/odishatv-khabar/media/media_files/2026/01/13/up-double-murder-2026-01-13-16-55-47.jpg)
UP Double Murder Photograph: (OTV)
ମା’-ସ୍ତ୍ରୀକୁ ଛେଚି ଛେଚି ମାରିଲା । ମାରିବା ପରେ ସେମାନଙ୍କ ମାଂସକୁ ପୋଡ଼ି ଖାଇଲା । ଖଣ୍ଡ ଖଣ୍ଡ ମାଂସକୁ ଚାରିଆଡ଼େ ଫିଙ୍ଗିଲା । ଆକୁଳ ଚିତ୍କାରରେ କଂପୁଥିଲା ପୂରା ଗାଁ । ପୁଅ ସାଜିଥିଲା ସୈତାନ୍, ଛାତ ଉପରେ କୁରଥିଲା ମଣିଷ ରକ୍ତର ଭୋଜି ।
ଯେଉଁ ମା’ ଜନ୍ମ ଦେଇଥିଲା ତାକୁ ମାରିଲା । ଯାହା ମଥାରେ ସିନ୍ଦୂର ଦେଇ ସ୍ତ୍ରୀ ସଜାଇ ଘରକୁ ଆଣିଥିଲା ତା’ର ଜୀବନ ନେଲା । ମାତ୍ର କିଛି ମିନିଟ୍ ଭିତରେ ସଂସାର ଉଜାଡ଼ିଲା, ପରିବାର ଛାରଖାର କଲା । କୂଳ ଉଜୁଡ଼ା ପୁଅଟା ପରିବାର ଭସାଇବାକୁ ଏଇ ଘରେ ଜନ୍ମ ନେଇଥିଲା ।
ଏ ଘଟଣା ଉତ୍ତରପ୍ରଦେଶର । କୁଶିନଗରର ପାରସା ଗାଁରେ ଅତି ବୀଭତ୍ସ ଭାବେ ଡବଲ ମର୍ଡର ହୋଇଛି । ଏ ହତ୍ୟା ଆଉ କେହି ନୁହେଁ ସେହି ପରିବାରର ପୁଅ ସିକନ୍ଦର ଗୁପ୍ତା ହିଁ କରିଛି । ୩୦ ବର୍ଷିୟ ସିକନ୍ଦର ୬୦ ବର୍ଷୀୟ ମା’ ରୁନା ଦେବୀ ଏବଂ ୨୮ ବର୍ଷୀୟ ସ୍ତ୍ରୀ ପ୍ରିୟଙ୍କାଙ୍କୁ ପିଟିପିଟି ମାରିଥିଲା । ଘରର ଛାତ ଉପରେ ଉଭୟଙ୍କ ଜୀବନ ନେଇଥିଲା ।
ଆଉ ଶେଷରେ ଦୁଇ ଜଣଙ୍କ ମୁଣ୍ଡ ଓ ଶରୀରକୁ ଛେଚି ଛେଚି ଖଣ୍ଡ ଖଣ୍ଡ କରିଥିଲା । ମା’ ଓ ସ୍ତ୍ରୀର ଜୀବନ ନେଲାବେଳେ ସେମାନେ ଚିତ୍କାର କରିଥିଲେ । ଗାଁ ଲୋକ ଆସି ରୁଣ୍ଡ ହୋଇ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଫରକ ପଡ଼ିନଥିଲା । ଓଲଟି ମା’-ସ୍ତ୍ରୀକୁ ହତ୍ୟାକରି ସେମାନଙ୍କ ମାଂସକୁ ଗ୍ରାମବାସୀଙ୍କ ଉପରକୁ ଫିଙ୍ଗିଥିଲା ।
ଏନେଇ ପୋଲିସକୁ ଗ୍ରାମବାସୀ ଖବର ଦେବା ପରେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲା ପୋଲିସ । ଅଭିଯୁକ୍ତ ସିକନ୍ଦର ଗୁପ୍ତାଙ୍କୁ ଗିରଫ କରିଥିଲା । ପରେ ଡବଲ ମର୍ଡର ମାମଲା ରୁଜୁ କରି ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ କରିଥିଲା ପୋଲିସ । ଏବଂ ଏପରି କଣ୍ଡ କାହିଁକି ଘଟିଲା ସେ ନେଇ ତଦନ୍ତ ଜାରି ରହିଛି ।
ପୋଲିସ କହିଛି, ମୁମ୍ବାଇରେ କାମ କରି ଗୋଟିଏ ମାସ ପୂର୍ବରୁ ଘରକୁ ଫେରିଥିଲା ଅଭିଯୁକ୍ତ ସିକନ୍ଦର । ସେ ଜଣେ ଶ୍ରମିକ । ପାରିବାରିକ କଳହ କିମ୍ବା ଅନ୍ୟ କୌଣସି କାରଣରୁ ଏ ଘଟଣା ଘଟିଛି ତା’ ଜଣାପଡ଼ିନାହିଁ ।
ପୋଲିସ ଆହୁରି କହିଛି, ତଦନ୍ତ ଆଗକୁ ଗଲେ ପୂରା ଘଟଣା ଜଣାପଡ଼ିବ । ଅଭିଯୁକ୍ତ ପ୍ରଥମେ ସ୍ତ୍ରୀ ଓ ମା’ଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା । ତା'ପରେ ଇଟାରେ ସେମାନଙ୍କ ମୁଣ୍ଡକୁ ଛେଚିଥିଲା । ଯାହାଫଳରେ ସେମାନଙ୍କ ମୃତ୍ୟୁ ହୋଇଛି । ଇଟା ଓ ପଥରରେ ଛେଚିବା ଯୋଗୁ ମୃତଦେହ ଖଣ୍ଡ ଖଣ୍ଡ ହୋଇଥିଲା । ଦେଖଣାହାରୀଙ୍କ ଉପରେ ସେସବୁ ମାଂସ ଫିଙ୍ଗିଥିଲା ବୋଲି ପୋଲିସ କହିଛି ।
Young Woman Found Hanging: କରିଥିଲେ ପ୍ରେମ ବିବାହ… କାହିଁକି ଝୁଲିପଡିଲେ ଯୁବତୀ… କାରଣ ଖୋଜୁଛି ପୋଲିସ

Death Sentence for Protester: ନା ଓକିଲ, ନା ଶୁଣାଣି… ସିଧା ଝୁଲିବେ ଫାଶୀ ଖୁଣ୍ଟରେ!

Mother Allegation: କାନ୍ଦୁଛି ମା’… ପୁଅ ଜନ୍ମ କରି ଖାଇଛି ଧେକା, କିଏ ଦେବ ନ୍ୟାୟ

Daughter Performs Father’s Last Rites: ବାପାଙ୍କ ଶେଷ ଇଚ୍ଛା ପୂରଣ କଲା ଝିଅ, ଦେଲା ମୁଖାଗ୍ନି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)