Advertisment

SI Scam Probe: SI ପରୀକ୍ଷା ଘୋଟାଲା ତଦନ୍ତ ଭିତରେ ଫସିଯିବେ କି ଚାକିରି ଆଶାୟୀ ?  ଏକଜାମ୍ ପ୍ରକ୍ରିୟାରେ ହେବନି ତ ବିଳମ୍ବ ?

ଆଶା ଆଶଙ୍କାରେ ଚାକିରି ଆଶାୟୀ। କେତେ ସତ ଉଗାରିବ ଶଙ୍କର ପୃଷ୍ଟି ? ତାର ଗିରଫଦାରୀ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା କୁହାଯାଉଥିଲେ ବି ବିଳମ୍ବରେ ଧରାପଡ଼ିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାକିରି ଆଶାୟୀ।

author-image
Manas Ranjan Mohanty
SCAM

SCAM Photograph: (OTV)

SI ପରୀକ୍ଷା ଘୋଟାଲା ତଦନ୍ତ ଭିତରେ ଫସିଯିବେ କି ଚାକିରି ଆଶାୟୀ ?  ଏକଜାମ୍ ପ୍ରକ୍ରିୟାରେ ହେବନି ତ ବିଳମ୍ବ ? ପରୀକ୍ଷା ବ୍ୟବସ୍ଥାରେ ସ୍ବଚ୍ଛତା ଆସିବ କି ? ସିବିଆଇ ତଦନ୍ତ କଲେ ଧରାପଡ଼ିବେ ତ ପ୍ରକୃତ ଦୋଷୀ ? 

Advertisment

କିଙ୍ଗପିନ୍ ଶଙ୍କର ପୃଷ୍ଟି ଗିରଫ ପରେ ଏମିତି ମାଳମାଳ ପ୍ରଶ୍ନ ଉଠିଛି। ଆଶା ଆଶଙ୍କାରେ ଚାକିରି ଆଶାୟୀ। କେତେ ସତ ଉଗାରିବ ଶଙ୍କର ପୃଷ୍ଟି ? ତାର ଗିରଫଦାରୀ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା କୁହାଯାଉଥିଲେ ବି ବିଳମ୍ବରେ ଧରାପଡ଼ିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାକିରି ଆଶାୟୀ। ଏହା ପଛରେ ସେମାନେ ବଡ଼ ନେକ୍ସସ ଓ ବହୁ କରିତକର୍ମାଙ୍କ ସଂପୃକ୍ତି ସନ୍ଦେହ କରୁଛନ୍ତି। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ- OPRBର ଭୂମିକାକୁ ନେଇ ବି ଉଠାଇଛନ୍ତି ପ୍ରଶ୍ନ। ଆଉ କିଛି ଚାକିରି ଆଶାୟୀଙ୍କ ମତ, ତଦନ୍ତ ଆଳରେ ସେମାନେ ବଳି ନପଡନ୍ତୁ।

କାରଣ ପରୀକ୍ଷା ପ୍ରକ୍ରିୟା ଲମ୍ବିଲେ ବୟସ ଗଡ଼ିଯିବ। ଯୋଗ୍ୟତା ହରାଇଲେ ଧୂଳିସାତ ହୋଇଯିବ ଚାକିରି ଆଶା। ଅକ୍ଟୋବର ୫ ଓ ୬ ତାରିଖରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ OPRB ପୋଲିସ SI ପରୀକ୍ଷା କରିଥାନ୍ତା। କିନ୍ତୁ ବଡ଼ କେଳେଙ୍କାରୀର ଆଗୁଆ ଆଭାସ ପାଇ ଏହାକୁ ସ୍ଥଗିତ ରଖାଯାଇଥିଲା। ଆଗକୁ କେବେ ଏହି ପରୀକ୍ଷା ହେବ ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ତଦନ୍ତ ଭିତରେ ଆଉ ଅଧିକ ବିଳମ୍ବ ନକରି ସ୍ବଚ୍ଛତାର ସହ ପରୀକ୍ଷା କରାଯାଉ। ସମସ୍ତ ଅଭିଯୁକ୍ତଙ୍କୁ ଧରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଚାକିରି ଆଶାୟୀ। ...

ଶଙ୍କର ପୃଷ୍ଟି କ୍ରାଇମବ୍ରାଞ୍ଚ ଆଗରେ କେତେ ସତ କହିବ, ତାହା ବି ବଡ଼ ପ୍ରଶ୍ନ। ହଜାରେ କୋଟି ଡିଲ୍ ଗୁମର ଫିଟାଇ ପାରିବ କି କ୍ରାଇମବ୍ରାଞ୍ଚ ? ପୂର୍ବତନ ପୋଲିସ ଅଧିକାରୀଙ୍କ ମତରେ, ଶଙ୍କର ପୃଷ୍ଟି ଧରାପଡ଼ିଥିବାରୁ ସବୁ କିଛି ଏଇଠି ଶେଷ ହୋଇଯାଇନି। ଶଙ୍କର ହଜାରେ କୋଟିର ଡିଲ୍ କଥା କହିଥିବାରୁ ପରୀକ୍ଷା ସ୍କାମରେ ଅନେକ ଫନ୍ଦି ହୋଇଥିବା ସନ୍ଦେହ ଆହୁରି ଦୃଢୀଭୂତ ହୋଇଛି। ତଦନ୍ତ ସେଇ ଦିଗରେ ଯିବ ତ ? ଧରାପଡ଼ିବେ କି ବଡ଼ ମାଛ ? ଅନିୟମତତା ପଛରେ OPRB ଭୂମିକାକୁ ଅଙ୍ଗୁଳି ବି ଉଠାଇଛନ୍ତି ପୂର୍ବତନ ପୋଲିସ ଅଧିକାରୀ। ...

 ପୋଲିସ SI ଏକଜାମ୍ ସ୍କାମ ଶତାବ୍ଦୀର ସବୁଠୁ ବଡ଼ ନିଯୁକ୍ତି କେଳେଙ୍କାରୀ। ମହାଘୋଟାଲା ଧରାପଡ଼ିବା ପରେ ସରକାର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଚିନ୍ତା କରୁଛନ୍ତି। ପୋଲିସ ଓ ଅନ୍ୟାନ୍ୟ ପୋଷାକଧାରୀ ସେବାରେ କର୍ମଚାରୀ ଚୟନ ପାଇଁ ସ୍ଥାୟୀ ଆୟୋଗ ପ୍ରତିଷ୍ଠା ପାଇଁ ବିଚାର କରୁଛନ୍ତି। ଆଗକୁ ପୋଲିସ ବିଭାଗରେ ଚାକିରି ପରୀକ୍ଷାକୁ କିଭଳି ଦୁର୍ନୀତିମୁକ୍ତ ଓ ଅଧିକ ବ୍ୟବସ୍ଥିତ କରାଯିବ ତାହା ବଡ଼ ଚ୍ୟାଲେଞ୍ଜ।

Advertisment
Advertisment
Related Articles
Advertisment