୟିକ ଲଢ଼େଇ ଲଢ଼ିବାକୁ ବିରାଟ ତୟାରି କରୁଛନ୍ତି। ଗିରଫ ବିଜେଡି ନେତା ବିକ୍ରମ ପଣ୍ଡା ଏଣ୍ଡ କମ୍ପାନୀ ସପକ୍ଷରେ ଲଢ଼ିବାକୁ ପ୍ରାୟ ୪୪ ଓକିଲ ୱକାଲତନାମା ଦାଖଲ କରିଥିବା ବେଳେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିପାରନ୍ତି ୨ ଜଣ ଅଭିଜ୍ଞ ଓକିଲ। ଏଥିପାଇଁ ବରିଷ୍ଠ ଆଇନଜୀବୀ କାଳୀଚରଣ ମିଶ୍ର, ଅବିନାଶ ପାଢ଼ୀଙ୍କୁ ନିୟୋଜିତ କରିବା ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖିଛନ୍ତି ବ୍ରହ୍ମପୁର ଏସପି। କାଳୀଚରଣ ମିଶ୍ର ହେଉଛନ୍ତି ସିବିଆଇର ପୂର୍ବତନ ଅତିରିକ୍ତ ଆଇନ ପରାମର୍ଶଦାତା ଓ ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ମାମଲାର ପରିଚାଳନା କରିଥିଲେ। ହାଇକୋର୍ଟ ଆଇନଜୀବୀ ଭାବରେ ଅବିନାଶ ପାଢ଼ୀ ବହୁ ଅପରାଧ ମାମଲା ଲଢ଼ିଛନ୍ତି। ବ୍ରହ୍ମପୁର ପୋଲିସ ପଦକ୍ଷେପରେ ପୀତବାସଙ୍କ ପରିବାର ଖୁସି ପ୍ରକାଶ କରିଥିବା ବେଳେ କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର କହିଛନ୍ତି, ବ୍ରହ୍ମପୁର ଏସପିଙ୍କ ସୁପାରିଶକୁ ପୋଲିସ ଡିଜିଙ୍କ ଅନୁମୋଦନ ପରେ ରାଜ୍ୟ ସରକାରଙ୍କୁ ପଠାଯିବ। ...
ଏସବୁ ଭିତରେ ପୀତବାସଙ୍କ ହତ୍ୟା ମାମଲାରେ ଗିରଫ ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କ ଜେଲ୍ ଠିକଣା ବଦଳିଛି। ବ୍ରହ୍ମପୁରରୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ଫୁଲବାଣୀ ଜେଲ୍। ବ୍ରହ୍ମପୁର ଜେଲରେ ପିଣ୍ଟୁଙ୍କର ବିରୋଧୀ କିଛି ଅପରାଧୀ ଅଛନ୍ତି। ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ତାଙ୍କୁ ପଠାଯାଇଛି ଫୁଲବାଣୀ ଜେଲ।.
BJP Attacks: ବଙ୍ଗଳାର ଫଟୋ ସହ କେଜ୍ରିୱାଲଙ୍କୁ ବିଜେପିର ଟାର୍ଗେଟ , ଦିଲ୍ଲୀ ପରେ ପଞ୍ଜାବରେ ଶିଶମହଲ ?

Garbage Returns Gift: ଘରକୁ ଗିଫ୍ଟରେ ଆସିବ ଅଳିଆ ଆବର୍ଜନା, ଯଦି କରୁଛନ୍ତି ଏଭଳି କାମ

Mung Bean Sprouts Health Benefits: ପ୍ରତିଦିନ ଗଜାମୁଗ ଖାଆନ୍ତୁ , ମିଳିବ ଏହି ସବୁ ଫାଇଦା

Streets To World Stage: ଦେଶକୁ ଜିତାଇଲେ ପଚାରିବାରୁ କାନ୍ଦିଲେ, ସମସ୍ତଙ୍କ ମୁହଁରେ ଗୋଟିଏ ନାଁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)