/odishatv-khabar/media/media_files/2026/02/20/ex-isro-officer-killed-wife-2026-02-20-14-35-47.jpg)
Murder Photograph: (OTV)
ଇସ୍ରୋ ଅଫିସରଙ୍କ ଛାତିଥରା କାଣ୍ଡ । ଗାମୁଛାରେ ତଣ୍ଟି ଚିପି ମାରିଦେଲେ ସ୍ତ୍ରୀକୁ । କାରଣ ଜାଣିଲେ ଉଡିଯିବ ହୋସ୍ ।
ଦିନେ ଯେଉଁ ହାତରେ ରକେଟ୍ ବନାଉଥିଲେ, ମହାକାଶକୁ ସାଟେଲାଇଟ୍ ଛାଡୁଥିଲେ, ସେଇ ହାତରେ କଲବଲ କରି ମାରିଦେଲେ ସ୍ତ୍ରୀକୁ ।
ବେଙ୍ଗାଲୁରୁରେ ଜଣେ ୬୫ ବର୍ଷୀୟ ରିଟାୟର୍ଡ ଇସ୍ରୋ ଅଫିସର ନିଜ ପତ୍ନୀଙ୍କୁ ହତ୍ୟା କରିବା ଘଟଣା ଏବେ ଚାରିଆଡେ ଚହଳ ପକାଇଛି । ହେଲେ ଏମିତି କ'ଣ ଘଟିଲା, କାହିଁକି ବୟସର ଅପରାହ୍ନରେ ପତ୍ନୀହନ୍ତା ପାଲଟିଗଲେ ପୂର୍ବତନ ଇସ୍ରୋ ଅଧିକାରୀ ?
ଡିପ୍ରେସନରୁ ହତ୍ୟାକାଣ୍ଡ:
ଗତ ବୁଧବାର ଦିନ ବେଙ୍ଗାଲୁରୁ ସହରର ବୋମାନାହାଲି ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଅଭିଯୁକ୍ତ ପୂର୍ବତନ ଇସ୍ରୋ ଅଧିକାରୀ ହେଲେ ନାଗେଶ୍ବର ରାଓ । କୁହାଯାଉଛି, ନାଗେଶ୍ୱର ରାଓ ବହୁଦିନରୁ ଡିପ୍ରେସନରେ ଥିଲେ ଏବଂ ଆତ୍ମହତ୍ୟା କରିବାକୁ ଭାବିଥିଲେ । ହେଲେ ସେ ମରିଗଲା ପରେ ତାଙ୍କ ପତ୍ନୀଙ୍କ ଭବିଷ୍ୟତ କଣ ହେବ ସେକଥା ଭାବି ଚିନ୍ତିତ ହୋଇପଡିଥିଲେ । ତେଣୁ ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ପତ୍ନୀଙ୍କୁ ମାରିବାକୁ ସ୍ଥିର କରିଥିଲେ । ଏହାପରେ ଗାମୁଛାରେ ପତ୍ନୀ ସନ୍ଧ୍ୟାଶ୍ରୀଙ୍କ ଗଳାଚିପି ହତ୍ୟା କରିଥିଲେ । କିନ୍ତୁ ପରେ ତାଙ୍କର ମନ ବଦଳି ଯାଇଥିଲା ଓ ସେ ଆଉ ଆତ୍ମହତ୍ୟା କରିନଥିଲେ ।
ପତ୍ନୀଙ୍କୁ ମର୍ଡର କରିବା ପରେ ଲୁଚିକି ପଳାଇ ଯାଇନଥିଲେ କି ମୃତଦେହକୁ ଲୁଚାଇ ନଥିଲେ। ଓଲଟା ନିଜର ଜଣେ ସଂପର୍କୀୟଙ୍କୁ ଫୋନ୍ କରି ହତ୍ୟା ବିଷୟରେ କହିଥିଲେ । ଏହାପରେ ସଂପୃକ୍ତ ସଂପର୍କୀୟ ଜଣକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପତ୍ନୀଙ୍କ ଶବ ପାଖରେ ଜଗି ବସିଥିଲେ ନାଗେଶ୍ୱର ରାଓ ।
ଯାହା ଜଣାପଡିଛି, ନାଗେଶ୍ୱର ରାଓ ଇସ୍ରୋରୁ ରିଟାୟର୍ଡ ହେବା ପରେ ବହୁ ଦିନରୁ ଡିପ୍ରେସନରେ ଥିଲେ ଏବଂ ଏଥିପାଇଁ ଚିକିତ୍ସିତ ବି ହେଉଥିଲେ । ଏହି କାରଣରୁ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ୍ ତାଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ।
ବ୍ୟୁରୋ ରିପୋର୍ଟ, ଓଟିଭି
Rinku Jena Murder Mystery Solved: ଜଣାପଡିଲା କଟକ ରିଙ୍କୁ ଜେନା ହତ୍ୟା ଘଟଣାର କାରଣ, ସମସ୍ତ ୫ ଅଭିଯୁକ୍ତ ଗିରଫ

Contractors Protest: ରାଜରାସ୍ତାକୁ ଓହ୍ଲାଇଲେ ଠିକାଦାର, ଦାବି ନ ଶୁଣିଲେ ଅନିର୍ଦ୍ଦିଷ୍ଟ କାଳ ଚାଲିବ ଆନ୍ଦୋଳନ

Transgender Aspirants Get Big Opportunity: ବଡ଼ ପଦବୀରେ ବସିବେ ତୃତୀୟ ଲିଙ୍ଗୀ; ମିଳିଲା ସୁଯୋଗ… ହେବେ ଓଏଏସ୍ ଅଫିସର

Fire at Hyderabad Coaching Hub: କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ, ବାଲକୋନିରୁ ଡେଇଁଲେ ଛାତ୍ର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)