Advertisment

SI Exam Scam: ମାସେ ପରେ ବେଲରେ ଜେଲରୁ ମୁକ୍ତି , ଅଭିଭାବକ କହିଛନ୍ତି ପିଲାମାନେ ନିର୍ଦ୍ଦୋଷ

ମାସେ ପରେ ବେଲରେ ଜେଲରୁ ମୁକ୍ତି। ବ୍ରହ୍ମପୁର ସର୍କଲ ଜେଲର ଚାରିକାନ୍ଥ ଭିତରୁ ମୁଳୁଳିଛନ୍ତି ପରୀକ୍ଷାର୍ଥୀ। ପୋଲିସ SI ନିଯୁକ୍ତି ମହାଘୋଟାଲାରେ ଗିରଫ ହୋଇଥିବା 114 ଛାତ୍ରଛାତ୍ରୀଙ୍କୁ ବୁଧବାର ବେଲ୍ ମିଳିବା ପରେ ଆଜି ସକାଳୁ ପର୍ଯ୍ୟୟକ୍ରମେ ବାହାରିଛନ୍ତି ଜଣକ ପରେ ଜଣେ ଚାକିରି ଆଶାୟୀ।

author-image
Manas Ranjan Mohanty
SI-ACCUSED-RELEASED

SI-ACCUSED-RELEASED Photograph: (OTV)


ମାସେ ପରେ ବେଲରେ ଜେଲରୁ ମୁକ୍ତି। ବ୍ରହ୍ମପୁର ସର୍କଲ ଜେଲର ଚାରିକାନ୍ଥ ଭିତରୁ ମୁଳୁଳିଛନ୍ତି ପରୀକ୍ଷାର୍ଥୀ। ପୋଲିସ SI ନିଯୁକ୍ତି ମହାଘୋଟାଲାରେ ଗିରଫ ହୋଇଥିବା 114 ଛାତ୍ରଛାତ୍ରୀଙ୍କୁ ବୁଧବାର ବେଲ୍ ମିଳିବା ପରେ ଆଜି ସକାଳୁ ପର୍ଯ୍ୟୟକ୍ରମେ ବାହାରିଛନ୍ତି ଜଣକ ପରେ ଜଣେ ଚାକିରି ଆଶାୟୀ।

Advertisment

ଏପଟେ ପିଲାଙ୍କ ମୁକୁଳିବା ବାଟକୁ ଚାତକ ଭଳି ଚାହିଁ ରହିଥିଲେ ସେମାନଙ୍କ ଅଭିଭାବକ। ଏଥିପାଇଁ ସକାଳ 8ଟାରୁ ଜେଲ୍ ଆଗରେ ଜମିଥିଲା ଗହଳି। ଯେଉଁମାନଙ୍କ ପିଲା ଆସୁଥିଲେ, ସେମାନଙ୍କୁ ସାଙ୍ଗରେ ଧରି ଘରବାହୁଡ଼ା ହେଉଥିଲେ ବାପା-ମା ଓ ସମ୍ପର୍କୀୟ। ଆଉ ପିଲାଏ ଜାମିନରେ ବାହାରିବା ପରେ, ସେମାନଙ୍କ ଗିରଫଦାରୀକୁ ନେଇ କ୍ଷୋଭ ଝାଡ଼ିଛନ୍ତି ବହୁ ଅଭିଭାବକ। କହିଛନ୍ତି, ପିଲାମାନେ ନିର୍ଦ୍ଦୋଷ । ଦୁନୀତିରେ ପିଲାଙ୍କ ସଂପୃକ୍ତି ନେଇ କୌଣସି ପ୍ରମାଣ ନାହିଁ। କୋଚିଂ ନେବାକୁ ଯାଉଥିବା ପିଲାଙ୍କୁ ପୋଲିସ ବାନ୍ଧି ଆଣି ଜେଲରେ ପୁରାଇବା ଘଟଣା, ସେମାନଙ୍କୁ ମାନସିକ ଆଘାତ ଦେଇଛି। କୋର୍ଟ ଉପରେ ଭରସା ଥିବାରୁ ଆଗକୁ ସେମାନଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି ଅଧିକାଂଶ ଅଭିଭାବକ। ଯାହା ସେମାନଙ୍କ ଗିରଫଦାରୀକୁ ନେଇ ପୋଲିସ ଓ କ୍ରାଇମବ୍ରାଞ୍ଚର ସ୍ବଚ୍ଛତା ଉପରେ ପଶ୍ନ ଉଠାଇଛି।...

ଏପଟେ ପୋଲିସ SI ନିଯୁକ୍ତି ମହାଦୁର୍ନୀତି ମାମଲା ପର୍ଦ୍ଦାଫାସକୁ ମାସଟିଏ ବିତିଥିଲେ ବି ଏଯାଏଁ ଧରା ପଡ଼ିନି ଘୋଟାଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି। ତା ସହ ଶଙ୍କରର ପତ୍ନୀ ଦୀପ୍ତିମୟୀ ସାହୁ ଓ ଦଲାଲ ଶ୍ରୀକାନ୍ତ ମହାରଣା ବି ଏଯାଏଁ ଫେରାର। ୟା ଭିତରେ ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦେବାକୁ ସୁପାରିସ କରିଛନ୍ତି ରାଜ୍ୟ ସରକାର। ଏଣେ ଶଙ୍କର ଦୁବାଇରେ ଲୁଚିଥିବା ଚର୍ଚ୍ଚା ଭିତରେ ନିକଟରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ ବି କରିଥିଲା। ଆଉ ଏପଟେ ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କୁ ବେଲ୍ ମିଳିବା, ତଦନ୍ତ ପ୍ରକ୍ରିୟାର ଗତି ଏବେ କୁଆଡ଼୍ ଯିବ, ତାକୁ ନେଇ 

Advertisment

ବ୍ରହ୍ମପୁର ସର୍କଲ ଜେଲରେ ଥିବା 114 ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଆଜି 90 ଅଧିକ ମୁକୁଳି ପାରିଛନ୍ତି। ତେବେ ବେଲ୍ ବଣ୍ଡ୍ ଓ ଜାମିନଦାର ଯୋଗାଡ଼ କରିନପାରିବାରୁ ଆହୁରି 20ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ଜାମିନରେ ଛାଡ଼ ମିଳିପାରିନି।

Advertisment
Related Articles
Advertisment