Advertisment

Gold Heist in Disguise: ଗ୍ରାହକ ଭଳି ଆସି ଲୁଟ୍ କରିଥିଲା ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଧରିଲା କମିଶନରେଟ୍ ପୋଲିସ

୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରି ଫିଲ୍ମ ଷ୍ଟାଇଲରେ ଉଭାନ ହୋଇଯାଇଥିଲା। ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଥିଲା। ଅଭିଯୁକ୍ତ ପେପର ସ୍ପ୍ରେ ମାରି ଲୁଟ କରୁଥିବା ସିସିଟିଭିରେ ଦେଖାଯାଇଥିଲା।

author-image
Tapan Swain
LOOTERA

LOOTERA Photograph: (OTV)

ସ୍ପ୍ରେ କରି ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗବିହାରର ଜୁଏଲାରୀ ଦୋକାନରୁ ଲୁଟ୍ ଘଟଣାରେ ଧରାପଡ଼ିଲା ଲୁଟେରା। ଲୁଟେରା ଜଣେ ନାବାଳକ ବୋଲି ଜାଣିବାକୁ ପାଇଛି କମିଶନରେଟ ପୋଲିସ।  ଅଭିଯୁକ୍ତର ବୟସ ୧୭ ବର୍ଷ । ସେ ପେସାଦାର ନୁହେଁ, ପ୍ରଥମ ଥର ଏଭଳି ଅପରାଧ ଘଟାଇଥିବା ପୋଲିସ ସୂଚନା ଦେଇଛି।

Advertisment

ମଙ୍ଗଳବାର ମଧ୍ୟାହ୍ନରେ ତମାଣ୍ଡୋ ଥାନା ଅନ୍ତର୍ଗତ K4ରେ ଥିବା ଏକ ଜୁଏଲାରୀ ସପରୁ ପାଖାପାଖି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରି ଫିଲ୍ମ ଷ୍ଟାଇଲରେ ଉଭାନ ହୋଇଯାଇଥିଲା। ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଥିଲା। ଅଭିଯୁକ୍ତ ପେପର ସ୍ପ୍ରେ ମାରି ଲୁଟ କରୁଥିବା ସିସିଟିଭିରେ ଦେଖାଯାଇଥିଲା। ଦୋକାନରେ ସେଲସ ମ୍ୟାନ ଏକୁଟିଆ ଥିବା ବେଳେ କଳେ ବଳେ କୌଶଳେ ଲୁଟ କରି ଚମ୍ପଟ ମାରିଥିଲା ଅଭିଯୁକ୍ତ।...

ଧରାପଡ଼ିଲା ସୁନା ଲୁଟେରା

ତମାଣ୍ଡୋ କଳିଙ୍ଗବିହାର ଜୁଏଲାରୀ ଦୋକାନରୁ ଲୁଟ୍ ଘଟଣା
୨୪ ଘଣ୍ଟା ଭିତରେ ଲୁଟେରାକୁ ଧରିଲା କମିଶନରେଟ୍ ପୋଲିସ
ଲୁଟେରା ନାବାଳକ, ପେସାଦାର ନୁହେଁ ବୋଲି ପୋଲିସର ସୂଚନା
ଗ୍ରାହକ ଭଳି ଆସି ଲୁଟ୍ କରିଥିଲା ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର
ଦୋକାନୀ ଆଖିରେ ସ୍ପ୍ରେ କରି ଫେରାର ମାରିଥିଲା ଲୁଟେରା

Advertisment
Lootera Nabbed
Advertisment