Advertisment

Speculation Mounts: ବିଜେପିରେ ମିଶିବେ କି କର୍ପୋରେଟର ଅମରେଶ ଜେନା ? ଫୁଲତୋଡ଼ା ଦେଇ ସ୍ବାଗତ କଲେ ବିଜେପି ନେତା ଜଗା ପ୍ରଧାନ

ବିଜେପିରେ ମିଶିବେ କି କର୍ପୋରେଟର ଅମରେଶ ଜେନା ? ପ୍ରାୟ ୩ ମାସ ଧରି ଜେଲରେ ରହିବା ପରେ, ମୁକୁଳିଥିବା ଅମରେଶଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଖି ଏଇଆ ଚର୍ଚ୍ଚା ହେଉଛି। କେବଳ ଇସାରା ନୁହେଁ, ନିଜେ ନିଜେ ଜଗା ପ୍ରଧାନ ମଧ୍ୟ ଏଭଳି କିଛି ସଙ୍କେତ ଦେଇଛନ୍ତି ନିଜ ପ୍ରତିକ୍ରିୟାରେ।

author-image
Manas Ranjan Mohanty
AMARESH

AMARESH Photograph: (OTV)

ବିଜେପିରେ ମିଶିବେ କି କର୍ପୋରେଟର ଅମରେଶ ଜେନା ? ପ୍ରାୟ ୩ ମାସ ଧରି ଜେଲରେ ରହିବା ପରେ, ମୁକୁଳିଥିବା ଅମରେଶଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଖି ଏଇଆ ଚର୍ଚ୍ଚା ହେଉଛି। ନିଜର ସମର୍ଥକଙ୍କୁ ସାଙ୍ଗରେ ନେବା ସହ ହାତରେ ଫୁଲତୋଡ଼ା ଧରି ଅମରେଶଙ୍କୁ ଯେଭଳି ସ୍ବାଗତ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ, ତାକୁ ଦେଖିଲେ ସେଭଳି ଇସାରା ମିଳୁଛି।

Advertisment

କେବଳ ଇସାରା ନୁହେଁ, ନିଜେ ନିଜେ ଜଗା ପ୍ରଧାନ ମଧ୍ୟ ଏଭଳି କିଛି ସଙ୍କେତ ଦେଇଛନ୍ତି ନିଜ ପ୍ରତିକ୍ରିୟାରେ। ଅମରେଶ ଜେନାଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ସେ ଲୋକଙ୍କ ଦୁଃଖ ସୁଖର ସାଥୀ। ତେଣୁ ଅମରେଶଙ୍କ ଦୁଃଖ ଏବଂ ସୁଖରେ ମୁଁ ଅଛି। ବିଜେଡି ଓ ନବୀନ ବାବୁ ଦୁଃଖ ସମୟରେ ତା’ ହାତ ଛାଡିଦେଇଛନ୍ତି। ଏହା ଅମରେଶ ସହ ଅନ୍ୟାୟ ହୋଇଛି। ଏବେ ସିଏ ବାହାରକୁ ଆସିଛନ୍ତି, ପୂରା ସତ୍ୟାସତ୍ୟ ସାମ୍ନାକୁ ଆସିବ।

ଅମରେଶ ଜେନା ଯଦି ହଁ କହିବେ, ତାହେଲେେ ମୁଁ ବିଜେପିକୁ ସ୍ୱାଗତ କରିବା ସହ ଶୀର୍ଷ ନେତୃତ୍ବଙ୍କ ସହ କଥା ହେବି ବୋଲି କହିଛନ୍ତି ଜଗନ୍ନାଥ। ଅମରେଶ ଆସିଲେ ବିଜେପି ମଜବୁତ ହେବ ବୋଲି ବି ଜଗା ପ୍ରଧାନ ନିଜର ଆଶା ପ୍ରକାଶ କରିଛନ୍ତି।...

Advertisment

ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାରେ ଅମରେଶ ପ୍ରାୟ ୩ ମାସ ତଳେ ଗିରଫ ହୋଇ ଜେଲ୍ ଯାଇଥିଲେ। ଗତ ୧୭ ତାରିଖରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଆଉ ଆଜି ଜେଲରୁ ବାହାରିଛନ୍ତି। ଅମରେଶ ବି କହିଛନ୍ତି, ତାଙ୍କ ରାଜନୈତିକ ଏବଂ ସାମାଜିକ ହତ୍ୟା ପାଇଁ ଯେଉଁମାନେ ଷଡ଼ଯନ୍ତ୍ର କରିଥିଲେ ତାଙ୍କୁ ପ୍ରଭୁ ଜଗନ୍ନାଥ କ୍ଷମା କରିଦିଅନ୍ତୁ। ସେମାନେ ଆଜି ପରାଜିତ ହୋଇଛନ୍ତି, ଆଗକୁ ସବୁ ଘଟଣାର ଖୁଲାସା ହେବ।... 

ବିଜେପିରେ ମିଶିବେ କି କର୍ପୋରେଟର ଅମରେଶ ଜେନା ?
ପ୍ରାୟ ୩ ମାସ ପରେ ଜେଲରୁ ବାହାରିଲେ ଅମରେଶ ଜେନା 
ଫୁଲତୋଡ଼ା ଦେଇ ସ୍ବାଗତ କଲେ ବିଜେପି ନେତା ଜଗା ପ୍ରଧାନ
ଅମରେଶ ବିଜେପିକୁ ଆସିଲେ ଦଳ ମଜଭୁତ ହେବ: ଜଗା ପ୍ରଧାନ

Advertisment
Related Articles
Advertisment