/odishatv-khabar/media/media_files/2026/02/18/accident-2026-02-18-09-35-47.jpg)
Accident Photograph: (OTV)
୩ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୁବର୍ଣ୍ଣପୁର ହିଲୁଙ୍ଗ ଛକ ନିକଟରେ ଘଚିଛି ଏ ଦୁର୍ଘଟଣା। ବୀରମହାରାଜପୁର-ମୁର୍ଷୁଣ୍ଢି ରାସ୍ତା ହିଲୁଙ୍ଗ ଛକ ନିକଟରେ ଏ ଦୁର୍ଘଟଣା ଘଟିଛି।
ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ରାଉରକେଲା ନେବାବେଳେ ଜଣେ ଓ ବୁର୍ଲା ହସ୍ପିଟାଲରେ ଅନ୍ୟଜଣକର ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ବୁର୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ହେଲେ ବଡମାଳ ଗାଁର ଅଗସ୍ତି ଭୋଇ, ହିଲୁଙ୍ଗ ଗାଁର ଭଗବାନ ସେଠୀ ଏବଂ ବଙ୍କିଆ ଗାଁର ଚନ୍ଦନ ଭୋଇ। ଗୁରୁତର ଜଣକ ହେଲେ ବଙ୍କିଆ ଗାଁର ଶିବ ଜଗଦଲା।
ମୁର୍ଷୁଣ୍ଢି ଛକରେ ୩ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବଡମାଳ ଗାଁର ଅଗସ୍ତି ଭୋଇଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ଗୁରୁତର ଭଗବାନ ସେଠୀଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ନେଉଥିବା ସମୟରେ ମୃତ୍ୟୁ ହୋଇଥିଲା। ସେହିଭଳି ବୁର୍ଲା ଡାକ୍ତରଖାନାରେ ଚନ୍ଦନ ଭୋଇଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି ଶିବ ଜଗଦଲା। ...
୩ ବାଇକ୍ ଧକ୍କା: ୩ ମୃତ
ସୁବର୍ଣ୍ଣପୁର ହିଲୁଙ୍ଗ ଛକ ନିକଟରେ ଦୁର୍ଘଟଣା
ବୀରମହାରାଜପୁର-ମୁର୍ଷୁଣ୍ଢି ରାସ୍ତା ହିଲୁଙ୍ଗ ଛକ ନିକଟରେ ଦୁର୍ଘଟଣା
ଘଟଣାସ୍ଥଳରେ ଜଣେ, ରାଉରକେଲା ନେବାବେଳେ ଓ ବୁର୍ଲାରେ ୨ ମୃତ
ଆଉ ଜଣେ ଗୁରୁତର ବୁର୍ଲା ହସ୍ପିଟାଲରେ ଚିକିତ୍ସାଧୀନ
High-Tech Vigil: ପ୍ରଥମ କରି ପ୍ରଶ୍ନପତ୍ର ହବ୍ ଜଗିବ ସିସିଟିଭି ସହ AI କ୍ୟାମେରା, ପ୍ଲସ ଟୁ କାଉନସିଲର ରହିବ ସିଧାସଳଖ ନିୟନ୍ତ୍ରଣ ବ୍ୟବସ୍ଥା

Today Panchang 18th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Daily Horoscope 18th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)