/odishatv-khabar/media/media_files/2026/02/21/gang-rape-2026-02-21-19-50-50.jpg)
GANG-RAPE Photograph: (OTV)
କେନ୍ଦ୍ରାପଡ଼ାରେ କଳଙ୍କ !
ସ୍କୁଲ ଭିତରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ !
ରାକ୍ଷସ ସାଜିଲେ ୨ ଶିକ୍ଷକ ଆଉ ପିଅନ !
ସହଯୋଗ କରୁଥିଲେ ଆଉ ଜଣେ ଗୁରୁଜୀ ଓ ଗୁରୁମା !
ଜଘନ୍ୟ-ଅମାନବୀୟ-ଭୟଙ୍କର ଘଟଣା। ଶୁଣିଲେ ଛାତି ଦୋହଲି ଯାଉଛି, ମନ ବିଚଳିତ ହୋଇପଡ଼ୁଛି। ଯେଉଁ ଶିକ୍ଷକଙ୍କୁ ଈଶ୍ବର ମଣି ପୂଜା କରାଯାଏ ସେହି ଶିକ୍ଷକ ହିଁ :ଛାତ୍ରୀଙ୍କ ପ୍ରତି କରିଛନ୍ତି ପୈଶାଚିକ କାଣ୍ଡ। ଏଭଳି ସଂଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ। ଅଭିଯୋଗ ଅନୁସାରେ, ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି ଦୁଇ ଶିକ୍ଷକ ଓ ପିଅନ। ଆହୁରି କୁତ୍ସିତ ଘଟଣା ହେଲା, ସେମାନଙ୍କୁ ସହଯୋଗ କରୁଥିଲେ ସେହି ସ୍କୁଲର ଆଉ ଜଣେ ଶିକ୍ଷକ ଓ ଶିକ୍ଷୟିତ୍ରୀ।
ପୀଡ଼ିତାଙ୍କ ବୟାନ ରେକର୍ଡ
ସ୍କୁଲ ଭିତରେ ବାରମ୍ବାର ଯୌନଉତ୍ପୀଡ଼ନର ଶିକାର ହେବାପରେ ପରିବାର ଲୋକଙ୍କ ଆଗରେ ନିର୍ଯାତନାର ଗୋଟି ଗୋଟି କଥା କହିଥିଲେ ପୀଡ଼ିତା ଛାତ୍ରୀ। ଏନେଇ ଗତ ୧୮ ତାରିଖରେ କେନ୍ଦ୍ରାପଡ଼ା ଶିଶୁ ମଙ୍ଗଳ କମିଟି ନିକଟରେ ପରିବାରର ଅଭିଯୋଗ ପରେ ସ୍କୁଲ୍ ପରିସରକୁ ଯାଇ ତଦନ୍ତ କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା CWC । ଏପଟେ ରାଜକନିକା ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିବା ସହ ୫ ଜଣଙ୍କୁ ଅଟକ ରଖି ତନାଘନା ଚଳାଇଛି ।
ଏଠି ପ୍ରଶ୍ନ, ଏତେ ବଡ଼ କାଣ୍ଡ ଘଟିଯାଇଥିଲେ ବି କେମିତି ଜାଣିପାରିଲେନି ସ୍କୁଲ୍ କର୍ତ୍ତୃପକ୍ଷ ? ନା ସବୁ ଜାଣି ଲିପାପୋଛା କରିବାକୁ ଉଦ୍ୟମ କରୁଥିଲେ ? ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଅନୁସାରେ, ସ୍କୁଲ ଭିତରେ ଶିକ୍ଷକଙ୍କ ଦ୍ବାରା ଝିଅଙ୍କୁ ଗଣଦୁଷ୍କର୍ମ ନେଇ ପ୍ରିନ୍ସିପାଲଙ୍କୁ ଜଣାଇବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଇନଥିଲା।
ଓଲଟି ସ୍କୁଲକୁ ଡାକି ସମସ୍ତଙ୍କ ଆଗରେ ପାଲଟା ପୀଡ଼ିତା ଓ ମାଆଙ୍କ ଉପରେ ବର୍ଷିଥିଲେ ଅଧ୍ୟକ୍ଷା। ସେପଟେ ଅଭିଯୋଗକୁ ଖଣ୍ଡନ କରି ପ୍ରିନ୍ସିପାଲ କହିଛନ୍ତି, CWCଙ୍କ ମାଧ୍ୟମରେ ହିଁ ଘଟଣା ସମ୍ପର୍କରେ ଅବଗତ ହୋଇଛୁ। ଘଟଣାର ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ।
ତଦନ୍ତ ପରେ ସତ ତ ସାମ୍ନାକୁ ଆସିବ, ହେଲେ ଯଦି ସ୍କୁଲ୍ ଭିତରେ ଖୋଦ୍ ଶିକ୍ଷକ ଓ କର୍ମଚାରୀ ଏଭଳି କାଣ୍ଡ ଭିଆଇବେ ତେବେ ଆଉ କେଉଁଠି ସୁରକ୍ଷିତ ରହିବେ ଛାତ୍ରୀ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)