Advertisment

Son Stabs Father and Stepmother: ବାପା ଓ ସାବତ ମାଆକୁ ଛୁରୀ ଭୁସି ହତ୍ୟା କଲା ଜହ୍ଲାଦ ପୁଅ , ଧାର ଟଙ୍କା ନ ଶୁଝିବାରୁ...

ପୋଲିସ ହତ୍ୟାକାରୀ ପୁଅ ଆଲୋକ ଦାସକୁ ଘଟଣାସ୍ଥଳରୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ୍ କରିଛି ପୋଲିସ। ଗତକାଲି ରାତି ପ୍ରାୟ ୯ଟା ସମୟରେ ଛୁରୀ ଧରି ବାପା ରହୁଥିବା ପୁରୁଣା ଜେଲ୍ କଲୋନୀ ଘରକୁ ଆସି ଟଙ୍କା ମାଗିବାକୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

author-image
Manas Ranjan Mohanty
DUOBLE-MURDER

DUOBLE-MURDER Photograph: (OTV)

ବୀଭତ୍ସ.. ଜଘନ୍ୟ.. ଅମାନୁଷିକ। ଜହ୍ଲାଦ ପୁଅର ଜଘନ୍ୟ କାଣ୍ଡ। ବାପା ଓ ମାଆଙ୍କୁ ଛୁରୀ ଭୁସି ହତ୍ୟା। ଧାର ଟଙ୍କା ନ ଶୁଝିବାରୁ ଭିଆଇଲା ନୃଶଂସକାଣ୍ଡ। କଟକ ଦରଘାବଜାର ପୁରୁଣା ଜେଲ୍ କଲୋନୀରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବାପା ଓ ସାବତ ମାଆଙ୍କୁ ଛୁରୀ ଭୁସି ହତ୍ୟା କରିଛି ପୁଅ। ହତ୍ୟାକାଣ୍ଡ ଭିଆଇବା ପରେ ଫେରାର ନହୋଇ ସେହିଠାରେ ବସି ରହିଥିଲା ହତ୍ୟାକାରୀ ପୁଅ। ମୃତ ସାବତ ମାଆର ପୁତୁରା ଘରେ ପହଞ୍ଚି ହତ୍ୟାକାଣ୍ଡ ସମ୍ପର୍କରେ ଦେଖି ପୋଲିସକୁ ଖବର ଦେଇଥିଲେ।

Advertisment

ପୋଲିସ ହତ୍ୟାକାରୀ ପୁଅ ଆଲୋକ ଦାସକୁ ଘଟଣାସ୍ଥଳରୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ୍ କରିଛି ପୋଲିସ। ଗତକାଲି ରାତି ପ୍ରାୟ ୯ଟା ସମୟରେ ଛୁରୀ ଧରି ବାପା ରହୁଥିବା ପୁରୁଣା ଜେଲ୍ କଲୋନୀ ଘରକୁ ଆସି ଟଙ୍କା ମାଗିବାକୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏକାଧିକ ଥର ଛୁରା ମାଡ଼ କରି ଦୁହିଁଙ୍କୁ ହତ୍ୟା କରିଥିଲା ଜହ୍ଲାଦ ପୁଅ । ଏହାପରେ ହତ୍ୟାକାରୀ ପୁଅ ପତ୍ନୀକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲା। ସବୁ ଦିନ ଲାଗି ଟେନସନ୍ ସଫା କରିଦେଲି ବୋଲି ପତ୍ନୀକୁ କହିଥିଲା ହତ୍ୟାକାରୀ ପୁଅ। 

ମୃତକ ଦୀପକ ଦାସ ଜେଲ ବିଭାଗରେ ସେଲ୍ସ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। କିଛି ବର୍ଷ ତଳେ ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ପରେ ଦୀପକ ଲିତାରାଣୀ ଦାସଙ୍କୁ ବିବାହ କରିଥିଲେ। ଦୁହେଁ ଦରଘାବଜାର ଜେଲ୍ କଲୋନିରେ ରହୁଥିଲେ। ଏମାନଙ୍କ ସହ ଲିତାରାଣୀଙ୍କ ପୁତୁରା ବି ସେହି ଘରେ ରୁହନ୍ତି। ପ୍ରଥମ ପତ୍ନୀଙ୍କ ପୁଅ ଆଲୋକ ଦାସ ତାଙ୍କ ପତ୍ନୀଙ୍କ ସହ ଅନ୍ୟତ୍ର ରୁହନ୍ତି। ଆଲୋକଙ୍କଠାରୁ ବାପା ଦୀପକ ୧୦ ଲକ୍ଷ ଟଙ୍କା ଧାର ଆଣିଥିଲେ। ଏହାକୁ ପରିଶୋଧ କରିଦେବେ ବୋଲି କହିଥିଲେ ହେଁ ଶୁଝି ପାରି ନଥିଲେ।

Advertisment

ଆଲୋକ ମଧ୍ୟ ଏକାଧିକ ବ୍ୟକ୍ତିଙ୍କଠାରୁ ଧାରସୂତ୍ରରେ ଟଙ୍କା ଆଣିଥିଲେ। ଧାର ଦେଇଥିବା ବ୍ୟକ୍ତି ଟଙ୍କା ମାଗିବାରୁ ଆଲୋକ ଫେରାଇ ପାରୁନଥିଲେ। ଏହି ଘଟଣାକୁ ନେଇ ପରିବାରରେ ବିବାଦ ଲାଗି ରହିଥିଲା। ଶୁକ୍ରବାର ରାତିରେ ଏହା ଉଗ୍ର ରୂପ ନେଇଥିଲା। ବାପା ଓ ସାବତ ମାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା ପୁଅ। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ କଣ । ଜମି ବିକ୍ରି ଟଙ୍କା କାରବାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ । 

Advertisment
Related Articles
Advertisment