Advertisment

Odia Girl’s Gang-Rape and Gruesome Murder: ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ଗଣଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା, ସିସିଟିଭି ଧରାଇଦେଲା ହତ୍ୟାକାରୀକୁ

କେହି ନଥିବାର ସୁଯୋଗରେ ଅମିତ୍ ଯୁବତୀଙ୍କୁ ନିଜ ରୁମ୍‌କୁ ଡାକିଥିଲା ଆଉ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ଆଉ ଏ କୁକର୍ମରେ ସାଥ୍ ଦେଇଥିଲେ ଅମିତର ଦୁଇ ସାଙ୍ଗ । ୩ ଜଣ ଯାକ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ତା ପରେ ଗଳା ଚିପି ମାରି ଦେଇଥିଲେ ।

author-image
Tapan Swain
Odia Girl Gangraped and Murdered

Odia Girl Gangraped and Murdered Photograph: (OTV)

ପ୍ରଥମେ ଗଣଦୁଷ୍କର୍ମ, ଆଉ ତା’ ପରେ ୨୩ ବର୍ଷୀୟା ଓଡିଆ ଯୁବତୀଙ୍କୁ ନିର୍ମମ ହତ୍ୟା । ଆଉ ଏଥିରେ ମୁଖ୍ୟ ଖଳନାୟକ ଥିଲା ଘର ମାଲିକର ପୁଅ । ଯୁବତୀଙ୍କୁ ଘରେ ଏକୁଟିଆ ପାଇ ମଣିଷରୁ ପାଲଟିଗଲା ନରପିଶାଚ, ତିନି ସାଙ୍ଗ ମିଶି ଘଟାଇଲେ ନୃଶଂସ କାଣ୍ଡ । 

Advertisment

ମୃତ ଯୁବତୀଙ୍କ ଘର ରାୟଗଡା ଜିଲ୍ଲାରେ । ସେ ୬ ମାସ ହେଲା ଉତ୍ତରାଖଣ୍ଡ ଲାଲପୁରରେ ରହୁଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ । କାମେଶ୍ୱର ସିଂ ନାମକ ଜଣେ ଲୋକର ଘରେ ଭଡ଼ାରେ ରହୁଥିଲେ ଯୁବତୀ । ଗତ ମଙ୍ଗଳବାର ଦିନ ପ୍ରାୟ ସାଢେ ୨ଟାରେ ଯୁବତୀ ଜଣକ କମ୍ପାନୀରୁ ନିଜ ରୁମ୍‌କୁ ଫେରିଥିଲେ । ସେହି ସମୟରେ ଘର ମାଲିକ କାମେଶ୍ୱର ଓ ତାଙ୍କ ସ୍ତ୍ରୀ ବାହାରକୁ ଯାଇଥିଲେ । 

ଗଣଦୁଷ୍କର୍ମ କଲେ, ପଥର ବାନ୍ଧି ନଈରେ ଫିଙ୍ଗିଲେ...

ଘରେ ଏକୁଟିଆ ଥିଲା ତାଙ୍କର ପୁଅ ଅମିତ । କେହି ନଥିବାର ସୁଯୋଗରେ ଅମିତ୍ ଯୁବତୀଙ୍କୁ ନିଜ ରୁମ୍‌କୁ ଡାକିଥିଲା ଆଉ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ଆଉ ଏ କୁକର୍ମରେ ସାଥ୍ ଦେଇଥିଲେ ଅମିତର ଦୁଇ ସାଙ୍ଗ । ୩ ଜଣ ଯାକ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ତା ପରେ ଗଳା ଚିପି ମାରି ଦେଇଥିଲେ ।ଏହାପରେ ୩ ଜଣ ଯାକ ମିଶି ମୃତଦେହକୁ ଚାଦରରେ ଗୁଡାଇ ରାତିଅଧରେ ବାଇକରେ ନେଇଥିଲେ । ଆଉ ପଥର ବାନ୍ଧି ଫିଙ୍ଗି ଦେଇଥିଲେ ନଈରେ । ଘର ମାଲିକର ଜହ୍ଲାଦ ପୁଅ ଅମିତ୍ ଥିଲା ମାଷ୍ଟରମାଇଣ୍ଡ । 

Advertisment

ସେପଟେ ଝିଅ ସହ ଯୋଗାଯୋଗ ନ ହୋଇପାରିବାରୁ ଉତ୍ତରାଖଣ୍ଡରେ ପହଞ୍ଚିଥିଲେ ଯୁବତୀଙ୍କ ଘରଲୋକେ । ବହୁ ଖୋଜାଖୋଜି କରିବା ପରେ ଝିଅର ପତ୍ତା ମିଳିବାରୁ ଥାନାରେ ଅଭିଯୋଗ କରିଥିଲେ । ପୋଲିସର ଛାନଭିନ୍ ପରେ ପଦାକୁ ଆସିଥିଲା ଅସଲ ସତ । ସିସିଟିଭିରେ ଦୁଇ ଜଣ ରାତିରେ ବାଇକରେ ମୃତଦେହ ନେଇଥିବାର ଦେଖିବାକୁ ମିଳିଥିଲା । ଏନେଇ ଅମିତକୁ ପଚାରଉଚରା କରିବା ପରେ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ହୋଇଥିଲା ପର୍ଦ୍ଦାଫାସ୍ ।  

ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅମିତକୁ ଗିରଫ କରାଯାଇଥିବାବେଳେ ଆଉ ଦୁଇ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଏବେ  ଖୋଜୁଛି ପୋଲିସ । 

Murder Gangraped Odia Girl Murder Uttarakhand
Advertisment
Related Articles
Advertisment