Advertisment

PDS Rice Lifted: ମଣିଷ ନାହାନ୍ତି କିନ୍ତୁ ଚାଉଳ ଉଠୁଛି , ୨୬୭ ଜଣ ମୃତ ହିତାଧିକାରୀଙ୍କ ନାଁରେ ଉଠାଯାଇଛି PDS ଚାଉଳ

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଜନାର୍ଦ୍ଦନପୁର ଗ୍ରାମପଞ୍ଚାୟତର ଭାଲିଆଡିହି ଗାଁ। ମଗଧନୀ ନାଏକଙ୍କ ନାଁରେ ଥିବା ରାସନ୍ କାର୍ଡ଼ଧାରୀଙ୍କର ୬ଜଣ ସଦସ୍ୟଙ୍କ ମଧ୍ୟରୁ ସବ ନାଏକଙ୍କ ୧୨।୧୨।୨୦୨୧ ମସିହାରେ ମୃତ୍ୟୁ ହୋଇଛି ଆଉ ସେବେଠାରୁ ତାଙ୍କ ଭାଗ PDS ଚାଉଳ ପରିବାର ପାଉନାହାନ୍ତି।

author-image
Manas Ranjan Mohanty
Keonjhar-PDS-Rice

Keonjhar-PDS-Rice Photograph: (OTV)

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଜନାର୍ଦ୍ଦନପୁର ଗ୍ରାମପଞ୍ଚାୟତର ଭାଲିଆଡିହି ଗାଁ। ମଗଧନୀ ନାଏକଙ୍କ ନାଁରେ ଥିବା ରାସନ୍ କାର୍ଡ଼ଧାରୀଙ୍କର ୬ଜଣ ସଦସ୍ୟଙ୍କ ମଧ୍ୟରୁ ସବ ନାଏକଙ୍କ ୧୨।୧୨।୨୦୨୧ ମସିହାରେ ମୃତ୍ୟୁ ହୋଇଛି ଆଉ ସେବେଠାରୁ ତାଙ୍କ ଭାଗ PDS ଚାଉଳ ପରିବାର ପାଉନାହାନ୍ତି। କିନ୍ତୁ ତାଙ୍କ ନାଁରେ ଚାଉଳ ଉଠାଯାଉଥିବା ଜଣାପଡିଛି।

Advertisment

ସେହିପରି, ବାଉରିପଦା ଗ୍ରାମପଞ୍ଚାୟତ ବନମାଳିପୁର ଗାଁର ରାସନ୍ କାର୍ଡଧାରୀ ମଦନମୋହନ ମହାନ୍ତଙ୍କର ସ୍ତ୍ରୀ କୌଶଲ୍ୟା ମହାନ୍ତ, ୦୮।୦୫।୨୦୨୨ ମସିହାରେ ମୃତ୍ୟୁବରଣ କରିଥିଲେ ଆଉ ତାଙ୍କ ଭାଗ PDS ଚାଉଳ ପରିବାରକୁ ଦିଆଯାଉ ନଥିବା କହିଛନ୍ତି କାର୍ଡ଼ଧାରୀ ମଦନ ମୋହନ ମହାନ୍ତ। କିନ୍ତୁ ତାଙ୍କ ନାଁରେ ମଧ୍ୟ ଏହି ଚାଉଳ ଉଠାଯାଉଥିବା Social Audit ରୁ ଜଣାପଡ଼ିଛି।

କେବଳ ଏହି ୨ଟି ଗାଁ ନୁହେଁ, ୨୦୨୨ରୁ୨୩ ଏବଂ ୨୦୨୩ ରୁ୨୪ ଆର୍ଥିକ ବର୍ଷରେ ସଦର ବ୍ଲକର ମଇଦାନକେଲ, ପର୍ଜନପୁର, କାଉଁରିକଳା, କଣ୍ଡରାପଶି, ରଘୁନାଥପୁର, ରାଇସୁଆଁ, ବରଦାପାଳ ଆଦି ପଞ୍ଚାୟତରେ ୨୬୭ ଜଣ ମୃତ ହିତାଧିକାରୀଙ୍କ ନାଁରେ ମାସ ମାସ ଧରି PDS ଚାଉଳ ଉଠାଯାଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୃତ ବ୍ୟକ୍ତିଙ୍କ ପରିବାର ଏହି ଚାଉଳ ଗ୍ରହଣ କରି ନଥିବା କହୁଥିବା ବେଳେ, ଏହି ଦୁର୍ନୀତିରେ କିଏ ସମ୍ପୃକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ବିଷୟ ଜିଲ୍ଲା ଯୋଗାଣ ବିଭାଗ ଅବଗତ ହେବା ପରେ ତତ୍ପରତା ପ୍ରକାଶ କରିଛି ଆଉ ଏଯାଏ ପାଖାପାଖି ୪୭ ହଜାର ୫ଶହ ମୃତ ହିତାଧିକାରୀଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ। 

Advertisment
Advertisment