Advertisment

Sambalpur Extortion Racket: ଝାଡ଼ୁଦାର ଚାକିରି ନାଁରେ ମହାଘୋଟାଲା , ସାମ୍ନାକୁ ଆସିଛି ଟଙ୍କା ଆଦାୟ ବେଳର ଭିଡିଓ

ସମ୍ବଲପୁର ଝାଡ଼ୁଦାର ଚାକିରି ମହାଘୋଟାଲାଣ ମାଷ୍ଟରମାଇଣ୍ଡ ସାଜିଥିଲେ ପଦ୍ମାବତୀ ଆଉ ରାହୁଲ । ଉଭୟ ଲୋକଙ୍କଠୁ ଆଦାୟ କରୁଥିଲେ ଟଙ୍କା। ଯାହାର ଏକ୍ସକ୍ଲୁସିଭ୍ ଭିଜୁଆଲ୍ ଲାଗିଛି ଓଟିଭି ହାତରେ।

author-image
Manas Ranjan Mohanty
FRAUD

FRAUD Photograph: (OTV)

ସମ୍ବଲପୁର ଝାଡ଼ୁଦାର ଚାକିରି ମହାଘୋଟାଲାଣ ମାଷ୍ଟରମାଇଣ୍ଡ ସାଜିଥିଲେ ପଦ୍ମାବତୀ ଆଉ ରାହୁଲ । ଉଭୟ ଲୋକଙ୍କଠୁ ଆଦାୟ କରୁଥିଲେ ଟଙ୍କା। ଯାହାର ଏକ୍ସକ୍ଲୁସିଭ୍ ଭିଜୁଆଲ୍ ଲାଗିଛି ଓଟିଭି ହାତରେ।

Advertisment

ପଦ୍ମାବତୀ ଲୋକଙ୍କ ସାଙ୍ଗରେ ମୂଲଚାଲ କରି ଟଙ୍କା ଆଦାୟ କରୁଥିଲା। ରାହୁଲ ମଧ୍ୟ ସମାନ କାମରେ ନିୟୋଜିତ ହୋଇଥିଲା। ଠକେଇର ଶିକାର ହୋଇଥିବା ଶହଶହ ଲୋକ ଏନେଇ ଏସପି ଅପିସରେ ଅଭିଯୋଗ କରିବା ସହିତ ଠକେଇ ଟଙ୍କା ଦାବି କରିଛନ୍ତି। ସମ୍ବଲପୁରରେ ସରକାରୀ ସଂସ୍ଥାରେ ମିଥ୍ୟା ଝାଡ଼ୁଦାର ଚାକିରି ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି।

ଠକେଇ ଅଭିଯୋଗରେ ବୁର୍ଲା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୨ ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରାୟ ୨ କୋଟି କଲେକ୍ସନ ହୋଇଥିବା ସୂଚନା ମିଳିଛି। ପ୍ରାୟତଃ ସମ୍ୱଲପୁର, ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଠକେଇ କରିଥିବାବେଳେ ଝାଡ଼ୁଦାର ଚାକିରି ଦେବା ନାଁରେ ୧୨ ହଜାର ଲେଖାଏଁ ଆଦାୟ କରାଯାଉଥିଲା। ୧୮ ଶହ ଲୋକ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି।

Advertisment

‘ଝାଡ଼ୁଦାର ଚାକିରି’ ମହାଘୋଟାଲା
ସମ୍ବଲପୁରରେ ଝାଡ଼ୁଦାର ଚାକିରି ନାଁରେ ମହାଘୋଟାଲା
ସରକାରୀ ସଂସ୍ଥାରେ ମିଥ୍ୟା ଝାଡ଼ୁଦାର ଚାକିରି ପ୍ରଲୋଭନ ଦେଖାଇ ଠକେଇ
ମହାଠେକଇର ମାଷ୍ଟରମାଇଣ୍ଡ ଥିଲେ ପଦ୍ମାବତୀ ଓ ରାହୁଲ 
ସାମ୍ନାକୁ ଆସିଛି ପଦ୍ମାବତୀ ଟଙ୍କା ଆଦାୟ ବେଳର ଭିଡିଓ
ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ବୁର୍ଲା ପୋଲିସ
ଲାଞ୍ଚ ପାଇଁ ଲୋକେ ଦେଇଥିବା ୬୨ ଲକ୍ଷ ଟଙ୍କା ଜବତ

Advertisment
Related Articles
Advertisment