/odishatv-khabar/media/media_files/2025/11/02/shankar-prusty-si-deal-2025-11-02-17-30-03.jpg)
Shankar-Prusty-SI-Deal Photograph: (OTV)
ଗିରଫ ପରେ ଶଙ୍କର ପୃଷ୍ଟିର ଚାଞ୍ଚଲ୍ୟକର ବୟାନ... ଉଠାଇଲା ପୂର୍ବ ସରକାର କଥା, ବିଜେଡି ଆଡକୁ ମାରିଲା ତୀର ! ତା' ହେଲେ କଣ ଏସ୍ଆଇ କେଳେଙ୍କାରୀ ପାଇଁ ପୂର୍ବ ସରକାରରେ ହୋଇଥିଲା କି ହଜାରେ କୋଟିର ଡିଲ୍ ?
କିଛି ଦିନର ଲୁଚକାଳି ପରେ ଧରାପଡ଼ିଛି ପୋଲିସ SI ନିଯୁକ୍ତି ସ୍କାମର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଉ ଆଜି ଗିରଫ ହୋଇ ଓଡିଶାରେ ପହଞ୍ଚିବା ପରେ ଶଙ୍କର ଦେଇଛି ବଡ଼ ବୟାନ । ପୋଲିସ୍ SI ନିଯୁକ୍ତି କେଳେଙ୍କାରୀ ହଜାରେ କୋଟିର । ଏଥିରେ ପୂର୍ବ ସରକାର...ବାସ୍ ଏତିକି କହି ଅଟକି ଯାଇଛି ଶଙ୍କର ।
‘ପୂର୍ବ ସରକାର’ର ଅର୍ଥ କଣ ? କଣ କହିବାକୁ ଚାହୁଁଥିଲା ଶଙ୍କର ? ବିଜେଡି ସରକାର ବିରୋଧରେ କିଛି ତଥ୍ୟ ଶଙ୍କର ପାଖରେ ରହିଛି କି ? କାହାକୁ ଇଙ୍ଗିତ କରିବାକୁ ଚାହୁଁଥିଲା ? ଏବେ ଏମିତି କିଛି ପ୍ରଶ୍ନ ଛିଡ଼ା ହୋଇଛି । ସବୁଠାରୁ ବଡ଼ କଥା ହେଲା, ଏଇ ହଜାରେ କୋଟିର ସବୁ ତଥ୍ୟ ସରକାରକୁ ଦେବେ ବୋଲି କହିଛି ସେ । ଖାଲି ସେତିକି ନୁହେଁ ଗିରଫ ହୋଇଥିବା ସମସ୍ତ ୧୨୪ ଜଣଙ୍କ ଜନ୍ମକୁଣ୍ଡଳୀ ବାହାର କରାଯାଉ ବୋଲି କହିଛି ଶଙ୍କର ।
SI ନିଯୁକ୍ତି ଘୋଟାଲାର ପର୍ଦ୍ଦାଫାସ ପରଠୁ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଚକମା ଦେଇ ଫେରାର ଥିଲା ଶଙ୍କର ପୃଷ୍ଟି । ସେ ନେପାଳ ବର୍ଡର ଦେଇ ଦୁବାଇ ପଳାଇବାକୁ କରିଥିଲା ପ୍ଲାନ୍ । ତାକୁ ଧରିବା ପାଇଁ ସବୁ ବଳ ଲଗାଇ ଦେଇଥିଲା କ୍ରାଇମବ୍ରାଞ୍ଚ ସହ ପୋଲିସ । ଶେଷରେ ମାସକ ପରେ ପୋଲିସ ପଞ୍ଝାରେ ପଡିଛି ଶଙ୍କର ।
ଏହି ମାମଲାରେ ଶଙ୍କରକୁ ମିଶାଇ ମୋଟ ୧୦ ଦଲାଲ ଗିରଫ ହୋଇଛନ୍ତି । ମାମଲାରେ ପୂର୍ବରୁ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ପରେ ସେମାନେ ଜେଲରୁ ବାହାରି ସାରିଛନ୍ତି । କିନ୍ତୁ ୯ ଦଲାଲ ଏବେ ବି ଜେଲରେ ।
ଏବେ ପ୍ରଶ୍ନ ଉଠିଛି, ଶଙ୍କର ପୃଷ୍ଟିର ଗିରଫ ପରେ ପୂରା ଦଲାଲ ନେଟଓ୍ୱର୍କର ଖୁଲାସା କରିପାରିବ ତ କ୍ରାଇମବ୍ରାଞ୍ଚ ? ତା' ପଛରେ ଆଉ କେଉଁମାନେ ରହିଥିଲେ ? କାହା ବଳରେ ବଳିୟାନ ହୋଇଥିଲା ଶଙ୍କର ? ପୂର୍ବ ସରକାର ଆଡକୁ କି ଇସାରା କରିଥିଲା ସେ ?
ଏସବୁ ତନ୍ନ ତନ୍ନ ଯାଞ୍ଚ କରିବ ତଦନ୍ତକାରୀ ସଂସ୍ଥା । ଟ୍ରାନଜିଟ ରିମାଣ୍ଡରେ ଶଙ୍କରକୁ ଓଡ଼ିଶା ଆଣିବା ପରେ ତାଙ୍କୁ ପଚରାଉଚରା ପାଇଁ ଅଧିକ ଦିନ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ ।
JD Vance: ମହଙ୍ଗା ପଡିଲା ଉପରାଷ୍ଟ୍ରପତିଙ୍କ ମନ୍ତବ୍ୟ.... ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍

Massacre: ହସ୍ପିଟାଲରେ ନରସଂହାର; ଏକାଥରେ ୪୬୦ ଜଣଙ୍କୁ ଗୁଳି କରି ହତ୍ୟା

From Housemaid to Healer: ଦିନେ ମୂଲ ଲାଗୁଥିଲେ, ଏବେ ହେବେ ଡ଼ାକ୍ତର

Murder of Bihar Cop: ଡ୍ୟାନ୍ସ ଦେଖିବାକୁ ଡାକିଲେ, ହତ୍ୟା କରିଦେଲେ...୨ ମହିଳା ସମେତ ୭ ଗିରଫ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)