Advertisment

Police Car Loses Control: ବୋଲ ମାନୁନି ଥାନା ବାବୁଙ୍କ ଗାଡ଼ି, ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଦୋକାନକୁ ମାଡ଼ି ଯାଇଥିଲା

ଫୁଟପାଥରେ ଚଢ଼ିଗଲା । ଦୋକାନ ଉପରକୁ ମାଡ଼ିଗଲା ଥାନା ବାବୁଙ୍କ ଗାଡ଼ି । ଖୋଦ୍ ଭୁବନେଶ୍ୱରରେ ଘଟିଛି ଏହି ଘଟଣା । ଡ୍ରାଇଭର୍ ହୋସରେ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।  ଘଟଣାସ୍ଥଳରେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

author-image
Tapan Swain
POLICE VAN

POLICE VAN Photograph: (OTV)

ବୋଲ ମାନୁନି ଥାନା ବାବୁଙ୍କ ଗାଡ଼ି। ଥାନା ବାବୁଙ୍କ ଗାଡ଼ି ଡ୍ରାଇଭରର ଉନ୍ମତ୍ତକାଣ୍ଡ । ଫୁଟପାଥରେ ଚଢ଼ିଗଲା, ଦୋକାନ ଉପରକୁ ମାଡ଼ିଗଲା। ବୁଧବାର ବିଳମ୍ବିତ ରାତିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ନୟାପଲ୍ଲୀ ଥାନା ଅଧିକାରୀଙ୍କ ଗାଡ଼ି ।

Advertisment

ଭୁବନେଶ୍ବର CBI ଛକ ନିକଟରେ ଥାନା ଅଧିକାରୀଙ୍କ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ ଦୋକାନକୁ ମାଡି ଯାଇଥିଲା । ଏହି ସମୟରେ ଗାଡ଼ିରେ ଆଇଆଇସି ନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିଲେ । ତେଣୁ ଏଭଳି ଦୁର୍ଘଟଣା ଘଟାଇଛନ୍ତି।

ଏହି ସମୟରେ ଯଦି କୌଣସି ଲୋକଙ୍କ ଉପରେ ଗାଡ଼ି ମାଡିଯାଇଥାଆନ୍ତା, ତେବେ ଏକ ବଡ଼ ଧରଣର ଦୁର୍ଘଟଣା ଘଟି ଅନେକ ଜୀବନ ଯାଇଥାଆନ୍ତା ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ପୋଲିସ ବିଭାଗର ଜଣେ କର୍ମଚାରୀ ଏଭଳି ମଦ ପିଇ ଗାଡି ଚଳାଇବା, କେତେଦୂର ଠିକ୍ ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି ।

Advertisment

ଉଚ୍ଚ ଅଧିକାରୀ ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକମାନେ ଦାବି କରିଛନ୍ତି ।  ଏନେଇ ନୟାପଲ୍ଲୀ ଥାନା ଆଇଆଇସିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 




Accident In Bhubaneswar Police Van Accident
Advertisment
Related Articles
Advertisment